Cricket

ଆଇସିସି ଟେଷ୍ଟ ରାଙ୍କିଙ୍ଗରେ ଭାରତ ଓ ବିରାଟ ପ୍ରଥମ

(ଓଡିଶା ସ୍ପୋର୍ଟ): ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ୯୨୨ ପଏଣ୍ଟ ସହ ପୂର୍ବଭଳି ପ୍ରଥମ ସ୍ଥାନରେ ରହିଛନ୍ତି। ଆଇସିସି ଟେଷ୍ଟ ରାଙ୍କିଙ୍ଗରେ ନିଜ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ଆଇସିସି ଟେଷ୍ଟ କ୍ରିକେଟର ଅଫ୍ ଦି ଇୟର ପୁରସ୍କାର ଜିତିଥିବା ବିରାଟ  ଭାରତର ଅନ୍ୟତମ ବ୍ୟାଟ୍ସମ୍ୟାନ୍ ଚେତେଶ୍ୱର ପୂଜାରା ୮୮୧ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛନ୍ତି।

ଟିମ୍ ରାଙ୍କିଙ୍ଗରେ ଭାରତ ଶୀର୍ଷ ସ୍ଥାନ ବଜାୟ ରଖିଥିବା ବେଳେ ନ୍ୟୁଜିଲ୍ୟାଣ୍ଡରେ ଦ୍ୱିତୀୟରେ ସ୍ଥିର ରହିଛି।ବୋଲିଂରେ ଭାରତର ରବୀନ୍ଦ୍ର ଜାଡେଜା ଓ ରବିଚନ୍ଦ୍ରନ୍ ଅଶ୍ୱିନ୍ ଟପ-୧୦ରେ ଅଛନ୍ତି। ଜାଡେଜା ଷଷ୍ଠ ଏବଂ ଅଶ୍ୱିନ୍ ଦଶମ ସ୍ଥାନରେ ରହିଛନ୍ତି।

ଆୟର୍ଲ୍ୟାଣ୍ଡ ବିପକ୍ଷରେ ଟେଷ୍ଟ ବିଜୟ ହାସଲ କରିଥିବା ଆଫଗାନିସ୍ତାନର ଖେଳାଳିମାନଙ୍କୁ ରାଙ୍କିଙ୍ଗରେ ଫାଇଦା ହୋଇଛି। ଇନିଂସରେ ଯଥାକ୍ରମେ ୯୮ ଓ ୭୬ ରନ୍ କରିଥିବା ଆଫଗାନିସ୍ତାନ ବ୍ୟାଟ୍ସମ୍ୟାନ୍ ରେହମତ ଶାହ ୮୮ଟି ସ୍ଥାନ ଉପରକୁ ଉଠି ୮୯ତମରେ ପହଞ୍ଚିଛନ୍ତି। ବୋଲିଂରେ ୟାମିନ ଅହମ୍ମଦଜାଇ ୪୫ଟି ସ୍ଥାନ ଉଠି ୫୦ତମ ଏବଂ ରଶିଦ୍ ଖାନ୍ ୫୦ଟି ସ୍ଥାନ ଉଠି ୬୭ତମ ସ୍ଥାନରେ ପହଞ୍ଚିଛନ୍ତି।

Related posts

ଅର୍ଜୁନ ପୁରସ୍କାର ପାଇବା ପରେ ପଡ଼ିଆକୁ ଫେରିବାକୁ ଘୋଷଣା କଲେ ମହମ୍ମଦ ଶାମି

Odisha Sports Bureau

ଇଷାନ୍.. ଇଷାନ୍.. I LOVE YOU… ମଜାଳିଆ ରିପ୍ଲାଏ ଦେଇ ଚାଲିଗଲେ ଷ୍ଟାର କ୍ରିକେଟର

Odisha Sports Bureau

ସେମିଫାଇନାଲରେ ଦଳ ପହଞ୍ଚିବା ମାତ୍ରେ ରାସ୍ତାକୁ ବାହାରି ସେଲିବ୍ରେସନ କଲେ ଆଫଗାନିସ୍ତାନ ଲୋକ, ରାସ୍ତା ହେଲା ଜାମ