More Sports

ସ୍ନୁକର ବିଶ୍ୱ ଚାମ୍ପିଅନସିପ ସ୍ଥଗିତ

(ଓଡ଼ିଶା ସ୍ପୋର୍ଟସ ): ସାରା ବିଶ୍ୱ ଏବେ ମୃତ୍ୟୁର ଭାଇରସ କରୋନା କବଳରେ । ଯାହାର ସିଧାସଳଖ ପ୍ରଭାବ ଜୀବନ ଯାତ୍ରା ଉପରେ ପଡ଼ିଛି । ଚାରିଆଡ଼େ ଲକ୍ ଡ଼ାଉନ୍ ସ୍ଥିତି ଉପୁଜିଛି । ଏହି ଭାଇରସ ହେତୁ ପୂରା କ୍ରୀଡ଼ା ଜଗତ ପ୍ରଭାବିତ ହୋଇଛି । ଏହି ସମୟରେ ଅନକେ ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରୀୟ କ୍ରୀଡ଼ାର ଆୟୋଜନ କରାଯାଇଥାଏ । ହେଲେ ଚଳିତ ବର୍ଷ ଏହି ଭାଇରସ ହେତୁ ସବୁ କ୍ରୀଡ଼ାକୁ ସ୍ଥଗିତ ରଖାଯାଉଛି ।
ଏହି କ୍ରମରେ ଲଣ୍ଡନରେ ଆୟୋଜିତ ହେବାକୁ ଥିବା ସ୍ନୁକର ବିଶ୍ୱ ଚାମ୍ପିଅନସିପକୁ ସ୍ଥଗିତ ରଖାଯାଇଛି। ଆୟୋଜକମାନେ ଶୁକ୍ରବାର ଏହି ବିଷୟରେ ସୂଚନା ଦେଇଛନ୍ତି।
ଏହି ଇଭେଣ୍ଟ ଏପ୍ରିଲ ୮ ରୁ ୧୫ ପର୍ଯ୍ୟନ୍ତ ଶେଫିଲ୍ଡର ଇଂରାଜୀ ଇନଷ୍ଟିଚ୍ୟୁଟ ଅଫ୍ ସ୍ପୋର୍ଟରେ ଅନୁଷ୍ଠିତ ହେବ । ଏହା ପରେ ୧୮ ଏପ୍ରିଲରୁ ୪ ମେ ପର୍ଯ୍ୟନ୍ତ କ୍ରୁସେବଲ ଥିଏଟରରରେ ଅନ୍ତିମ ରାଉଣ୍ଡ ମ୍ୟାଚ ଅନୁଷ୍ଠିତ ହେବ ।
ୱାର୍ଲ୍ଡ ସ୍ନୁକର ଟୁର୍ କହିଛି ଯେ ବର୍ତ୍ତମାନ ଜୁଲାଇ କିମ୍ବା ଅଗଷ୍ଟରେ ଏହି ଟୁର୍ନାମେଣ୍ଟ ଆୟୋଜନ କରିବାକୁ ଚିନ୍ତା କରୁଛି।

Related posts

ଇତିହାସ ରଚିଲା ଭାରତ; ଫାଇନାଲରେ ପାକିସ୍ତାନକୁ ପରାସ୍ତ କରି ସ୍ୱର୍ଣ୍ଣ ପଦକ ହାସଲ

Odisha Sports Bureau

ସୁମ୍ମୋରଙ୍କ ଠାରୁ ଟ୍ରେନିଙ୍ଗ ନେବେ ମନିକା

Odisha Sports Bureau

ଭୁଟାନକୁ ୧୦-୧ ଗୋଲରେ ପରାସ୍ତ କରି ସୈଫ୍ ଚମ୍ପିିଆନଶିପର ଫାଇନାଲରେ ଭାରତ

Odisha Sports Bureau