Hockey

ଭାରତୀୟ ପୁରୁଷ ହକି ଦଳର ନୂତନ କୋଚ ଗ୍ରାହାମରିଡ

(ଓଡିଶା ସ୍ପୋର୍ଟ): ଶେଷରେ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି । ହକି ଇଣ୍ଡିଆ ଅଷ୍ଟ୍ରେଲିଆର ଗ୍ରାହାମରିଡଙ୍କୁ ଭାରତୀୟ ପୁରୁଷ ହକି ଦଳର କୋଚ୍ ଭାବେ ନିଯୁକ୍ତ ହୋଇଛନ୍ତି। ପ୍ରାୟ ୪ ମାସ ଧରି ଭାରତୀୟ ହକି ଟିମରେ ପଡ଼ିଥିବା ଖାଲିସ୍ଥାନ ପୂରଣ ହୋଇଛି। ଏହି ୫୪ ବର୍ଷୀୟ କୋଚ୍ ଶୀଘ୍ର ବେଙ୍ଗାଲୁରୁରେ ଚାଲିଥିବା ନ୍ୟାଶନାଲ୍ କ୍ୟାମ୍ପରେ ଟିମର ସହଯୋଗ ଦେବେ।
ରିଡ ୨୦୨୨ ଏଫଆଇଏଚ ବିଶ୍ୱ କପ ପର୍ୟ୍ୟନ୍ତ ଜାତୀୟ ଦଳର କୋଚ ଭାବେ କାର୍ୟ୍ୟକରିବେ । ରିଡ୍ ଅଷ୍ଟ୍ରେଲିଆ ଟିମ ପକ୍ଷରୁ ଡିଫେଣ୍ଡର ଓ ମିଡଫିଲ୍ଡର ଭୂମିକା ତୁଲାଉଥିଲେ । ସେ ଓଡ଼ିଶାରେ ୱାର୍ଲ୍ଡ ସିରିଜ ଫାଇନାଲ୍ ପୁର୍ବରୁ ଟିମ୍ ସହଯୋଗଦେବେ। ହକି ଇଣ୍ଡିଆ ପ୍ରେସ ବିଜ୍ଞପ୍ତି ଦ୍ୱାରା ସୋମବାର ଏହି ସୂଚନା ଦେଇଛି।
ଭାରତୀୟ ଦଳର କୋଚ୍ହେବା ପରେରିଡ୍କହିଛନ୍ତି, ଭାରତୀୟ ପୁରୁଷ ହକି ଦଳର କୋଚ୍ହେବା ମୋ ପାଇଁ ସମ୍ମାନର କଥା। ଭାରତୀୟ ହକି ରଇତିହାସକୁ ଅନ୍ୟକୌଣ ସିଟିମ୍ସହ ତୁଳନା କରି ହେବନାହିଁ । ହକିରେ ଭାରତର ଦବଦବାରହି ଆସିଥିଲା। ତେଣୁ ଇତିହାସ ପୃଷ୍ଠାକୁ ଯଦି ଓଲଟାଇବା, ତା ହେଲେ ଭାରତର ନାମ ସ୍ୱର୍ଣ୍ଣିମ ଅକ୍ଷରରେ ଲେଖାଯାଇଛି।
ପ୍ରତି ପକ୍ଷଦଳର କୋଚ୍ ଭାବେ ମୁଁ ଭାରତୀୟ ହକି ଟିମର ଖେଳକୁ ଉପଭୋଗ କରୁଥିଲି। କିନ୍ତୁ ଏବେ ଏହି ଟିମକୁ କୋଚିଂ ଦେବାର ସମୟ ଆସିଛି। ଭାରତୀୟ ଟିମ ଧୀରେ ଧୀରେ ବିଶ୍ୱର ସବୁଠାରୁ ବିପଜ୍ଜନକ ଟିମ୍ ହେବାକୁ ଯାଉଛି। ଭାରତୀୟ ହକି ଟିମର ଆକ୍ରମଣ ମୋତେ ବହୁତ ପସନ୍ଦ ବୋଲି ରିଡ୍ କହିଛନ୍ତି।

Related posts

ଭୂବନେଶ୍ୱରରେ ନମାଜ ପାଠ କଲେ ପାକିସ୍ତାନ ଟିମ୍

Odisha Sports Bureau

ଓଡିଆ ଖେଳାଳୀଙ୍କୁ ଭେଟିଲେ ୫ଟି ସଚିବ

Odisha Sports Bureau

୨୨ ଜଣିଆ ଭାରତୀୟ ମହିଳା ଦଳ ଘୋଷିତ

Odisha Sports Bureau