Cricket

ଶ୍ରୀଲଙ୍କାଠାରୁ ଟି-୨୦ରେ ପାକର ପରାଜୟକୁ ହଜମ କରିପାରୁନାହାନ୍ତି କୋଚ ମିସ୍ୱାହ

(ଓଡିଶା ସ୍ପୋର୍ଟସ):  ଟି-୨୦ ସିରିଜରେ ଶ୍ରୀଲଙ୍କାଠାରୁ ପାକିସ୍ତାନର ପରାଜୟ ପରେ ଏହାକୁ ନେଇ ସବୁଠି ଆଲୋଚନା ଚାଲିଛି । ପାକିସ୍ତାନ ପରି ଟି-୨୦ର ନମ୍ବର ୧ ଟିମ ଶ୍ରୀଲଙ୍କାଠାରୁ ୩-୦ରେ ପରାଜୟ ବରଣ କରିଛି । ଏହାକୁ ହଜମ କରିପାରୁନାହନ୍ତି ପାକିସ୍ତାନର ନବ ନିଯୁକ୍ତ କୋଚ ମିସ୍ୱାହ ଉଲ ହକ ।ଏହାକୁ ନେଇ ହକ ଦେଇଚାଲିଛନ୍ତି ମନ ଇଛା ବୟାନ ।
ମିସ୍ୱାହ କହିଛନ୍ତି, ଏତେ ଅଭିଜ୍ଞତା ଥାଇ ମଧ୍ୟ ସିରିଜରେ ଗୋଟିଏ ବି ମ୍ୟାଚ ଜିତି ପାରିନାହୁଁ, ଶ୍ରୀଲଙ୍କା ଟିମ ସେମାନଙ୍କ ମୁଖ୍ୟ ଖେଳାଳୀମାନଙ୍କ ବିନା ସିରିଜ ଖେଳୁଛି । ତଥାପି ଆମ ଟିମ ବିପର୍ଯ୍ୟସ୍ତ । ସେ ଆହୁରି କହିଛନ୍ତି, ଆମ ଦେଶର କ୍ରିକେଟ ସିଷ୍ଟମରେ ହିଁ କିଛି କମି ରହୁଛି । ଶ୍ରୀଲଙ୍କାର ଅଭିଜ୍ଞତା ହୀନ ଖେଳାଳୀଙ୍କଠାରୁ ହାରିବା ପରେ ଆମକୁ ଟି-୨୦ ନଂବର ୧ କହିବାର ଅଧିକାର ନାହିଁ ।
ଅବଶ୍ୟ ଟିମ ଚୟନକୁ ନେଇ ମିସ୍ୱାହଙ୍କ ଅନେକ ଆଲୋଚନା ହୋଇଛି । ସେ ଟିମରୁ ଦୀର୍ଘ ସମୟରୁ ବାହାର ହୋଇଥିବା ଉମର ଅକମଲ ଓ ଅହମଦ ଶହଜାଦଙ୍କୁ ସାମିଲ କରିଛନ୍ତି । ଦୁଇଜଣ ଯାକ ଏହି ସିରିଜରେ ଖରାପ ପ୍ରଦର୍ଶନ କରିଛନ୍ତି । ତେଣୁ ଲୋକଙ୍କ ଆକ୍ରୋର ଶୀକାର ହୋଇଛି ଚୟନ ପ୍ରକ୍ରିୟା । ସୋସିଆଲ ମିଡିଆରେ ଲୋକେ ସେମାନଙ୍କ ଅସନ୍ତୋଷ ପ୍ରକାଶ କରୁଛନ୍ତି ।

Related posts

ଦିନିକିଆ ଆଉ ଏବେ ଟ୍ୱେଣ୍ଟି ଟ୍ୱେଣ୍ଟିି ସିରିଜ୍

Odisha Sports Bureau

ବିନା ବୁମରାହରେ ଓହ୍ଲାଇବ ଟିମ୍ ଇଣ୍ଡିଆ; ଭାରତ ଜିତିଲେ ବାଜବଲ ଯୁଗରେ ଇଂଲଣ୍ଡର ଐତିହାସିକ ପରାଜୟ

Odisha Sports Bureau

କୋହଲିଙ୍କ ୫୦୦ ତମ ଅନ୍ତର୍ଜାତୀୟ ମ୍ୟାଚ