Cricket

ପରଲୋକରେ ସ୍କଟଲ୍ୟାଣ୍ଡର କନ୍ ଡି ଲାଙ୍ଗ

(ଓଡିଶା ସ୍ପୋର୍ଟ): ସ୍କଟଲ୍ୟାଣ୍ଡ କ୍ରିକେଟ୍ ଟିମର ଷ୍ଟାର ଅଲରାଉଣ୍ଡର କନ୍ ଡି ଲାଙ୍ଗଙ୍କ ପରଲୋକ । ତାଙ୍କୁ ମୃତ୍ୟୁ ବେଳକୁ ମାତ୍ର ୩୮ ବର୍ଷ ବୟସ ହୋଇଥିଲା । ସେ ବର୍ଷକ ତଳେ ଡି ଲାଙ୍ଗଙ୍କୁ ବ୍ରେନ୍ ଟ୍ୟୁମର ହୋଇଥିଲା ଏବଂ ଚିକିତ୍ସା ସତ୍ତେ୍ୱ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ କୌଣସି ସୁଧାର ଆସିନଥିଲା। ଯେଉଁ କାରଣରୁ ସେ ଦୀର୍ଘଦିନ ହେବ କ୍ରିକେଟରୁ ଦୂରେଇ ରହିଥିଲେ।

ଦକ୍ଷିଣ ଆଫ୍ରିକାରେ ଜନ୍ମିତ ଡି ଲାଙ୍ଗ ସ୍କଟଲ୍ୟାଣ୍ଡ୍ ପକ୍ଷରୁ ୨୧ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। ସେ ୨୦୧୫ରେ ଆୟର୍ଲ୍ୟାଣ୍ଡ୍ ବିପକ୍ଷ ଟି-୨୦ ମ୍ୟାଚ୍ ଖେଳି ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିଲେ। ବାମହାତୀ ସ୍ପିନର ଭାବେ ସେ ୨୪ ୱିକେଟ୍ ନେଇଛନ୍ତି।

ଜୁନ୍, ୨୦୧୭ରେ ଜିମ୍ବାୱେ ବିପକ୍ଷ ମ୍ୟାଚରେ ସେ (୫/୬୦) କ୍ୟାରିୟରର ସର୍ବଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ କରିଥିଲେ, ଯେଉଁଥିରେ ସ୍କଟଲ୍ୟାଣ୍ଡ୍ ଅନ୍ତର୍ଜାତୀୟ ଦିନିକିଆରେ ପ୍ରଥମ ବିଜୟ ହାସଲ କରିଥିଲା। ଏହା ପରେ ସେ ଆଉ ମାତ୍ର ୫ଟି ମ୍ୟାଚ୍ ଖେଳିବାକୁ ସକ୍ଷମ ହୋଇଥିଲେ। ଲଗାତାର ଅସୁସ୍ଥତା କାରଣରୁ ସେ ଧୀରେ ଧୀରେ କ୍ରିକେଟରେ ଦୂରେଇ ଯାଇଥିଲେ।

ଗତବର୍ଷ ଅକ୍ଟୋବରରେ ଡି’ ଲାଙ୍ଗ ବ୍ରେନ୍ ଟ୍ୟୁମରରେ ପୀଡ଼ିତ ଥିବା ସ୍କଟଲ୍ୟାଣ୍ଡ କ୍ରିକେଟ୍ ଘୋଷଣା କରିଥିଲା। ତାଙ୍କର ଚିକିତ୍ସା ପାଇଁ ଆବଶ୍ୟକ ଅର୍ଥ ନଥିଲା, ଯେଉଁକାରଣରୁ ତାଙ୍କ ପରିବାର ସହାୟତା ପାଇଁ ନିବେଦନ କରିଥିଲେ। ଏହା ମଧ୍ୟରେ ଡି ଲାଙ୍ଗ ଅପରେଶନ୍, କେମୋଥେରାପି ଓ ରେଡିଏଶନ୍ କରାଇଥିଲେ ହେଁ, ଏହାର କୌଣସି ଫାଇଦା ମିଳିନଥିଲା। ତାଙ୍କ ପରଲୋକରେ କ୍ରିକେଟ୍ ସ୍କଟଲ୍ୟାଣ୍ଡ ଶୋକ ପ୍ରକାଶ କରିଛି।

Related posts

ଆଜି ଜୟପୁରରେ ଆଇପିଏଲ ଖେଳାଳିଙ୍କ ନିଲାମି

Odisha Sports Bureau

ପ୍ରଶଂସକଙ୍କୁ ବିରାଟ କୋହଲିଙ୍କ ପ୍ରତିଶ୍ରୁତି; ବିଶ୍ୱକପ ଜିତି ପୂରଣ କରିବେ ପ୍ରଶଂସକଙ୍କ ସ୍ୱପ୍ନ

Odisha Sports Bureau

ରିଷଭ ପନ୍ତଙ୍କୁ ବଡ଼ ଝଟକା, ୨୭ କୋଟିରୁ ଖସିଲା ଦରମା

Odisha Sports Bureau