More Sports

ଇଣ୍ଡିଆନ ଗ୍ରାଁ ପ୍ରି-୬ରେ ଦୂତୀଙ୍କୁ ସ୍ୱର୍ଣ୍ଣ

(ଓଡିଶାସ୍ପୋର୍ଟସ ): ପୁଣି ଦୂତୀଙ୍କୁ ସ୍ୱର୍ଣ୍ଣ । ଏନଆଇଏସ ପାତିଆଲାରେ ଆୟୋଜିତ ଇଣ୍ଡିଆନ ଗ୍ରାଁ ପ୍ରି-୬ରେ ଦୌଡ଼ରାଣୀ ଦୂତି ଚାନ୍ଦ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ମହିଳା ୧୦୦ ମିଟର ଦୌଡ଼ରେ ଦୂତି ୧୧.୪୩ ସେକେଣ୍ତ ସମୟ ନେଇ ଏହି ସଫଳତା ପାଇଛନ୍ତି। ତାଙ୍କ ପଛକୁ କେରଳର ଜିଲ୍ନା ଏମ୍ଭି ୧୧.୭୭ ସେକେଣ୍ତ ସହ ରୌପ୍ୟ ଏବ˚ ମଧ୍ୟପ୍ରଦେଶର ଇନ୍ଦୁ ପ୍ରସାଦ ୧୨.୫୬ ସେକେଣ୍ତ ସହ କା˚ସ୍ୟ ପଦକ ଜିତିଛନ୍ତି।
ଦୂତି ଇଣ୍ଡିଆନ୍ ଗ୍ରାଁ ପ୍ରିରେ ଆଉ ଏକ ସ୍ବର୍ଣ୍ଣ ପଦକ ଜିତିଥିଲେ ମଧ୍ୟ ଚଳିତ ମାସ ୨୭ ତାରିଖରୁ ଅକ୍ଟୋବର ୬ ତାରିଖ ପର୍ୟ୍ୟନ୍ତ ଖେଳାଯିବାକୁ ଥିବା ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତା ଲାଗି ଯୋଗ୍ୟତା ଅର୍ଜନ କରିବାରୁ ବିଫଳ ହୋଇଛନ୍ତି। ଏହି ପ୍ରତିଯୋଗିତା ବିଶ୍ବ ଦୌଡ଼କୁଦ ଲାଗି ଯୋଗ୍ୟତା ଅର୍ଜନ କରିବା ପାଇଁ ଭାରତୀୟ ଖେଳାଳିଙ୍କ ଲାଗି ଶେଷ ସୁଯୋଗ ହୋଇଥିବାରୁ ଦୂତି ଏଥିରେ ଅଂଶଗ୍ରହଣ କରିବାର ଆଶା ମଉଳି ଯାଇଛି।

Related posts

ତାମିଲନାଡୁର ଗୁକେଶ ହେଲେ ବିଶ୍ୱର ଦ୍ୱିତୀୟ ଏବଂ ଭାରତର ସବୁଠାରୁ ଯୁବା ଗ୍ରାଣ୍ଡ୍ ମାଷ୍ଟର

Odisha Sports Bureau

ସ୍ପ୍ରିଣ୍ଟ ଦୌଡ଼ରେ ଭାରତର ଜେହାନ ଦାରୁୱାଲା ଚତୁର୍ଥ ସ୍ଥାନରେ

Odisha Sports Bureau

ଭାରତର ଅଷ୍ଟମ ପଦକ

Odisha Sports Bureau