(ଓଡିଶା ସ୍ପୋର୍ଟ): ଟିମ୍ ଇଣ୍ଡିଆ ୱର୍ଲ୍ଡ କପ ୨୦୧୯ର ପ୍ରଥମ ସେମିଫାଇନାଲରେ ନ୍ୟୁଜିଲାଣ୍ଡଠୁ ୧୮ ରନରେ ହାରିବା ପରେ ବାହାରି ଯାଇଥିଲା ତଥାପି ଟିମ୍ ଇଣ୍ଡିଆ ଉପରେ ଧନ ବର୍ଷା ହେବ । ଟିମ୍ ଇଣ୍ଡିଆ ଖାତାକୁ ଲକ୍ଷଲକ୍ଷ ନୁହେଁ ବରଂ ଅନେକ କୋଟି ଟଙ୍କା ପୁରସ୍କାର ରାଶି ରୂପେ ଆସିବ । ଏବଂ ଏହା ଆଇସିସି ଦେବ । ଆଇସିସି ଏଥର ୭୦ କୋଟି ଟଙ୍କା ପୁରସ୍କାର ରାଶି ରୂପେ ୱ୍ୱର୍ଲ୍ଡକପ ପାଇଁ ଜାରି କରିଛି । ଏହି ୭୦ କୋଟି ଟଙ୍କା ମଧ୍ୟରୁ ଟିମ୍ ଇଣ୍ଡିଆ ପାଇଁ ସାଢେ ୭ କୋଟି ଟଙ୍କାରୁ ଅଧିକ ରାଶି ମିଳିବ ।
ୱର୍ଲ୍ଡକପ ୨୦୧୯ରେ ଟେବଲ ଟପର ରହିବା ଏବଂ ସେମିଫାଇନାଲ ପର୍ୟ୍ୟନ୍ତ ଯାତ୍ରା କରିଥିବା ଟିମ୍ ଇଣ୍ଡିଆକୁ ଅନେକ ଟଙ୍କା ମିଳିବ । ଆକଳନ ଅନୁସାରେ ଟିମ୍ ଇଣ୍ଡିଆ ଖାତାରେ ପ୍ରାୟ ୭.୬୦ କୋଟି ଟଙ୍କା ପୁରସ୍କାର ରାଶି ରୂପେ ମିଳିବ । ଆଇସିସି ଓ କ୍ରିକେଟ୍ ୱର୍ଲ୍ଡକପ୍ ଅର୍ଗନାଇଜର୍ସ ଅନୁସାରେ ଟିମ୍ ଇଣ୍ଡିଆକୁ ୭.୬୦ କୋଟି ୩ ଅଲଗା ଅଲଗା ଆଧାରରେ ମିଳିବ । ଆସନ୍ତୁ ଜାଣିବା ଟିମ୍ ଇଣ୍ଡିଆକୁ କାହିଁକି ଏହି ପୁରସ୍କାର ରାଶି ମିଳିବ ।
ୱର୍ଲ୍ଡ କପ ୨୦୧୯ର ବିଜେତା ଟିମକୁ ୨୮ କୋଟି ଟଙ୍କା, ଏକ ଟ୍ରଫି ଏବଂ ଖେଳାଳୀଙ୍କୁ ୱିନର ବ୍ୟାଚ୍ ମିଳିବ । ୱର୍ଲ୍ଡ କପ ୨୦୧୯ର ରନର୍ସଅପ ଟିମକୁ ୧୪ କୋଟି ଟଙ୍କା ଏବଂ ଖେଳାଳୀଙ୍କୁ ରନରଅପ ବ୍ୟାଜ୍ ମିଳିବ । ୱର୍ଲ୍ଡ କପ ୨୦୧୯ର ପ୍ରଥମ ସେମିଫାଇନାଲର ଉପବିଜେତା ଟିମ(ଭାରତ)କୁ ପ୍ରାୟ ୫.୫ କୋଟି ଟଙ୍କା ଏବଂ ୱର୍ଲ୍ଡ କପ ୨୦୧୯ର ୨ୟ ସେମିଫାଇନାଲ ଉପବିଜେତା ଟିମ(ଅଷ୍ଟ୍ରେଲିଆ)କୁ ପ୍ରାୟ ୫.୫ କୋଟି ଟଙ୍କା ମିଳିବ ।
previous post
next post