Badminton

ସାଇନା, ସିନ୍ଧୁ ଓ କିଡାମ୍ବି ଫ୍ରେଚ ଓପନରେ କ୍ୱାର୍ଟର ଫାଇନାଲରେ

 ଭାରତୀୟ ଷ୍ଟାର ବ୍ୟାଡ୍‌ମିଣ୍ଟନ ଖେଳାଳି ସାଇନା ନେହ୍ବାଲ, ପି. ଭି. ସିନ୍ଧୁ ଓ କିଡାମ୍ବି ଶ୍ରୀକାନ୍ତ ପ୍ୟାରିସଠାରେ ଚାଲିଥିବା ଫ୍ରେଞ୍ଚ ଓପନ ବିଡବ୍ଲ୍ୟୁଏଫ୍‌ ଟୁର ସୁପର ୭୫୦ ଟୁର୍ନାମେଣ୍ଟର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଗୁରୁବାର ଖେଳାଯାଇଥିବା ମ୍ୟାଚ୍‌ରେ ସାଇନା ଜାପାନିଜ ଖେଳାଳି ନାଜୋମି ଓକୁହରାଙ୍କୁ ୧୦-୨୧, ୨୧-୧୪, ୨୧-୧୭ ଗେମ୍‌ରେ ହରାଇ ଦେଇଛନ୍ତି। ଲଣ୍ଡନ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକଧାରୀ ସାଇନା ପ୍ରଥମ ଗେମ୍‌ରେ ପରାଜିତ ହେବା ପରେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଥିଲେ । ୨୮ ବର୍ଷୀୟା ଖେଳାଳି ଏବେ ଚମତ୍କାର ଫର୍ମରେ ଅଛନ୍ତି। ଗତ ଦୁଇ ସପ୍ତାହ ମଧ୍ୟରେ ଓକୁହରାଙ୍କ ବିପକ୍ଷରେ ସାଇନାଙ୍କ ଏହା କ୍ରମାଗତ ୨ୟ ବିଜୟ। ସେ ଆଗାମୀ ମ୍ୟାଚ୍‌ରେ ଚାଇନାର ତାଇ ଜୁ ୟିଙ୍ଗଙ୍କୁ ଭେଟିବେ। ବିଶ୍ୱର ନଂ ୧ ଖେଳାଳିଙ୍କ ବିପକ୍ଷରେ ଦୀର୍ଘ ୫ ବର୍ଷ ପରେ ପ୍ରଥମ ବିଜୟ ଲାଗି ଲଢ଼ିବେ ସାଇନା। ରିଓ ଅଲିମ୍ପିକ୍ସ ରୌପ୍ୟ ପଦକଧାରୀ ସିନ୍ଧୁ ୨୧-୧୭, ୨୧-୧୬ ଗେମ୍‌ରେ ଅନ୍ୟତମ ଜାପାନିଜ ଖେଳାଳି ସାୟାକା ସାଟୋଙ୍କୁ ପରାସ୍ତ କରିଛନ୍ତି। ଏହାପରେ ପୁରୁଷ ସିଙ୍ଗଲ୍ସ ବର୍ଗର ଡିଫେଣ୍ଡିଂ ଚାମ୍ପିୟନ ଶ୍ରୀକାନ୍ତ କ୍ରମାଗତ ଦୁଇଟି ପରାଜୟ ପରେ ଦକ୍ଷିଣ କୋରିଆର ଡଙ୍ଗ କେଉନ ଲିଙ୍କୁ ହରାଇବାରେ ସକ୍ଷମ ହୋଇଛନ୍ତି। ପୂର୍ବତନ ଶୀର୍ଷ ର଼୍ୟାଙ୍କଧାରୀ ଭାରତୀୟ ଖେଳାଳି ୧୨-୨୧, ୨୧-୧୬, ୨୧-୧୮ ଗେମ୍‌ରେ ଡଙ୍ଗ କେଉନଙ୍କୁ ପରାସ୍ତ କରିଛନ୍ତି। ଶ୍ରୀକାନ୍ତ ଆଗାମୀ ପର୍ୟ୍ୟାୟରେ ଜାପାନର କେଣ୍ଟୋ ମୋମୋଟାଙ୍କ ସହ ମୁକାବିଲା କରିବେ। ଜାପାନିଜ ଖେଳାଳିଙ୍କ ବିପକ୍ଷରେ ବିଶ୍ୱର ୬ଷ୍ଠ ର଼୍ୟାଙ୍କ ଶ୍ରୀକାନ୍ତଙ୍କ ହାର-ଜିତ ରେକର୍ଡ ୯-୩ ରହିଛି। ୨୦୧୫ଠାରୁ ଜାପାନିଜ୍‌ ଖେଳାଳିଙ୍କ ବିପକ୍ଷରେ ଶ୍ରୀକାନ୍ତ କ୍ରମାଗତ ୬ ମୁକାବିଲାରେ ପରାଜିତ ହୋଇସାରିଛନ୍ତି।

Related posts

ୟୁରୋପିୟ ଓପନର ସେମିଫାଇନାଲରେ ପ୍ରବେଶ କଲେ ଏଣ୍ଡି ମରେ

Odisha Sports Bureau

ଅନ୍ତରାଷ୍ଟ୍ରିୟ ଫର୍ଚ୍ୟୁନ୍ ବ୍ୟାଡମିଣ୍ଟନ ସିରିଜର ଟାଇଟଲ୍ ଜିତିଲେ ମାଲବିକା

Odisha Sports Bureau

ବିଶ୍ବର ଶ୍ରେଷ୍ଠ ୨୫ ଆୟକାରୀ ମହିଳା ଆଥ୍ଲେଟଙ୍କ ତାଲିକାରେ ସ୍ଥାନ ପାଇଛନ୍ତି ପିଭି ସିନ୍ଧୁ

Odisha Sports Bureau