Cricket

୧୫ଜଣିଆ ଅଷ୍ଟ୍ରେଲିଆ ଟିମରେ ୱାର୍ଣ୍ଣର ଓ ସ୍ମିଥ

(ଓଡିଶା ସ୍ପୋର୍ଟ): ଆସିସି ୨୦୧୯ ବିଶ୍ୱ କପ ଆଗାମୀ ମେ’ ମାସ ୩୦ରୁ ଇଂଲଣ୍ଡରେ ଆରମ୍ଭ ହେବ । ଏଥି ପାଇଁ ଅଷ୍ଟ୍ରେଲିଆ କ୍ରିକେଟ ଟିମ୍ ପାଇଁ ନିଜର ୧୫ଜଣିଆ ଦଳର ନାମ ଘୋଷଣା କରିଛି। ବଲ ବିକୃତ ମାମଲାରେ ଫସି ଦୀର୍ଘ ଦିନ ପରେ ବାସନ୍ଦ ହେବା ପରେ ବିସ୍ଫୋରକ ବ୍ୟାଟ୍ସମ୍ୟାନ ୱାର୍ଣ୍ଣର ଓ ସ୍ମିଥ ଅଷ୍ଟ୍ରେଲିଆ ଟିମକୁ ଫେରିଛନ୍ତି ।

ସଦ୍ୟତମ ୧୫ ଜଣିଆ ତାଲିକାରେ ପେଟର ହ୍ୟାଣ୍ଡସ୍କମ ଓ ଜୋସ ହେଜେଲବୁଡଙ୍କୁ ସ୍ଥାନ ମିଳି ନାହିଁ ।
ଟିମରେ ଉସମାନ ଖାୱାଜା ଓ ସନ ମାର୍ସଙ୍କୁ ସାମିଲ କରାଯାଇଛି । ଆରୋନ ଫିଞ୍ଚଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ଇଂଲଣ୍ଡ ଗସ୍ତ କରିବ । ସୂଚନାଯୋଗ୍ୟ ଭାରତରେ ଚାଲିଥିବା ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ହାଇଦ୍ରାବାଦ ଟିମରେ ଡାଭିଡ ୱାର୍ଣ୍ଣର ସଦସ୍ୟ ଅଛନ୍ତି । ସେହିଭଳି ରାଜସ୍ଥାନ ରୟାଲସର ଅନ୍ୟତମ ସଦସ୍ୟ ହେଉଛନ୍ତି ଷ୍ଟିଭ ସ୍ମିଥ ।

୧୫ ଜଣିଆ ଅଷ୍ଟ୍ରେଲିଆ ଟିମ:
ଆରୋନ ଫିଞ୍ଚ (ଅଧିନାୟକ), ଜସନ ବେହେରେନଡ୍ରଫ, ଆଲେକ୍ସ କ୍ୟାରୀ (ୱିକେଟକିପର), ନାଥାନ କଲଟର ନାଇଲ, ପେଟ କମ୍ବିନ୍ସ, ଉସମାନ ଖାୱାଜା, ନାଥାନ ଲାୟନ, ସନ ମାର୍ଶ, ଗ୍ଲେନ ମ୍ୟାକ୍ସୱେଲ, ଜଏ ରିଚାର୍ଡସନ, ଷ୍ଟିଭ ସ୍ମିଥ, ମିଚେଲ ସଣ୍ଟନର, ମାର୍କସ ଷ୍ଟୋଇନିସ, ଡାଭିଡ ୱାର୍ଣ୍ଣର, ଆଦାମ ଜାମ୍ପା ।

Related posts

ଭାରତର ବଡ଼ ଜୟ: ତୃତୀୟ ଟି-୨୦ରେ ନ୍ୟୁଜିଲ୍ୟାଣ୍ଡକୁ ୮ ୱିକେଟରେ ହରାଇଲା ଟିମ୍ ଇଣ୍ଡିଆ

Odisha Sports Bureau

କୋରୋନାରେ ଚାଲିଗଲେ କ୍ରିକେଟ ଜଗତର ମହାନାୟକ

ପଞ୍ଜାବ କିଙ୍ଗ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ହାଇଭୋଲ୍ଟେଜ୍ ଟି-୨୦ ମୁକାବିଲା ଦେଖିବେ କ୍ରିକେଟ ପ୍ରେମୀ

Odisha Sports Bureau