Cricket

୨ମାସ ପାଇଁ ବ୍ରେକ ନେବେ ଧୋନୀ

(ଓଡିଶା ସ୍ପୋର୍ଟସ୍): ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଅବସରକୁ ନେଇ ହେଉଥିବା ଚର୍ଚ୍ଚାରେ ବିରାମ ଲାଗିଛି । ଧୋନୀ ଆସନ୍ତା ୨ମାସ ଯାଏଁ କୌଣସୀ ଇଭେଂଟ ଖେଳିବେ ନାହିଁ ବୋଲି କହିଛନ୍ତି । ସେ ଆସନ୍ତା ୨ମାସ ପାଇଁ ଦଳରୁ ବାହାରେ ରହିବେ ।ତେବେ ଏହି ୨ମାସ ସେ ସୈନ୍ୟ ରେଜିମେଂଟରେ ରହିବେ ବୋଲି କହିଛନ୍ତି ।
ତେବେ ଏଥିରୁ ଜଣାପଡ଼ୁଛି କି ଧୋନୀ ୱେଷ୍ଟଇଣ୍ଡିଜର କାରବିଆନ ଗସ୍ତରେ ଯାଉନାହାନ୍ତି । ଯାହା ଆସନ୍ତା ଅଗଷ୍ଟ ୩ରୁ ଆରମ୍ଭ ହେବାକୁ ଯାଉଛି । ଭାରତ ଏହି ଗସ୍ତରେ ଟେଷ୍ଟ ସହ ଟି୨୦ ଓ ଦିନିକିଆ ସିରିଜ ମଧ୍ୟ ଖେଳିବ । ଏଥିପାଇଁ ଆସନ୍ତାକାଲି ଦଳର ଚୟନ କରାଯିବ ।
ପୂର୍ବରୁ ବିଶ୍ୱକପ ପରେ ଧୋନୀ ଅବସର ନେବେ ବୋଲି ଚର୍ଚ୍ଚା ହେଉଥିଲା । ତେବେ ଏହି ପ୍ରସଙ୍ଗରେ ତାଙ୍କ ମ୍ୟାନେଜର ଅରୁଣ ପାଣ୍ଡେଙ୍କ ବୟାନ ସାମ୍ନାକୁ ଆସିଥିଲା । ଧୋନୀ ବର୍ତମାନ ଅବସର ନେଉନାହାନ୍ତି ବୋଲି ସେ କହିଥିଲେ ।

Related posts

ଆସନ୍ତା ମାର୍ଚ୍ଚ ୨୨ ତାରିଖରୁ ହେବାକୁ ଯାଉଛି ଆଇପିଏଲ

Odisha Sports Bureau

ଏୟାର ଇଣ୍ଡିଆର ବୋଇଂ ୭୭୭ ବିମାନରେ ସ୍ୱଦେଶ ଫେରୁଛନ୍ତି ଭାରତୀୟ ଦଳ

ଭାରତକୁ ଧୂଳି ଚଟେଇ ସିରିଜ କବଜା କଲା ନ୍ୟୁଜିଲାଣ୍ଡ

Odisha Sports Bureau