Cricket

ଡେଭିଡ ବୁନ ହେଲେ ଶ୍ରୀଲଙ୍କା- ପାକ୍ ମ୍ୟାଚର ରେଫରି

(ଓଡିଶା ସ୍ପୋର୍ଟସ ):  ଆସନ୍ତା ୨୭ ତାରିଖରୁ ଶ୍ରୀଲଙ୍କା ଓ ପାକିସ୍ତାନ ମଧ୍ୟରେ ୩ ଟି ମ୍ୟାଚ ଖେଳାଯିବ । ଏଥିରେ ଟି-୨୦ ଓ ଦିନିକିଆ ମ୍ୟାଚ ରହିଛି । ଅଷ୍ଟ୍ରେଲିଆର ଡେଭିଡ୍‌ ବୁନଙ୍କୁ ଏହି ସିରିଜ୍‌ ଲାଗି ଆଇସିସି ମ୍ୟାଚ୍‌ ରେଫରି ଭାବେ ନିଯୁକ୍ତି ଦେଇଛି। ଆଇସିସି ରେଫରିଙ୍କ ମଧ୍ୟରେ ୫୮ ବର୍ଷୀୟ ବୁନ ସବୁଠୁ ଅଭିଜ୍ଞ। ସେ ଏପର୍ୟ୍ୟନ୍ତ ୧୩୫ ଦିନିକିଆ ଓ ୫୧ ଟି୨୦ ମ୍ୟାଚ୍‌ରେ ରେଫରି ଦାୟିତ୍ୱ ତୁଲାଇଛନ୍ତି। ବୁନ ଅଷ୍ଟ୍ରେଲିଆ ପାଇଁ ୧୯୮୪ରୁ ୧୯୯୬ ପର୍ୟ୍ୟନ୍ତ ୧୦୭ ଟେଷ୍ଟ ଓ ୧୮୧ ଦିନିକିଆ ଖେଳିଥଲେ।
ଆଇସିସି ପକ୍ଷରୁ ଜୋଏଲ ଓ୍ବିଲସନ ଓ ମାଇକେଲ ଗଫଙ୍କୁ ସିରିଜ୍‌ ପରିଚାଳନା ଦାୟିତ୍ୱ ଦିଆଯାଇଛି। ଏହା ବ୍ୟତୀତ ପିସିବି ଏଲାଇଟ ପ୍ୟାନେଲ ଅମ୍ପାୟର ଅଲିମ ଦାରଙ୍କ ସମେତ ଏସାନ ରାଜା, ସୋଜିବ ରାଜା ଓ ଅସିଫ ୟାକୁବଙ୍କୁ ନିଯୁକ୍ତ କରିଛି। ଉଲ୍ଲେଖଥାଉ କି, ୨୦୦୯ରେ ପାକିସ୍ତାନରେ ଖେଳାଯାଇଥିବା ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ମ୍ୟାଚ୍‌ରେ ରାଜା ଅମ୍ପାୟର ଥିଲେ। ଆତଙ୍କବାଦୀ ଆକ୍ରମଣ ବେଳେ ସେ ଶ୍ରୀଲଙ୍କା ଦଳର ବସ୍‌ରେ ଥିଲେ। ଗୁଳି ତାଙ୍କ କିଡ୍‌ନୀ ଓ ବିଭିନ୍ନ ସ୍ଥାନରେ ବାଜିଥିଲା। ଏହାସତ୍ତ୍ୱେ ସେ କ୍ରିକେଟ ଫେରି ଅମ୍ପାୟରିଂ କରୁଛନ୍ତି।

Related posts

ଗତକାଲି ହୋଇଥିବା ଟି-୨୦ ମ୍ୟାଚରେ ୧୪୫ ରନରେ ଭାରତକୁ ହରାଇଛି ଓ୍ଵେଷ୍ଟଇଣ୍ଡିଜ

Odisha Sports Bureau

ରୋମାଞ୍ଚକର ସ୍ଥିତିରେ ଭାରତ-ଅଷ୍ଟ୍ରେଲିଆ ମେଲବର୍ଣ୍ଣ ଟେଷ୍ଟ

Odisha Sports Bureau

ଭାରତ-ପାକିସ୍ତାନ ବିଶ୍ୱକପ ମ୍ୟାଚ୍‌କୁ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

Odisha Sports Bureau