More Sports

ଲୋରେସ ଆୱାର୍ଡ଼ ଦୌଡ଼ରେ ସଚିନ

(ଓଡ଼ିଶା ସ୍ପୋର୍ଟ): ୨୦୦୦ରୁ ୨୦୨୦ ପର୍ୟ୍ୟନ୍ତର ସର୍ବଶ୍ରେଷ୍ଠ ଲୋରେସ ଖେଳ ମୁହୂର୍ତ୍ତର ଦୌଡରେ ଭାରତ ପୂର୍ବତନ ମହାନ କିକ୍ରେଟର ସଚିନ ତେନ୍ଦୁଲକର ସାମିଲ ହୋଇଛି । ଭାରତର ୨୦୧୧ କ୍ରିକେଟ ବିଶ୍ୱ କପରେ ବିଜୟୀ ସନ୍ଦର୍ଭରେ ତେନ୍ଦୁଲକରଙ୍କ ସହ ଜଡିତ ମୁହୂର୍ତ୍ତକୁ ‘କେରିଡ ଅନ୍ ଦ’ ସୋଲ୍ଡର୍ସ ଅଫ ଏ ନେସନ’ ଶୀର୍ଷକ ଦିଆଯାଇଛି । ପ୍ରାୟ ୯ ବର୍ଷ ପୁର୍ବେ ତେନ୍ଦୁଲକର ନିଜର ଷଷ୍ଠ ବିଶ୍ୱ କପରେ ବିଶ୍ୱ ଟାଇଟଲ ହାସଲ କରିଥିବା ଟିମର ସଦସ୍ୟ ରହିଥିଲେ ।
ଭାରତୀୟ ଟିମ ସଦସ୍ୟମାନେ ଏହା ପରେ ତେନ୍ଦୁଲକରଙ୍କୁ କାନ୍ଧରେ ଉଠାଇ ପଡିଆର ଲେପ ଅଫ ଅନର ଲଗାଇଥିଲେ ଏବଂ ଏହି ସମୟରେ ଏହି ମହାନ ଖେଳାଳିଙ୍କ ଆଖିରୁ ଲୁହ ବୋହୁଥିଲା । ଏହି ବିଶ୍ୱ କପରେ ଏସିଆର ହିଁ ଅନ୍ୟ ଟିମ ଶ୍ରୀଲଙ୍କକୁ ହରାଇ ଦ୍ୱିତୀୟଥର ପାଇଁ ବିଶ୍ୱ ଚାମ୍ପିୟନ ହେବାର ଗୌରବ ହାସଲ କରିଥିଲା । ଲୌରିଅସ୍ ବିଶ୍ବ କ୍ରୀଡ଼ା ସମ୍ମାନର ୨୦ ବର୍ଷ ପୂର୍ତ୍ତି ଅବସରରେ ଫେବ୍ରୁଆରି ୧୭ ତାରିଖରେ ବିଜେତାଙ୍କ ନାଁ ଘୋଷଣା କରାଯିବ। ପ୍ରଥମ ପର୍ୟ୍ୟାୟରେ ୨୦ ଜଣିଆ ସମ୍ଭାବ୍ୟ ତାଲିକାକୁ ୧୦ ଓ ପରେ ୫କୁ କମାଇ ଦିଆଯିବ। ଏହାପରେ ବିଜେତା ବଛାଯିବ। ଏଥିଲାଗି ଫେବ୍ରୁଆରି ୧୭ ପର୍ୟ୍ୟନ୍ତ ଭୋଟ ଦେଇହେବ।

Related posts

ସିନିୟର ଆଥଲେଟିକ୍ସ ଚାମ୍ପିୟନସିପରେ ଦୂତୀଙ୍କୁ ସ୍ୱର୍ଣ୍ଣ

Odisha Sports Bureau

କରୋନା ଭାଇରସ ଭୟରେ ଖେଳାଳୀଙ୍କ ସହିତ ହାତ ମିଳାଇବନି ଇଂଲଣ୍ଡ

ବିଶ୍ୱ ଏମ୍ଚ୍ୟୁର ଗଲଫ୍ ଚମ୍ପିଆନଶିପ୍ ପାଇଁ ୫ ଭାରତୀୟ କ୍ୱାଲିଫାଏ

Odisha Sports Bureau