Shooting

ଅଭିନବ ବିନ୍ଦ୍ରା ଟାର୍ଗେଟ ପର୍ଫର୍ମାନ୍ସ ସେଣ୍ଟର ଉଦଘାଟିତ

(ଓଡିଶା ସ୍ପୋର୍ଟ): କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ସଂଧ୍ୟାରେ ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ବିଜେତା ବନ୍ଧୁକ ଚାଳକ ଅଭିନବ ବିନ୍ଦ୍ରା ସ୍ଥାପନ କରିଥିବା ଅଭିନବ ବିନ୍ଦ୍ରା ଟାର୍ଗେଟ ପର୍ଫର୍ମାନ୍ସ ସେଣ୍ଟର ବା ଏବିଟିପିକୁ ଉଦଘାଟନ କରିଛନ୍ତି। ରାଜ୍ୟ ସରକାର ଏହି ବିଶ୍ବସ୍ତରୀୟ କ୍ରୀଡ଼ା ବିଜ୍ଞାନ ତଥା ବୈଷୟିକ କେନ୍ଦ୍ର ଲାଗି କଳିଙ୍ଗ ଷ୍ଟାଡିୟମ୍ ହକି କଂପ୍ଲେକ୍ସର ଦକ୍ଷିଣ ଗ୍ୟାଲେରିର ତଳ ମହଲାକୁ ଆବଣ୍ଟନ କରିଥିଲା ବେଳେ ବିନ୍ଦ୍ରା ଓ ତାଙ୍କ ସଂସ୍ଥା ଏହାର ପରିଚାଳନା ତଥା ପ୍ରଶିକ୍ଷଣ ଦାୟିତ୍ବ ନେଇଛନ୍ତି। ଏଠାରେ ରାଜ୍ୟର ଉଦୀୟମାନ ତଥା ପ୍ରତିଷ୍ଠିତ ଖେଳାଳି ବିଜ୍ଞାନ ସମ୍ମତ ଉପାୟରେ ନିଜ ଶରୀରର ଦକ୍ଷତା ତଉଲିବା ଏବଂ ଆଘାତ ଜନିତ ସମସ୍ୟା ଦୂର କରିବାର ସୁଯୋଗ ପାଇବେ। ଆଘାତ ଜନିତ ସମସ୍ୟା ପରିଚାଳନା ଓ ଏହାର ପ୍ରତିଶେଧକ ବ୍ୟବସ୍ଥା ପାଇଁ ଓଡ଼ିଶା ସହ ବାହାର ଖେଳାଳିମାନେ ଏହି କେନ୍ଦ୍ରରେ ଥିବା ଆଧୁନିକ ଜ୍ଞାନ କୌଶଳ ଯୁକ୍ତ ସାଜ ସଂରଜାମ ଏବଂ ମେସିନର ସହାୟତା ନେଇ ପାରିବେ। ଏହି କେନ୍ଦ୍ରରେ ବିକାଶଶୀଳ ଦେଶର କ୍ରୀଡ଼ାବିତ୍ମାନେ ନିଜ ପ୍ରଦର୍ଶନରେ ଉନ୍ନତି ଆଣିବା ଲାଗି ବ୍ୟବହାର କରୁଥିବା କ୍ରାଓ ଚାମ୍ବର, ବାଇଓ ମେକାନିକ୍ସ ଓ ପଶ୍ଚୁରାଲ ଲ୍ୟାବ, ପ୍ରୋକିନ୍, ପୋଶ୍ଚୁରାଲ ବେଞ୍ଚ, ବାଲାନ୍ସ ଟ୍ରଙ୍କ, ଜେଟ୍ ଆଣ୍ଡ ରନ୍ ଲ୍ୟାବ୍, ଫଙ୍କସନାଲ ଟେଷ୍ଟିଂ ଆଣ୍ଡ ଟ୍ରେନିଂ ଲ୍ୟାବ୍, ଡି ୱାଲ, ଈଶୋ ସିଫ୍ଟ, ଇଏମଏସ୍, ସାଇକୋଲୋଜିକାଲ ଟେଷ୍ଟିଂ ଲ୍ୟାବ୍ ଏବଂ ରିହାବିଲିଟେସନ୍ ବ୍ୟବସ୍ଥା ରହିଛି। ସେହିଭଳି ଏହି କେନ୍ଦ୍ରରେ ରାଜ୍ୟ ସରକାରଙ୍କ ପ୍ରାୟୋଜିତ ୧୫୦୦ ଖେଳାଳିଙ୍କ କ୍ରୀଡ଼ା ତଥ୍ୟ ସଂରକ୍ଷିତ କରି ରଖାଯିବ।

Related posts

ଶୁଟିଂ ବିଶ୍ୱକପରେ ଭାଗ ନେବନି ପାକିସ୍ତାନ ଟିମ

Odisha Sports Bureau

ସୁଟିଙ୍ଗ୍ ୱାର୍ଲଡ କପରେ ସ୍ୱର୍ଣ୍ଣ, ରୌପ୍ୟ ଏବଂ ବ୍ରୋଞ୍ଜ ପଦକ ଜିତିଥିବା ଖେଳାଳୀଙ୍କ ସଂଘର୍ଷମୟ କାହାଣୀ

Odisha Sports Bureau

ରାଷ୍ଟ୍ରୟ ସୁଟିଙ୍ଗ୍ ଟ୍ରୟଲ୍ସରେ ବାଜି ମାରିଲେ ମେହୁଲି

Odisha Sports Bureau