More Sports

ସ୍ନୁକର ବିଶ୍ୱ ଚାମ୍ପିଅନସିପ ସ୍ଥଗିତ

(ଓଡ଼ିଶା ସ୍ପୋର୍ଟସ ): ସାରା ବିଶ୍ୱ ଏବେ ମୃତ୍ୟୁର ଭାଇରସ କରୋନା କବଳରେ । ଯାହାର ସିଧାସଳଖ ପ୍ରଭାବ ଜୀବନ ଯାତ୍ରା ଉପରେ ପଡ଼ିଛି । ଚାରିଆଡ଼େ ଲକ୍ ଡ଼ାଉନ୍ ସ୍ଥିତି ଉପୁଜିଛି । ଏହି ଭାଇରସ ହେତୁ ପୂରା କ୍ରୀଡ଼ା ଜଗତ ପ୍ରଭାବିତ ହୋଇଛି । ଏହି ସମୟରେ ଅନକେ ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରୀୟ କ୍ରୀଡ଼ାର ଆୟୋଜନ କରାଯାଇଥାଏ । ହେଲେ ଚଳିତ ବର୍ଷ ଏହି ଭାଇରସ ହେତୁ ସବୁ କ୍ରୀଡ଼ାକୁ ସ୍ଥଗିତ ରଖାଯାଉଛି ।
ଏହି କ୍ରମରେ ଲଣ୍ଡନରେ ଆୟୋଜିତ ହେବାକୁ ଥିବା ସ୍ନୁକର ବିଶ୍ୱ ଚାମ୍ପିଅନସିପକୁ ସ୍ଥଗିତ ରଖାଯାଇଛି। ଆୟୋଜକମାନେ ଶୁକ୍ରବାର ଏହି ବିଷୟରେ ସୂଚନା ଦେଇଛନ୍ତି।
ଏହି ଇଭେଣ୍ଟ ଏପ୍ରିଲ ୮ ରୁ ୧୫ ପର୍ଯ୍ୟନ୍ତ ଶେଫିଲ୍ଡର ଇଂରାଜୀ ଇନଷ୍ଟିଚ୍ୟୁଟ ଅଫ୍ ସ୍ପୋର୍ଟରେ ଅନୁଷ୍ଠିତ ହେବ । ଏହା ପରେ ୧୮ ଏପ୍ରିଲରୁ ୪ ମେ ପର୍ଯ୍ୟନ୍ତ କ୍ରୁସେବଲ ଥିଏଟରରରେ ଅନ୍ତିମ ରାଉଣ୍ଡ ମ୍ୟାଚ ଅନୁଷ୍ଠିତ ହେବ ।
ୱାର୍ଲ୍ଡ ସ୍ନୁକର ଟୁର୍ କହିଛି ଯେ ବର୍ତ୍ତମାନ ଜୁଲାଇ କିମ୍ବା ଅଗଷ୍ଟରେ ଏହି ଟୁର୍ନାମେଣ୍ଟ ଆୟୋଜନ କରିବାକୁ ଚିନ୍ତା କରୁଛି।

Related posts

୨୦୨୪ ପ୍ୟାରିସ୍ ଅଲମ୍ପିକ୍ସରେ ବ୍ରେକଡ୍ୟାନ୍ସକୁ ମିଳିଲା ସ୍ଥାନ

Odisha Sports Bureau

ବିଶ୍ୱ ତାଇକୋଣ୍ଡୋ ଚମ୍ପିଆନସିପରେ ଦୁଇ ଓଡ଼ିଆ

ଭାରତର ୨ ଯୋଡ଼ି ପୁରୁଷ ଡ଼ବଲ୍ସ ସେମିକୁ ଉନ୍ନୀତ