Cricket

ଗୋଟିଏ ଓଭରରେ ୭ ଛକା, ୪୩ ରନ୍; ରେକର୍ଡ କଲେ ଋତୁରାଜ

ମୁମ୍ବାଇ : କ୍ରିକେଟ୍ ଇତିହାସରେ ଆପଣ, ୬ ବଲରେ ୬ ଛକା ଶୁଣିଥିବେ । କିନ୍ତୁ ଗୋଟିଏ ଓଭରରେ ୭ ଛକା ସହ ମୋଟ ୪୩ ରନ କରି ଘରୋଇ କ୍ରିକେଟରେ ଏକ ନୂଆ ରେକର୍ଡ କରିଛନ୍ତି ବ୍ୟାଟର ଋତୁରାଜ ଗାଏକ୍ବାଡ୍ । ବିଜୟ ହଜାରେ ଟ୍ରଫିରେ ସୋମବାର ଏହି ରେକର୍ଡ ଦେଖିବାକୁ ମିଳିଛି । ତେବେ ତୁରାଜ ଗାଏକ୍ୱାଡ ସବୁ ବୋଲରମାନଙ୍କୁ ଧୁଲେଇ କରିବା ସହିତ ମାତ୍ର ୧୫୯ ବଲରୁ ୨୨୦ ରନର ଦ୍ୱି-ଶତକୀୟ ତୁଫାନୀ ଇନିଂସ ମଧ୍ୟ ଖେଳିଛନ୍ତି ।

ମ୍ୟାଚର ୪୯ ତମ ଓଭରରେ ସେ ଉତ୍ତରପ୍ରଦେଶର ଶିବା ସିଂଙ୍କ ବଲରେ ଏପରି ନିର୍ଦ୍ଦୟ ପ୍ରହାର କରିଥିଲେ । ଏହା ଫଳରେ ମହାରାଷ୍ଟ୍ର ୫୦ ଓଭରରେ ୩୩୦ ରନ କରିପାରିଥିଲା । ୪୯ ତମ ଓଭରରେ ଗାଏକ୍ବାଡ୍ ଲଗାତାର ଛକା ମାରୁଥିବାବେଳେ ୫ମ ବଲଟି ନୋ ବଲ ହୋଇଥିଲା । ସେଥିରେ ବି ସେ ଏକ ଛକା ମାରିଥିଲେ । ଗୋଟିଏ ପ୍ରଥମ ଶ୍ରେଣୀ କ୍ରିକେଟ ମ୍ୟାଚରେ ଗୋଟିଏ ଓଭରରେ ଏତେ ରନ କରିବାରେ ସେ ବିଶ୍ବ ରେକର୍ଡର ସମକକ୍ଷ ହୋଇଛନ୍ତି |

Related posts

ଜୟପୁରର ସୱାଇ ମାନସିଂହ ଷ୍ଟାଡ଼ିୟମରେ ଖେଳାଯିବ ଆଇପିଏଲର ୨୪ ତମ ମ୍ୟାଚ

Odisha Sports Bureau

ଟି ୨୦ ବିଶ୍ୱକପର ସେମିଫାଇନାଲରେ ମ୍ୟାଚ୍ ପାଇଁ କୌଣସି ରିଜର୍ଭ ଦିନ ରଖାଯାଇ ନାହିଁ

ଶ୍ରୀଲଙ୍କାରେ ଖେଳାଯିବ  ଭାରତ ଏବଂ ପାକିସ୍ତାନ ମଧ୍ୟରେ  ଏସିଆ କପ