Cricket

୫୩୨ତମ ଟେଷ୍ଟ ମ୍ୟାଚ୍ ରେ ଭାରତର ବିଜୟ

(ଓଡିଶା ସ୍ପୋର୍ଟ): ମେଲବର୍ଣ୍ଣ ଟେଷ୍ଟରେ ଅଷ୍ଟ୍ରେଲିଆକୁ ୧୩୭ ରନ୍ ହରାଇ ଭାରତ ଜିତି ଯାଇଛି। ଏହି ବିଜୟ ସହିତ ଭାରତ ଟେଷ୍ଟ ମ୍ୟାଚ୍ ଇତିହାସରେ ପଞ୍ଚମ ଦେଶ ଭାବେ ଏହି ଫର୍ମାଟ୍ରେ ୧୫୦ତମ ବିଜୟ ହାସଲ କରିଛି। ଏହା ସହିତ ଦଳ ଅଷ୍ଟ୍ରେଲିଆ, ଇଂଲଣ୍ଡ, ୱେଷ୍ଟଇଣ୍ଡିଜ୍ ଓ ଦକ୍ଷିଣ ଆଫ୍ରିକା ରହିଥିବା କ୍ଲବ୍ରେ ସାମିଲ ହୋଇପାରିଛି। ଭାରତ ପୂର୍ବରୁ ଏହି ସବୁ ଦେଶ ଏହି ମାଇଲଖୁଣ୍ଟ ପାର କରି ସାରିଛନ୍ତି।

ଭାରତ ତା’ର ୫୩୨ତମ ଟେଷ୍ଟ୍ ମ୍ୟାଚ୍ରେ ଏହି ସଫଳତା ପାଇଛି। ଅଷ୍ଟ୍ରେଲିଆ ୩୮୪ ଟେଷ୍ଟ୍ ମ୍ୟାଚ୍ ଜିତି ସାରିଥିବା ବେଳେ ଇଂଲଣ୍ଡ ୩୬୪, ୱେଷ୍ଟଇଣ୍ଡିଜ୍ ୧୭୧ ଓ ଦକ୍ଷିଣ ଆଫ୍ରିକା ୧୬୨ଟି ମ୍ୟାଚ୍ ଜିତିଛନ୍ତି।

ଅଷ୍ଟ୍ରେଲିଆ ଏଯାବତ ୨୨୨ଟି ଟେଷ୍ଟ୍ ମ୍ୟାଚ୍ ହାରିଛି। ସେହିଭଳି ଇଂଲଣ୍ଡ ୨୯୮ଟି ମ୍ୟାଚ୍ ହାରିଛି।
ମେଲବର୍ଣ୍ଣରେ ଭାରତ ଆଜିକୁ ମିଶାଇ ମୋଟ ୩ଟି ଟେଷ୍ଟ୍ ମ୍ୟାଚ୍ ଜିତିଛି। ଏହା ପୂର୍ବରୁ ୩୭ ବର୍ଷ ତଳେ ଦଳକୁ ଏଠାରେ ବିଜୟ ମିଳିଥିଲା। ସେହିପରି ମେଲବର୍ଣ୍ଣ ବିଜୟକୁ ମିଶାଇ ଅଷ୍ଟ୍ରେଲିଆରେ ଭାରତ ମୋଟ ୭ ଥର ଟେଷ୍ଟ୍ ମ୍ୟାଚ୍ ଜିତିଛି। ଚଳିତ ସିରିଜ୍ରେ ଭାରତ ଦୁଇଟି ମ୍ୟାଚ୍ ଜିତିବାକୁ ସକ୍ଷମ ହୋଇଥିଲା ବେଳେ ୧୯୭୭-୭୮ରେ ବିଶନ ସିଂହ ବେଦୀଙ୍କ ନେତୃତ୍ୱରେ ବି ଦଳ ଗୋଟିଏ ସିରିଜ୍ରେ ଦୁଇଟି ମ୍ୟାଚ୍ ଜିତିଥିଲା।

Related posts

BCCI ଉପରେ ଅସନ୍ତୋଷ ପ୍ରକାଶ କଲେ ବିରାଟ

ନୂଆ ଜର୍ସିରେ ନଜର ଆସିବେ LSG

ଟି- ୨୦ ସିରିଜରୁ ବାଦ ପଡିଲେ ଶ୍ରୀଲଙ୍କା ବୋଲର ନୂଆନ ତୁଷାର