Football

ଭାରତୀୟ ଫୁଟବଲ ମୁଖ୍ୟ କୋଚ ଷ୍ଟିଫେନଙ୍କ ଇସ୍ତଫା

(ଶିଳାସ୍ମିତା ରାୟ): ଭାରତୀୟ ଫୁଟବଲ୍ ଦଳର ମୁଖ୍ୟ କୋଚ ଷ୍ଟିଫେନ୍ କୋନ୍ଷ୍ଟାଣ୍ଟିନେ ଗତକାଲି ତାଙ୍କର ଇସ୍ତଫା ଘୋଷଣା କରିଛନ୍ତି। ଏଏଫ୍ସି ଏସୀୟ କପ୍ରେ ବାହାରିନ୍ଠୁ ଭାରତର ପରାଜୟ ଷ୍ଟିଫେନଙ୍କୁ ମର୍ମାହତ କରିଥିଲା । ଏଥିନେଇ ସେ ନୈତିକାତା ଦୃଷ୍ଟିରୁ ନିଜର ଇସ୍ତଫା ଘୋଷଣା କଲେ । ଇସ୍ତଫ ଘୋଷଣା ଅବସରରେ ତାଙ୍କ ଆଖିରେ ଲୁହ ଦେଖିବାକୁ ମିଳିଥିଲା। ବାହାରିନ୍ ସହ ମ୍ୟାଚ ଅମୀମାଂସିତ ରଖିଥିଲେ ଭାରତ ୫୩ ବର୍ଷ ପରେ ନକ୍ଆଉଟ୍ ପର୍ୟ୍ୟାୟକୁ ଉନ୍ନୀତ ହୋଇ ଇତିହାସ ରଚିଥାନ୍ତା। ହେଲେ ତାହା ସମ୍ଭବ ହେଲାନି। ତେଣୁ ସେ ପଦ ଛାଡୁଥିବା କହିଥିଲେ। ଅବଶିଷ୍ଟ ସମୟ ପରିବାର ସହ ବିତେଇବାକୁ ଚାହୁଁଥିବା ଷ୍ଟିଫେନ ସାମ୍ବାଦିକମାନଙ୍କୁ ଜଣାଇଥିଲେ। ଷ୍ଟିଫେନଙ୍କ ଇସ୍ତଫାକୁ ସର୍ବଭାରତୀୟ ଫୁଟବଲ୍ ସଂଘ (ଏଆଇଏଫ୍ଏଫ୍) ଗ୍ରହଣ କରିନେଇଥିବା ତା’ର ଅଫିସିଆଲ ଟ୍ବିଟରରେ ଉଲ୍ଲେଖ କରିଛି।

ଭାରତୀୟ ଦଳ ପାଇଁ ଷ୍ଟିଫେନ ଦ୍ୱିତୀୟଥର ପାଇଁ କୋଚ ହୋଇଥିଲେ । ଏହା ପୂର୍ବରୁ ସେ ୨୦୦୨ରୁ ୨୦୦୫ ପର୍ୟ୍ୟନ୍ତ ସେ କୋଚ ଥିଲେ। ପରେ ୨୦୧୫ରେ ନେଦରଲାଣ୍ଡ୍ର ୱିମ୍ଭରମ୍ୟାନ୍ସଙ୍କ ବିଦାୟ ପରେ ସେ ଦ୍ବିତୀୟ ଥର ପାଇଁ ପଦକୁ ଫେରିଥିଲେ। ତାଙ୍କର ଏହି କାର୍ୟ୍ୟକାଳ ମଧ୍ୟରେ ଭାରତୀୟ ଦଳ ଫିଫା ମାନ୍ୟତାରେ ତା’ର ଦ୍ୱିତୀୟ ସର୍ବୋଚ୍ଚ ମାନ୍ୟତା ଭାବେ ୯୬ରେ ପହଞ୍ଚିଥିଲା ଯାହା ୧୭୩ତମ ଥିଲା।

Related posts

ରଣବୀରଙ୍କ ସ୍ୱପ୍ନରେ ଆସନ୍ତି ମେସି

ଫିଫା ବିଶ୍ୱକପ୍‌ ଯୋଗ୍ୟତା ପର୍ୟ୍ୟାୟ: ସ୍ଥାନ ପାଇଲେ ଏହି ନୂଆଁ ଖେଳାଳି

Odisha Sports Bureau

୧୬ନଂ ଜର୍ସିକୁ ଦିଆଜିବ ଅବସର

Odisha Sports Bureau