More Sports

ସ୍ୱର୍ଣ୍ଣ ପଦକ ଧରି ଭାରତ ମାଟିରେ ପାଦ ଦେଲେ ଦୂତୀ

(ଓଡ଼ିଶା ସ୍ପୋର୍ଟସ / ଶୁଭସ୍ମିତା ଦାଶ ) : ଓଡ଼ିଶା ପାଇଁ ଗର୍ବ ଆଣିଛନ୍ତି ଦୂତୀ ଚାନ୍ଦ । ପୁଣି ଥରେ ନିଜ କ୍ରୀଡ଼ାର ପ୍ରତିଭା ଦେଖାଇ ଦେଶ ପାଇଁ ଆଣିଛନ୍ତି ସ୍ୱର୍ଣ୍ଣ ପଦକ । ୱାଲର୍ଡ଼ ୟୁନିଭର୍ସିଟି ଗେମସ୍ , ନେପ୍ଲେସରୁ ସ୍ୱର୍ଣ୍ଣ ଜିତି ଭାରତ ଫେରିଛନ୍ତି ଧାବିକା ଦୂତି ଚାନ୍ଦ । ଭାରତର ପ୍ରଥମ ଧାବିକା ଭାବେ ଦୂତୀ ଏକ ରେକର୍ଡ଼ ନିଜ ନାଁରେ କରି ରାଜ୍ୟ ତଥା ଦେଶ ପାଇଁ ଗର୍ବ ଆଣିଦେଇଛନ୍ତି । ଆଉ କିଛି ସମୟ ପରେ ସେ ଭୁବନେଶ୍ୱର ସ୍ଥିତ ବିମାନ ବନ୍ଦରରେ ପହଞ୍ଚିବେ । ବାହାରେ ତାଙ୍କର ପ୍ରଶଂସକ ମାନେ ଅପେକ୍ଷା କରିଛନ୍ତି ।

୧୦୦ ମିଟର ସ୍ପିନ୍ଟକୁ କେବଳ ୧୧.୩୨ ସେକେଣ୍ଡରେ ଜିତିଛନ୍ତି ଦୂତୀ। ନିଜ ବ୍ୟକ୍ତିଗତ ଜୀବନର ଝଡକୁ ଦୂରରେ ରଖି ଭାରତ ପାଇଁ ଆଣିଛନ୍ତି ରେକର୍ଡ ଯେଉଁଥିପାଇଁ ଚାରିଆଡ଼ୁ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ଏପରିକି ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ମଧ୍ୟ ଏହା ସଫଳତା ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Related posts

ବିଶ୍ୱ ଦୌଡକୁଦ ପ୍ରତିଯୋଗିତାରେ ଭାରତକୁ ପ୍ରତିନିଧିତ୍ୱ କରିବେ ଓଡିଆ ପୁଅ

Odisha Sports Bureau

ତାମିଲ ଥଲାଇବାଜ ଉପରେ ଦିଲ୍ଲୀର ସହଜ ବିଜୟ

Odisha Sports Bureau

ଜୁଲାଇ ୧୭ରୁ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ପ୍ରତିଯୋଗିତା ଅନୁଷ୍ଠିତ

Odisha Sports Bureau