More Sports

୩୦ତମ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ଦୂତୀଙ୍କୁ ସ୍ୱର୍ଣ୍ଣ

(ଓଡ଼ିଆ ସ୍ପୋର୍ଟ): ପୁଣି ଓଡ଼ିଶା ପାଇଁ ଗର୍ବ ଆଣିଲେ ଦୂତୀଚାନ୍ଦ । ଇଟାଲୀର ନାପୋଲିରେ ଚାଲିଥିବା ୩୦ତମ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ଓଡ଼ିଆ ଧାବିକା ଦୂତୀ ଚାନ୍ଦ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ୧୦୦ ମିଟର ଦୌଡ଼ରେ ପ୍ରଥମ ସ୍ଥାନ ହାସଲ କରି ଏହି ସଫଳତାର ଅଧିକାରୀ ହୋଇଛନ୍ତି। ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ୧୦୦ ମିଟରରେ ସ୍ୱର୍ଣ୍ଣ ପଦକ ହାସଲ କରିବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ ।
ଦୂତୀ ୧୧.୩୨ ସେକେଣ୍ଡରେ ୧୦୦ ମିଟର ଅତିକ୍ରମ କରିଥିଲେ । ଏହି ଦୂରତାକୁ ୧୧.୩୩ ସେକେଣ୍ଡରେ ଅତିକ୍ରମ କରି ସ୍ୱିଜରଲ୍ୟାଣ୍ଡର ଆଜ୍ଲା ଡେଲ୍ ପୋଣ୍ଟେକୁ ପଛରେ ପକାଇଥିଲେ । ପୋଣ୍ଟେ ଦ୍ୱିତୀୟ ସ୍ଥାନରେ ରହି ରୌପ୍ୟ ପଦକ ହାସଲ କରିଥିଲେ । ଦୂତୀ ସେମି ଫାଇନାଲ୍ରେ ୧୧.୪୧ ସେକେଣ୍ଡରେ ୧୦୦ ମିଟର ଦୂରତା ଅତିକ୍ରମ କରି ଫାଇନାଲ୍ ରାଉଣ୍ଡରେ ପ୍ରବେଶ କରିଥିଲେ । ଚଳିତ ସଂସ୍କରଣରେ ଏହା ହେଉଛି ଭାରତର ପ୍ରଥମ ସ୍ୱର୍ଣ୍ଣ ପଦକ ।

ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟ୍ୱିଟ୍ କରି ଦୂତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ରାଷ୍ଟ୍ରପତି କହିଛନ୍ତି, ଏହା ଦେଶ ପାଇଁ ବହୁତ ଗର୍ବର କଥା । ଏହିଭଳି ଉଭ୍ୟମ ଜାରି ରଖ ଓ ଅଲିମ୍ପିକ୍ସରେ ଏହି ସଫଳତାକୁ ଦୋହରାଇବାକୁ ଲକ୍ଷ୍ୟ ରଖ ବୋଲି ପରାମର୍ଶ ଦେଇଛନ୍ତି।

Related posts

କୋଭିଡ-୧୯ ମଧ୍ୟରେ ୧୦୦ ମିଟର ଦୌଡ଼ରେ ନନ୍ଦା

ନିୟମ ଉଲ୍ଲଘଂନ ମାନିଲେନି ମ୍ୟାରିକମ

Odisha Sports Bureau

୧୦ରୁ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ପ୍ରତିଯୋଗିତା

Odisha Sports Bureau

Leave a Comment