Hockey

ୟୁନିଟ-୧ ମାର୍କେଟରେ ପ୍ରଦର୍ଶିତ ହେଲା ହକି ବିଶ୍ୱକପ ଟ୍ରଫିର ୮ ଫୁଟ୍ର ପ୍ରତିକୃତି

କଳିଙ୍ଗ ଷ୍ଟାଡ଼ିୟମରେ ଆଉ ମାତ୍ର ୪୧ ଦିନ ପରେ ଚତୁର୍ଦଶ ପୁରୁଷ ହକି ବିଶ୍ୱକପ ପ୍ରତିଯୋଗିତା ଖେଳାଯିବ। ଓଡ଼ିଶାରେ ପ୍ରଥମ ଥର ପାଇଁ ଖେଳାଯିବାକୁ ଥିବା ପୁରୁଷ ହକି ବିଶ୍ୱକପକୁ ଅଧିକ ଲୋକପ୍ରିୟତା କରିବା ଓ ପ୍ରଚାର ପ୍ରସାର କରିବା ଲାଗି ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି। ପର୍ୟ୍ୟଟନ ବିଭାଗରୁ ଆରମ୍ଭ କରି କ୍ରୀଡ଼ା ବିଭାଗ ପର୍ୟ୍ୟନ୍ତ ସମସ୍ତେ ବିଶ୍ୱକପ ହକିର ପ୍ରଚାରରେ ଲାଗି ପଡ଼ିଛନ୍ତି। ଦେଶ ବିଦେଶରେ ବ୍ୟାପକ ପ୍ରଚାର ମଧ୍ୟ କରାଯାଉଛି। ସାରା ଓଡ଼ିଶାରେ ପ୍ରଚାର ଲାଗି ମଧ୍ୟ ପଦକ୍ଷେପ ନିଆଯାଇଛି।

ସେହିପରି ହକି ବିଶ୍ୱକପର ପ୍ରଚାର ପ୍ରସାର ଲାଗି ଭୁବନେଶ୍ୱରରେ ବିଭିନ୍ନ ସ୍ଥାନରେ ବିଶ୍ୱକପ ଟ୍ରଫିର ପ୍ରତିକୃତି ପ୍ରଦର୍ଶିତ ହେବାରେ ଲାଗିଛି। କିଟ୍, କମିଶନରେଟ ପୁଲିସ ମୁଖ୍ୟାଳୟ, ଭୁବନେଶ୍ୱର ମହାନଗର ନିଗମ, ଏକ୍ସପ୍ଲାନେଡ-୧, ସଚିବାଳୟର ପରେ ଏବେ ୟୁନିଟ-୧ ମାର୍କେଟରେ ଏହା ପ୍ରଦର୍ଶିତ ହୋଇଛି। ଏହାକୁ ମଙ୍ଗଳବାର ସନ୍ଧ୍ୟାରେ ଭୁବନେଶ୍ୱର ମହାନଗର ନିଗମ ମେୟର ଅନନ୍ତ ନାରାୟଣ ଜେନା ଉଦ୍ଘାଟନ କରିଥିଲେ। ଟ୍ରଫି ସହିତ ହକିପ୍ରେମୀ ସେଲ୍ଫି ନେବାର ମଜା ଉଠାଇଥିଲେ।

Related posts

30ରେ ସରିବ ହକି ଷ୍ଟାଡିଅମ କାର୍ଯ୍ୟ : ମୁଖ୍ୟ ଶାସନ ସଚିବ

Odisha Sports Bureau

୨୨ ଜଣିଆ ଭାରତୀୟ ମହିଳା ଦଳ ଘୋଷିତ

Odisha Sports Bureau

ହକି ବିଶ୍ୱକପ୍ କୁ ଦୃଷ୍ଟିରେ ରଖି ଆୟୋଜନ ହେବ ପ୍ରଦର୍ଶନୀ ହକି ମ୍ୟାଚ୍

Odisha Sports Bureau