Badminton

ବିଶ୍ୱ ପାରା ବ୍ୟାଡ଼ମିଣ୍ଟନ ବିଜେତା ପ୍ରମୋଦଙ୍କୁ ୩୫ ଲକ୍ଷ ଟଙ୍କା ପୁରସ୍କାର ରାଶି

 (ଓଡିଶାସ୍ପୋର୍ଟସ) : ବିଶ୍ୱ ପାରା ବ୍ୟାଡ଼ମିଣ୍ଟନ ଚାମ୍ପିଅନ୍‌ସିପ୍‌ରେ ଦୁଇ ଦୁଇଟି ସ୍ୱର୍ଣ୍ଣପଦକ ହାସଲ କରିଥିବା ଭାରତୀୟ ଖେଳାଳୀ ତଥା ଓଡ଼ିଆ ପୁଅ ପ୍ରମୋଦ ଭଗତଙ୍କୁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ କେନ୍ଦ୍ର ଯୁବ ଓ କ୍ରୀଡ଼ା ମନ୍ତ୍ରୀ କିରଣ ରିଜ୍‌ଜୁ ତାଙ୍କୁ ସମ୍ବର୍ଦ୍ଧନା ଦେଇଛନ୍ତି । ଏହା ସହିତ ପୁରସ୍କାର ରାଶି ବାବଦକୁ ତାଙ୍କୁ ୩୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି ।

ପ୍ରମୋଦ ଉଭୟ ଯୁଗଳ ଓ ଏକକ ବର୍ଗରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ପ୍ରଥମେ ଯୁଗଳ ବର୍ଗରେ ପ୍ରମୋଦ ଓ ମନୋଜ ସରକାରଙ୍କ ଯୋଡ଼ି ଭାରତୀୟ ତାରକା ତରୁଣ-ନିତେଶ କୁମାର ଯୋଡ଼ିଙ୍କୁ ହରାଇଥିଲେ । ତରୁଣ-ନିତେଶ ଯୋଡ଼ିଙ୍କୁ ୧୪-୨୧, ୨୧-୧୫ ଓ ୨୧-୧୬ ସେଟ୍‌ରେ ହରାଇଛି ପ୍ରମୋଦ ଓ ମନୋଜ ସ୍ୱର୍ଣ୍ଣ ପଦ ହାସଲ କରିଥିଲେ । ଏହା ପରେ ପ୍ରମୋଦ ସିଙ୍ଗଲ୍ସରେ ପ୍ରମୋଦ ଇଂଲଣ୍ଡର ଡାନିଆଲ୍‌ ବେଥେଲଙ୍କ ପରାସ୍ତ କରିଥିଲେ । ପ୍ରମୋଦ ଡାନିଆଲ୍‌ଙ୍କୁ ୬-୨୧, ୨୧- ୧୪ ଓ ୨୧-୧୫ ହରାଇ ବିଶ୍ୱ ଚାମ୍ପିୟନ୍‌ସିପ୍‌କୁ ନିଜ ନାଁରେ କରି ନେଇଥିଲେ ।

Related posts

୫୦୦ ମ୍ୟାଚ୍ ବିଜୟ କ୍ଲବରେ ସାମିଲ ହେଲେ ପିଭି ସିନ୍ଧୁ

Odisha Sports Bureau

ଅଷ୍ଟ୍ରେଲିଆ ଓପନ ବ୍ୟାଡମିଣ୍ଟନ ଟାଇଟଲ ଜିତିଛନ୍ତି ଲକ୍ଷ୍ୟ ସେନ୍

Odisha Sports Bureau

ଦକ୍ଷିଣ ଏସିଆ ଖେଳର ପଞ୍ଚମ ଦିନରେ ଭାରତୀୟ ଖେଳାଳୀମାନେ ଜିତିଲେ ୪୧ ପଦକ, ଭାରତର ପଦକ ସଂଖ୍ୟା ୧୭୮ରେ ପହଞ୍ଚିଛି

Odisha Sports Bureau