Cricket

ଟି-୨୦ ପୁରୁଷ ବିଶ୍ୱକପ ୨୦୨୦ ପାଇଁ ଅକ୍ଟୋବର ୧୮ରୁ ଟିକେଟ ବିକ୍ରି

(ଓଡିଶା ସ୍ପୋର୍ଟ): ଆଇସିସି ପୁରୁଷ ବିଶ୍ୱକପ ୨୦୧୯ ନିକଟରେ ଶେଷ ହୋଇଥିବା ବେଳେ ଅଷ୍ଟ୍ରେଲିଆରେ ଆସନ୍ତାବର୍ଷ ଟି-୨୦ ପୁରୁଷ ବିଶ୍ୱକପ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ସାରିଛି । ଆଇସିସି ଟି-୨୦ ବିଶ୍ୱକପ ୨୦୨୦ରେ ଅଷ୍ଟ୍ରେଲିଆରେ ଖେଳାଯିବ । ତେବେ ଏହା ପୂର୍ବରୁ ଟି-୨୦ ବିଶ୍ୱକପ-୨୦୨୦ ପାଇଁ ଆଗାମୀ ଅକ୍ଟୋବର ୧୮ରୁ ଟିକେଟ ବିକ୍ରି ହେବ । ଆଜି ଆଇସିସି ପକ୍ଷରୁ ଏହି ଘୋଷଣା କରାଯାଇଛି । ବହୁ ପ୍ରତୀକ୍ଷିତ ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାର ଗୋଟିଏ ବର୍ଷ ପୂର୍ବରୁ ଟିକେଟ ବିକ୍ରି ହେଉଛି ।

ବର୍ତ୍ତମାନ ଏବେ ମହିଳା ଟି-୨୦ ବିଶ୍ୱକପ ପାଇଁ ଟିକେଟ ବିକ୍ରି ଚାଲିଛି । ଯେଉଁମାନେ ମହିଳା ବିଶ୍ୱକପ ପାଇଁ ଟିକେଟ କିଣୁଛନ୍ତି, ସେମାନଙ୍କୁ ପୁରୁଷ ଟି-୨୦ ବିଶ୍ୱକପ ପାଇଁ ଟିକେଟ କିଣିବାକୁ ଆକର୍ଷଣୀୟ ସୁଯୋଗ ମିଳିପାରିବ । ଇଚ୍ଛୁକ ବ୍ୟକ୍ତିମାନେ ଟୁର୍ଣ୍ଣାମେଣ୍ଟର ଅଫିସିଆଲ ୱେବସାଇଟରେ ନିଜର ନାମ ପଂଜିକରଣ କରିପାରିବେ।

Related posts

କପିଲଙ୍କୁ ଅତିକ୍ରମ କରିବେ ବୁମରାହ

Odisha Sports Bureau

ଜୋସ ବଟଲର୍ ଦଣ୍ଡିତ

ଡିସେମ୍ବର ୯ ତାରିଖରେ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ ବନାମ ଦକ୍ଷିଣ ଆଫ୍ରିକା ଟି-୨୦ର ପ୍ରଥମ ମ୍ୟାଚ

Leave a Comment