More Sports

ଏସିଆ ୱେଟଲିଫଟିଙ୍ଗ୍ ଚମ୍ପିଆନସିପ୍ ରେ ଭାରତୀୟ ଦଳର ନେତୃତ୍ୱ ନେବେ ମିରାବାଇ

(ଓଡିଶା ସ୍ପୋର୍ଟ): ୨୦୧୭ ବିଶ୍ୱ ଚମ୍ପିଆନସିପ୍ରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ମିରାବାଇ ଚାନୁ ୧୮ ଅପ୍ରେଲରେ ଚିିନର ନିଗମ୍ବୋ ରେ ଆରମ୍ଭ ହେବାକୁ ଯାଉଥିବା ଭରୋତ୍ତଳନ ଚମ୍ପିଆନସିପ୍ରେ ଭାରତର ପ୍ରତିନିଧିତ୍ୱ କରିବେ । ଏସିଆ ଚମ୍ବିଆନସିପ୍ ୨୦୨୦ରେ ହେବାକୁ ଥିବା ଟୋକିଓ ଅଲମ୍ପିକ୍ ପାଇଁ ଏହା କ୍ୱାଲିଫାଇ ପ୍ରତିଯୋଗିତା ଅଟେ ।

ଭାରତୀୟ ଟିମ୍ ନଭେମ୍ବରରେ ହୋଇଥିବା ପୁର୍ବ କ୍ୱାଲିଫାୟାର୍ସ ବିଶ୍ୱ ଚମ୍ପିଆନସିପ୍ରେ ଜୁନିୟର ଟିମ୍ କୁ ପଠାଇଥିଲା । ସେହି ସମୟରେ ସିନିୟର ଭାରୋତ୍ତଳକ ରିହେବ୍ଲିଟେଶନରେ ଥିଲେ । ଚିନ୍ ଯିବାକୁଥିବା ଟିମ୍ରେ ଚାରି ଜଣ ମହିଳା ଏବଂ ଆଠ ଜଣ ପୁରୁଷ ସାମିଲ ଅଛନ୍ତି । ଏହି ଟିମ୍ରେ ରାଷ୍ଟ୍ରମଣ୍ଡଳ ଖେଳ ଏବଂ ୟୁବା ଅଲମ୍ପିକ୍ ରେ ସ୍ୱର୍ଣ୍ଣ ପଦକ ଜିତିଥିବା ସତିଶ୍ ସିବଲିଙ୍ଗମ୍ ଏବଂ ଜେରେମି ଲାଲାରିନୁଙ୍ଗା ମଧ୍ୟ ରହିଛନ୍ତି ।

ରାଷ୍ଟ୍ରମଣ୍ଡଳ ଖେଳରେ ସ୍ୱର୍ଣ୍ଣ ପଦକ ବିଜେତା ଆରବି ରାହୁଲ୍ଙ୍କୁ ରିଜର୍ଭ ଖେଳାଳି ରୂପେ ରଖାଯାଇଛି, ତାଙ୍କୁ ଟିମ୍ରେ ସାମିଲ କରାଯିବ କି ନାହିଁ ପାଞ୍ଚଦିନ ମଧ୍ୟରେ ନିଷ୍ପତି ନିଆଯିବ । ରାଷ୍ଟ୍ରମଣ୍ଡଳ ଖେଳରେ ଦୁଇ ଥର ସ୍ୱର୍ଣ୍ଣ ପଦକ ଜିତୀଥିବା ସଂଞ୍ଜିତା ଚାନୁଙ୍କୁ ଏଥିରେ ସାମିଲ କରାଯାଇନାହିଁ ।

ଟିମ୍:
ପୁରୁଷ:– ସତିଶ୍ ଶିବଲିଙ୍ଗମ୍(୧୮ କି.ଗ୍ରା), ବିକାସ ଠାକୁର( ୯୬ କି.ଗ୍ରା), ଜେରେମି ଲାଲିରିନୁଙ୍ଗା(୬୭ କି.ଗ୍ରା), ଗୁରଦିପ୍ ସିଂ(୧୦୧ କି.ଗ୍ରା. ରୁ ଅଧିକ), ଏମ୍ ରାଜ୍(୬୧କି.ଗ୍ରା), ପ୍ରଦିପ୍ ସିଂ(୧୦୨ କି.ଗ୍ରା), ଅଚିତା ଶୁଲି(୭୩ କି.ଗ୍ରା), ଅଜୟ ସିଂ(୮୧ କି.ଗ୍ରା) ।
ରିଜର୍ଭ:- ଆରବି ରାହୁଲ ।
ମହିଳା:– ମିରାବାଇ ଚାନୁ(୪୯ କି.ଗ୍ରା), ଛିଲ୍ଲୀ ଦଳବେହେରା(୫୫ କି.ଗ୍ରା), ସ୍ୱାତି(୫୯ କି.ଗ୍ରା), ରାଖି ହଲଦର(୬୪ କି.ଗ୍ରା) ।

Related posts

ରଣଜୀ ଟ୍ରଫି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ବେଙ୍ଗଲ ଓ ସୌରାଷ୍ଟ୍ର ମୁହାଁମୁହିଁ

ଏକାମ୍ର ସ୍ପୋଟରସ୍ ଲିଟେରାରି ପେଷ୍ଟିଭାଲ- ଭିସା ସମସ୍ୟା ଯୋଗୁଁ ଯୋଗ ଦେଇ ନ ପାରନ୍ତି ଖେଳାଳୀ

Odisha Sports Bureau

ରାଷ୍ଟ୍ରିୟ ଭାରତ୍ତୋଳନ ଚମ୍ପିଆନସିପରେ ପ୍ରଦୀପ ହେଲେ ଚମ୍ପିଆନ୍

Odisha Sports Bureau

Leave a Comment