More Sports

ୱାର୍ଲ୍ଡ ବକ୍ସିଂ ଚମ୍ପିୟନସିପର ସେମିଫାଇନାଲରେ ମ୍ୟାରୀ

(ଓଡିଶା ସ୍ପୋର୍ଟସ):  ଋଷର ଉଲାନ ଉଦ ସହରରେ ଚାଲିଥିବା ୱାର୍ଲ୍ଡ ବକ୍ସିଂ ଚାମ୍ପିଅନସିପର କ୍ୱାଟରଫାଇନାଲରେ ପ୍ରବେଶ କରିଥିବା ମ୍ୟାରୀ ପଦକ ପକ୍କା କରିଛନ୍ତି । ଆଜି ଦେଶ ପାଇଁ ଗର୍ବ ଆଣିଥିବା ବକ୍ସର ମ୍ୟାରୀ କମ୍ ୫୧କେଜି ବକ୍ସିଂ ପ୍ରତିଯୋଗିତାର କ୍ୱାଟରଫାଇନାଲରେ କଲମ୍ବିଆର ଭିକ୍ଟୋରିଆ ଭେଲୋଲିଆଙ୍କୁ ହରାଇ ସେମିଫାଇନାଲରେ ସ୍ଥାନ ପକ୍କା କରିଛନ୍ତି । ଏହି ପଦକ ଭାରତୀୟ ବକ୍ସର ମାରିକମଙ୍କ ପାଇଁ ବିଶ୍ୱ ପ୍ରତିଯୋଗିତାରେ ଅଷ୍ଟମ ପଦକ ହେବ ।
ଏହା ପୂର୍ବରୁ ୬ଥରର ଚାମ୍ପିଆନ ମାରିକମ ଗତ ମଙ୍ଗଳବାର ଥାଇଲାଣ୍ଡର ଜୁଟାମାସ ଜିଟପୋଙ୍ଗଙ୍କୁ ୫-୦ରେ ମାତ୍ ଦେଇ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଥିଲେ ।
ଆଜି ୪୮କେଜି ବର୍ଗରେ ବକ୍ସର ମଞ୍ଜୁ ମଧ୍ୟ ନିଜର କ୍ୱାଟରଫାଇନାଲ ମ୍ୟାଚ ଖେଳିବେ । ସେ ଏକ ନମ୍ବର ଖେଳାଳି କୋରିଆର କିମ୍ ହେୟୋଙ୍ଗଙ୍କୁ ଭେଟିବେ । ଆଜିର ମ୍ୟାଚ ଜିତିଲେ ସେ ମଧ୍ୟ ପଦକ ପକ୍କା କରିବେ ।

Related posts

ଅଲିମ୍ପିକ୍ସ ପାଇଁ ଦୂତିଙ୍କୁ ଟିକେଟ

ଇଣ୍ଡିଆନ ଗ୍ରାଁ ପ୍ରି-୬ରେ ଦୂତୀଙ୍କୁ ସ୍ୱର୍ଣ୍ଣ

Odisha Sports Bureau

ଓଡ଼ିଶାକୁ ଚେସରେ ସ୍ୱର୍ଣ୍ଣ ଓ ସନ୍ତରଣରେ ରୌପ୍ୟ

Odisha Sports Bureau