Cricket

ସହିଦଙ୍କ ନାମରେ ଆଇପିଏଲ୨୦୧୯ର ଉଦଘାଟନୀ ସମାରୋହ

(ଓଡିଶା ସ୍ପୋର୍ଟ): ପୁଲୱାମା ଆତଙ୍କବାଦୀ ଘଟଣା ରେ ଦେଶବାସୀଙ୍କ ମନରେ ଶୋକର ଛାୟା ଖେଳିଯାଇଛି । ଏହାକୁ ନଜରରେ ରଖି ଆଇପିଏଲ-୨୦୧୯ର ଉଦଘାଟନୀ ସମାରୋହକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଉଦଘାଟନ ସମାରୋହରେ ଖର୍ଚ୍ଚ ହେବାକୁ ଥିବା ଟଙ୍କା ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ସିଆରପିଏଫ ଯବାନଙ୍କ ପରିବାରବର୍ଗଙ୍କୁ ଦିଆଯିବ ବୋଲି ବିସିସିଆଇର ପ୍ରଶାସନିକ ସମିତି ବୈଠକରେ ସିଓଏର ଅଧ୍ୟକ୍ଷ ବିନୋଦ ରାୟ ନିଷ୍ପତ୍ତି ନେଇଛନ୍ତି।

ମାର୍ଚ୍ଚ ୨୩ରୁ ଆଇପିଏଲ-୨୦୧୯ର ବିଗୁଲ ବାଜିବ । ଏହାପୂର୍ବରୁ ଟୁର୍ଣ୍ଣାମେଣ୍ଟର ପ୍ରଥମ ଦୁଇ ସପ୍ତାହର ମ୍ୟାଚ ସୂଚୀ ଘୋଷଣା କରାଯାଇଛି । ଆଇପିଏଲର ଏହି ୧୨ ତମ ସିଜନର ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ମହେନ୍ଦ୍ର ସିଂ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ ଓ ବିରାଟ କୋହଲିଙ୍କ ଆରସିବି । ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚଟି ଚେନ୍ନାଇରେ ଖେଳାଯିବ ।

Related posts

ବିଜୟ ଉତ୍ସବ ପାଳିଲେ ସୁନୀଲ ଗାଭାସ୍କର

Odisha Sports Bureau

ବ୍ରେଣ୍ଡନ୍‌ ମ୍ୟାକଲମ୍‌ଙ୍କ ଉପରେ ପୁନଃ ଆସ୍ଥା ପ୍ରକଟ କରିଛି ଇସିବି

Odisha Sports Bureau

ଛାଡପତ୍ର ନେଲେ ଶିଖର ଧୱନ-ଆୟେଶା; ପିଲାର କଷ୍ଟଡି ନେଇ କୋର୍ଟ ଶୁଣାଇଲେ ଏହି ନିଷ୍ପତ୍ତି

Odisha Sports Bureau