Cricket

ଆଜି ବୀରେନ୍ଦ୍ର ସେହେୱାଗଙ୍କ ୪୦ତମ ଜନ୍ମଦିନ

ଟିମ ଇଣ୍ଡିଆର ସାହସୀ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହେୱାଗ ଆଜି ନିଜର ୪୦ତମ ଜନ୍ମଦିନ ପାଳନ କରୁଛନ୍ତି । ଯଦିଓ ସେହେୱାଗ କ୍ରିକେଟରୁ ଅବସର ନେଇ ସାରିଛନ୍ତି, ତଥାପି ତାଙ୍କର ବିସ୍ଫୋରକ ବ୍ୟାଟିଂକୁ କ୍ରିକେଟ ପ୍ରେମୀ ଭୁଲି ପାରି ନାହାନ୍ତି ।

ବର୍ଷ ୧୯୭୮ ଅକ୍ଟୋବର ୨୦ରେ ସେହେୱାଗ ହରିୟାଣାର ଏକ ଜାଠ ପରିବାରରେ ଜନ୍ମଲାଭ କରିଥିଲେ । ସେ ଥିଲେ ମା-ବାପାଙ୍କ ୩ୟ ସନ୍ତାନ । ନିଜର ଭିନ୍ନ ରୁଚିର ଖେଳ ପାଇଁ ଦର୍ଶକଙ୍କୁ ଆକର୍ଷଣ କରୁଥିଲେ । ସେଥିପାଇଁ ତାଙ୍କୁ ପ୍ରଶଂସକ ଭିନ୍ନ ଭିନ୍ନ ନାମରେ ଡାକିଥାନ୍ତି । କେହି କେହି ବୀରୁ କହୁଥିବା ବେଳେ ଅନେକ ପ୍ରଶଂସକ ‘ନଜଫଗଡ଼ର ନବାବ’ ବୋଲି ସମ୍ବୋଧନ କରିଥାନ୍ତି ।

୨୦୦୪ମାର୍ଚ୍ଚ ୨୮ରେ ପାକିସ୍ତାନର ମୁଲତାନ ଟେଷ୍ଟରେ ତ୍ରି-ଶତକ ହାସଲ କରିଥିଲେ । ଏହି ମ୍ୟାଚରେ ବୀରୁ ୩୦୯ ରନ ଯୋଡ଼ିଥିଲେ । ଏହା ବ୍ୟତୀତ ସେହେୱାଗ ୨୦୦୮ରେ ତ୍ରି-ଶତକ ଯୋଡ଼ିଥିଲେ । ଚେନ୍ନାଇର ଏମ ଚିଦାମ୍ବରମ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ସେ ୩୧୯(୪୨ ଚୌକା ଓ ୫ ଛକା) ରନ ସଂଗ୍ରହ କରିଥିଲେ ।

Related posts

ତୃତୀୟ ଥର ପାଇଁ ପିଙ୍କ ବଲ ଟେଷ୍ଟ ଖେଳିବ ଭାରତ

Odisha Sports Bureau

ଆଫ୍ରିଦିଙ୍କୁ ଟି -୨୦ ବିଶ୍ୱକପ୍ ଟୁର୍ନାମେଣ୍ଟ ଆମ୍ବାସଡର କଲେ ଆଇସିସି; ଯୁବରାଜଙ୍କ ପରେ ଆଫ୍ରିଦିଙ୍କୁ ମିଳିଲା ଏହି ଦାୟିତ୍ୱ

Odisha Sports Bureau

ଯୁବ ଖେଳାଳିଙ୍କୁ ମିଳୁ ସୁଯୋଗ