Tennis

ବିଦାୟ ନେଲେ ଟେନିସ୍ ତାରକା ନୋଭାକ୍ ଜୋକଭିଚ୍ କତାର

(ଓଡିଶା ସ୍ପୋର୍ଟ): ସେମିଫାନାଲ୍ରୁ ଅପ୍ରତ୍ୟାଶିତ ଭାବେ ବିଦାୟ ନେଇଛନ୍ତି ବିଶ୍ୱର ଷ୍ଟାର ଟେନିସ୍ ତାରକା ନୋଭାକ୍ ଜୋକଭିଚ୍ କତାର । ଏହି ମ୍ୟାଚ୍ରେ ଜୋକଭିଚ୍ ଏବଂ ରବର୍ଟଙ୍କ ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା। ତାଙ୍କୁ ବିଶ୍ୱର ୨୪ ନଂ ଖେଳାଳି ରବର୍ଟ ବାଉଟିଷ୍ଟା ଅଗୁଟ ସେମି ଫାଇନାଲ୍ରେ ୬-୩, ୬-୭ ଓ ୬-୪ ସେଟ୍ରେ ପରାସ୍ତ କରି କତାର ଓପନରୁ ବିଦା କରିଛନ୍ତି ।

ଦୀର୍ଘ ୨ ଘଣ୍ଟା ୩୦ ମିନିଟ୍ ଧରି ଚାଲିଥିବା ମୁକାବିଲାରେ ରବର୍ଟ ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରି ଜୋକଭିଚ୍ଙ୍କୁ ପରାସ୍ତ କରିଦେଇଥିଲେ। ସ୍ପେନ୍ର ତାରକା ରବର୍ଟ କହିଛନ୍ତି, “ ମୁଁ କେବେ ହେଲେ ଏଭଳି ବିଜୟ ପାଇବି ବୋଲି ଆଶା କରି ନଥିଲି। ମୁଁ ସାରା ଜୀବନ ଏହାକୁ ମନେରଖିବି।”
ପରାଜୟ ପରେ ଜୋକଭିଚ୍ ନିଜର ହତାଶାଭାବ ପ୍ରକାଶ କରିଥିଲେ।

Related posts

ଭାରତୀୟ ଫେଡ୍ କପ୍ ଟିମରେ ସାନିଆ

Odisha Sports Bureau

କଳିଙ୍ଗ ଷ୍ଟାଡିୟମ୍ ରେ ଆରମ୍ଭ ହୋଇଛି ଆଇ ଟି ଏଫ୍ ବିଶ୍ଵ ଟେନିସ ଟୁର୍

Odisha Sports Bureau

ଟେନିସ୍ ମ୍ୟାଚରେ ବେଟିଙ୍ଗ୍: ୟୁକ୍ରେନ ଖେଳାଳି ଷ୍ଟାନିସ୍ଲାଭ ପପ୍ଲାଭସ୍କିଙ୍କୁ ନିଷେଧ

Odisha Sports Bureau