Cricket

ପାକିସ୍ତାନ ବିଶ୍ୱକପ ଖେଳିବ : ଆଇସିସି

(ଓଡ଼ିଶା ସ୍ପୋର୍ଟ) ପୁଲୱାମା ଆକ୍ରମଣକୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ବିବାଦର ଆସିଛି ବଡ ନିଷ୍ପତ୍ତି । ଆତଙ୍କବାଦୀ ଆକ୍ରମଣରେ ୪୦ ଯବାନ ସହିଦ ହେବା ପରେ ପାକିସ୍ତାନ ସହ ସମ୍ପର୍କ ବିଚ୍ଛିନ୍ନ କରିବା ପାଇଁ ନିଷ୍ପତ୍ତି ନେଇଥିଲା ଭାରତ । ଆଉ ଏଥିପାଇଁ ୨୦୧୯ ବିଶ୍ୱକପରେ ପାକିସ୍ତାନ ସହ ଖେଳାଯିବ ମ୍ୟାଚକୁ ବାତିଲ କରିବା ସହ ପାକିସ୍ତାନକୁ ବିଶ୍ୱକପରୁ ବାଦ ଦେବା ପାଇଁ ଆଇସିସିକୁ ଚିଠି ଲେଖିଥିଲା ବିସିସିଆଇ । ତେବେ ବିସିସିଆଇର ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିଛି ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ । ଆଇସିସି ପକ୍ଷରୁ କୁହାଯାଇଛି ଯେ, ଏଭଲି ମାମଲାରେ ଆଇସିସିର କୌଣସି ସମ୍ବନ୍ଧ ନାହିଁ । ଏବଂ କୌଣସି ଦେଶକୁ ବିଶ୍ୱକପରୁ ବହିଷ୍କାର କରିବା ପାଇଁ କୌଣସି କ୍ରିକେଟ ପରିଷଦ ଦାବି କରିପାରିବ ନାହିଁ । ଆଇସିସିର ଏଭଳି କିଛି ନିୟମ ନଥିବା ସ୍ପଷ୍ଟ କରିଛନ୍ତି ଆଇସିସି ଚେୟାରମ୍ୟାନ୍ ।
ଏବେ ଅପେକ୍ଷା ଆସନ୍ତା ଜୁନ ମାସ ୧୬ ତାରିଖକୁ । ଯେତେବେଳେ ବିଶ୍ୱକପରେ ମୁହାଁମୁହିଁ ହେବେ ବିଶ୍ୱର ଦୁଇ ପ୍ରମୁଖ ପାରମ୍ପରିକ ପ୍ରତିଦ୍ୱନ୍ଦି ଦଳ ଭାରତ ଏବଂ ପାକିସ୍ତାନ । ଦୁଇ ଦେଶ ମଧ୍ୟରେ ଆତଙ୍କବାଦକୁ ନେଇ ବିବାଦ ତ୍ରୀବ ରୂପ ନେଇଥିବା ବେଳେ, ଏଭଳି ପରିସ୍ଥିତିରେ ଦୁଇ ଦେଶ ମଧ୍ୟରେ ହେବାକୁ ଥିବା କ୍ରିକେଟ୍ ଲଢେଇ ବହୁତ୍ୱ ଗୁରୁତ୍ୱ ରଖୁଛି ।

Related posts

ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ: ଖେଳାଳିଙ୍କ ପାଇଁ ନୂଆ ଡ୍ରେସିଂ ରୁମ୍

ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ଧୋନଙ୍କ ବାମ ଆଣ୍ଠୁର ସଫଳ ଅସ୍ତ୍ରୋପଚାର ହୋଇଛି

ଏସିଆ କପରେ ସ୍ଥାନ ପାଇବି ସ୍ୱପ୍ନରେ ବି ସୁଦ୍ଧା ଭାବିନଥିଲି

Odisha Sports Bureau