Cricket

ଚତୁର୍ଥ ମ୍ୟାଚରେ ପୁଣି ଭାରତର ସୁପର ବିଜୟ

(ଓଡିଶା ସ୍ପୋର୍ଟ): ପୁଣି ଭାରତ ଓ ନ୍ୟୁଜିଲାଣ୍ଡ ଟି-୨୦ ସିରିଜ୍ ରୋମାଞ୍ଚକର । ତୃତୀୟ ମ୍ୟାଚ୍ ଭଳି ଚତୁର୍ଥ ମ୍ୟାଚ୍ ବି ସୁପର ଓଭର୍ରେ ଫଇସଲା । ସୁପର ଓଭର୍ରେ ନ୍ୟୁଜିଲାଣ୍ଡ ୧୩ ରନ୍ କରିଥିଲା । ଜବାବ ଦେବାକୁ ଆସିଥିଲେ କେ.ଏଲ୍ ରାହୁଲ ଓ ଅଧିନାୟକ ବିରାଟ କୋହଲି । ପ୍ରଥମ ବଲ୍କୁ ରାହୁଲ ଛକା ମାରିଥିଲେ ଏବଂ ଦ୍ୱିତୀୟ ବଲ୍ରେ ଚୌକା ମାରିଲେ । ତେବେ ତୃତୀୟ ବଲ୍ରେ ଆଉଟ୍ ହୋଇଗଲେ । ଚତୁର୍ଥ ବଲ୍ର ସାମନା କରିଥିଲେ ବିରାଟ । ସେ ଏଥିରେ ୨ ରନ୍ ନେଇଥିଲେ । ଶେଷ ୨ ବଲ୍ରେ ୨ ରନ୍ ଦରକାର ଥିଲା । ବିରାଟ ଚୌକା ମାରି ଦଳକୁ ଜିତାଇ ଦେଇଥିଲେ । ବର୍ତ୍ତମାନ ୫ ମ୍ୟାଚ୍ ବିଶିଷ୍ଟ ସିରିଜ୍ରେ ନ୍ୟୁଜିଲାଣ୍ଡ ଠାରୁ ଭାରତ ୪-୦ରେ ଆଗୁଆ ରହିଛି ।
ପ୍ରଥମେ ଭାରତ ବ୍ୟାଟିଂ କରି ୮ ଓ୍ଵିକେଟ୍ରେ ୧୬୫ ରନ୍ କରିଥିଲା । ପରେ ନ୍ୟୁଜିଲାଣ୍ଡ ଦଳ ୭ ଓ୍ଵିକେଟ୍ ବିନିମୟରେ ସମାନ ୧୬୫ ରନ କରିଥିଲା। ମ୍ୟାଚ୍ ଟାଇ ରହିବା ପରେ ସୁପର ଓଭରର ସହାୟତା ନିଆଯାଇଥିଲା। ଗତ ମ୍ୟାଚ୍ ଭଳି ଏହି ମ୍ୟାଚ୍ରେ ମଧ୍ୟ ନ୍ୟୁଜିଲାଣ୍ଡ ଜିତିବାର ସବୁ ସମ୍ଭାବନା ଉଜ୍ଜ୍ୱଳ କରିବା ପରେ ଠିକ୍ ଶେଷ ଓଭରରେ ଅଚାନକ ଏହାର ଇନିଂସ୍ ଭୁଶୁଡ଼ି ପଡ଼ିଥିଲା । ଶାର୍ଦ୍ଦୁଲ ଠାକୁର ପ୍ରଥମ ବଲ୍ରେ ରଜ୍ ଟେଲରଙ୍କୁ, ତୃତୀୟ ବଲ୍ରେ ଟିମ୍ ସିଫେର୍ଟଙ୍କୁ, ପଞ୍ଚମ ବଲ୍ରେ ଡାରୀଲ ମିଚଲଙ୍କୁ ଆଉଟ୍ କରିବା ପରେ ସାଣ୍ଟନର ଶେଷ ବଲ୍ରେ ରନ୍ ଆଉଟ୍ ହୋଇଥିଲେ ।

Related posts

ବିଶ୍ୱକପ ପାଇଁ ଆମେ ପ୍ରସ୍ତୁତ: ଧାଓ୍ଵନ

Odisha Sports Bureau

୧୪ ଦିନ ହୋମ୍ ଆଇସୋଲେସନରେ ରହିବେ ଦକ୍ଷିଣଆଫ୍ରିକା ଖେଳାଳୀ

Odisha Sports Bureau

ଇଣ୍ଡିଆ-ନିୟୁଜଲ୍ୟାଣ୍ଡ:ପାର୍ଥାବ ପଟେଲ ଶତକରୁ ବଞ୍ଚିତ, ଭାରତ ଏ ସଂଗ୍ରହ କଲା ବିଶାଳ ସ୍କୋର, ଭାରତୀୟ ବୋଲର୍ କରିଲେ ନିରାଶ

Odisha Sports Bureau