Cricket

ସିଡନୀରେ ଭାରତୀୟ ଖେଳାଳିଙ୍କୁ ଦିଆଯାଉଛି ଖରାପ ଖାଦ୍ୟ

ସିଡନୀ: ସିଡନୀରେ ଭାରତୀୟ ଖେଳାଳିଙ୍କୁ ଦିଆଯାଉଛି ଖରାପ ଖାଦ୍ୟ । ଏନେଇ ଖେଳାଳିମାନେ ଅଭିଯୋଗ କରିଛନ୍ତି । ଖେଳାଳିଙ୍କୁ କେବଳ ସ୍ୟାଣ୍ଡୱିଚ୍ ଖାଇବାକୁ ଦିଆଯାଇଥିଲା । ତାହା ପୁଣି ଥଣ୍ଡା ଥିଲା ଓ ଖାଇବା ଯୋଗ୍ୟ ନଥିଲା ବୋଲି ଖେଳାଳିମାନେ ଅଭିଯୋଗ କରିଛନ୍ତି । ଅବହେଳାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ଖେଳାଳି । ୨୭ ଅକ୍ଟୋବର ନେଦରଲ୍ୟାଣ୍ଡ ଓ ଭାରତ ଭିତରେ ମ୍ୟାଚ୍ ଖେଳାଯିବାକୁ ଥିବା ବେଳେ ତା ପୂର୍ବରୁ ଦେଖାଦେଇଛି ଏଭଳି ବିବାଦ | କେବଳ ଏତିକି ନୁହେଁ ନେଟ୍ ପ୍ରାକ୍ଟିସ ପାଇଁ ମନା କରିଦେଇଛି ଭାରତ । କାରଣ ନେଟ୍ ପ୍ରାକ୍ଟିସ ସ୍ଥାନ ହୋଟେଲରୁ ୪୨ କିଲୋମିଟର ଦୂରରେ ରହିଛି । ଏତେ ଦୂରକୁ ଯାଇ ନେଟ୍ ପ୍ରାକ୍ଟିସ କରିବା ସମ୍ଭବ ନୁହେଁ ବୋଲି କହିଛି ଟିମ୍ ଇଣ୍ଡିଆ ।

ମଙ୍ଗଳବାର ଦିନ ପ୍ରାକ୍ଟିସ୍‌ ସେସନ୍‌ ସରିବା ପରେ ଟିମ୍‌ ଇଣ୍ଡିଆକୁ ଯେଉଁ ଖାଦ୍ୟ ଦିଆଯାଇଥିଲା, ତାହା ଭଲ ନଥିଲା। ଟିମ୍‌କୁ କେବଳ ସ୍ୟାଣ୍ଡ୍‌ୱିଚ୍‌ ଦିଆଯାଇଥିଲା, ତା’ବି ପୁଣି ଥଣ୍ଡା ଥିଲା। ଫଳରେ କିଛି ଖେଳାଳି ଖାଇବା ଫେରାଇ ଦେଇଥିଲେ ବୋଲି ଜଣାପଡ଼ିଛି। ପ୍ରାକ୍ଟିସ୍‌ ସେସନ୍‌ ପରେ ମେନ୍ୟୁରେ ସବୁ ଟିମ୍‌କୁ ସମାନ ଖାଦ୍ୟ ପରଷା ଯାଇଥାଏ। ହେଲେ ଭାରତୀୟ କ୍ରିକେଟ୍‌ ଟିମ୍‌କୁ ଥଣ୍ଡା ଖାଦ୍ୟ ଦିଆଯାଇଥିବା ଅଭିଯୋଗ ହୋଇଛି। BCCI ସୂତ୍ର ଅନୁସାରେ, ପ୍ରାକ୍ଟିସ୍‌ ସେସନ୍‌ ପରେ ଖେଳାଳିଙ୍କୁ ଗରମ ଖାଦ୍ୟ ଦିଆଯିବା ଅତ୍ୟନ୍ତ ଜରୁରୀ।ପ୍ରାକ୍ଟିସ୍‌ ପରେ ଟିମ୍‌କୁ ମଧ୍ୟାହ୍ନ ଭୋଜନରେ କେବଳ ଫଳ ସହ ସ୍ୟାଣ୍ଡ୍‌ୱିଚ୍‌ ଦିଆଯାଇଥିଲା। ଅପରାହ୍ଣ ୨ଟାରେ ପ୍ରାକ୍ଟିସ୍‌ ସେସନ୍‌ ଶେଷ ହୋଇଥିଲା। ଏହି ସମୟରେ ଖେଳାଳିମାନେ ପୁରା ଭୋଜନ କରିଥାନ୍ତି। କିନ୍ତୁ ଏପରି ବ୍ୟବସ୍ଥା ପରେ ଖେଳାଳିମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।

Related posts

ବଢିଲା କ୍ରିକେଟରଙ୍କ ମ୍ୟାଚ ଫି

Odisha Sports Bureau

ସ୍ପଷ୍ଟ କଲେ ସିଏସକେ ଅଧିକାରୀ, ଅବସର ନେବେ ନାହିଁ ଧୋନୀ

Odisha Sports Bureau

ଟି – ଟ୍ବେଣ୍ଟି ମ୍ୟାଚ– ଇଣ୍ଡିଜ୍ କୁ ୭୧ରନ୍ରେ ପରାସ୍ତ କଲା ଭାରତ

Odisha Sports Bureau