More Sports

ବିଶ୍ୱ ଚମ୍ପିଆନସିପ୍: ଅନ୍ନୁ ରାଣୀ ଜାଭେଲିନ୍ ଥ୍ରୋ ର ଫାଇନାଲରେ ପ୍ରବେଶ କରିଥବା ପ୍ରଥମ ଭାରତୀୟ ମହିଳା

(ଓଡିଶା ସ୍ପୋର୍ଟସ): ଭାରତର ଜାଭେଲିନ୍ ଥ୍ରୋ ର ଶୀର୍ଷ ଆଥଲେଟ୍ ଅନ୍ନୁ ରାଣୀ ୱାର୍ଲଡ ଆଥଲେଟିକ୍ ଚମ୍ପିଆନସିପରେ ସୋମବାର ଦିନ ଏକ ନୂଆ ରେକର୍ଡ ସହିତ ଫାଇନାଲ ପାଇଁ କ୍ୱାଲିଫାଇ କରିଛନ୍ତି । ୨୭ ବର୍ଷିୟ ଅନ୍ନୁଙ୍କୁ କ୍ୱାଲିଫକେସନ ସମୟରେ ଗ୍ରୁପ୍ ‘ଏ’ରେ ରଖାଯାଇଥିଲା । ସେ ତାଙ୍କର ପ୍ରଥମ ପ୍ରୟାସରେ ବର୍ଚ୍ଛାକୁ ୫୭.୦୫ ମିଟର ଦୁରକୁ ଫିଙ୍ଗିଥିଲେ । ଦ୍ୱିତୀୟ ପ୍ରୟାସରେ ୬୨.୪୩ ମିଟର ଦୁରତା ଫିଙ୍ଗିଥିଲେ, ଯାହା ତାଙ୍କର ରାଷ୍ଟ୍ରୀୟ ରେକର୍ଡ ୬୨.୩୪ ମିଟର ଠାରୁ ଉନ୍ନତ ଥିଲା ।
ସେ ଏହି ରେକର୍ଡ ଏହି ବର୍ଷ ମାର୍ଚ୍ଚ ମାସରେ ପଟିଆଲାରେ ହୋଇଥିବା ଫେଡରେସନ କପ୍ ରେ କରିଥିଲେ । ଏହି ଚେଷ୍ଟା ଦ୍ୱାରା ଫାଇନାଲରେ ନିଜର ସ୍ଥାନ ସୁରକ୍ଷିତ ରଖିବରେ ସଫଳ ହୋଇଛନ୍ତି । ସେ ବିଶ୍ୱ ଚମ୍ପିଆନସିପର ବର୍ଚ୍ଛା ବିଭାଗରେ ଫାଇନାଲରେ ପ୍ରବେଶ କରିବାରେ ପ୍ରଥମ ଭାରତୀୟ ମହିଳା ଅଟନ୍ତି । ଅନ୍ନୁ ଗ୍ରୁପ୍ ‘ଏ’ରେ ତୃତୀୟ ସ୍ଥାନରେ ରହିଲେ ଏବଂ କ୍ୱାଲିଫାଇ ରାଉଣ୍ଡର ପଞ୍ଚମ ସର୍ବଶ୍ରେଷ୍ଠ ଆଥଲେଟ୍ଙ୍କ ରୂପରେ ଫାଇନାଲରେ ପ୍ରବେଶ କରିଛନ୍ତ । ଚୀନର ଏସିଆ ଚମ୍ପିଆନ ଲିୟୁ ହୁଇହୁଇ(୬୭.୨୭ ମିଟର) ଏବଂ ଜର୍ମାନିର କ୍ରଷ୍ଟ୍ରିନ୍ ହୁସୋଗ(୬୫.୨୯ ମିଟର) ୬୩.୫୦ ମିଟରର କ୍ୱାଲିଫକେସନ୍ ମାନଦଣ୍ଡକୁ ହାସଲ କରିପାରିଥିଲେ, ଅନ୍ନୁଙ୍କ ସହିତ ଅନ୍ୟ ୧୦ ଜଣ ଏହାପରେ ସର୍ବଶ୍ରେଷ୍ଟ ପ୍ରଦର୍ଶନ ଆଧାରରେ ଫାଇନାଲରେ ପ୍ରବେଶ କରିଛନ୍ତି । ଚୀନର ଲିୟୁ ଶିୟିଙ୍ଗ୍(୬୩.୪୮) ପ୍ରଥମ ସ୍ଲୋଭେନିଆର ରତେଜ୍ ମାର୍ଟିନ (୬୨.୮୭) ଦ୍ୱିତୀୟ ସ୍ଥାନରେ ଏବଂ ୬୦.୫୦ ମିଟରରେ ଅନ୍ନୁ ତୃତୀୟ ସ୍ଥାନରେ ରହିଥିଲେ ।

Related posts

ୟୁପି ଯୋଦ୍ଧାର ଲଗାତାର ଚତୁର୍ଥ ବିଜୟ

Odisha Sports Bureau

ଏସିଆ ୱେଟଲିଫଟିଙ୍ଗ୍ ଚମ୍ପିଆନସିପ୍ ରେ ଭାରତୀୟ ଦଳର ନେତୃତ୍ୱ ନେବେ ମିରାବାଇ

ସ୍ୱପ୍ନରେ ରହିଗଲା ଅନ୍ନୁଙ୍କ ସ୍ୱପ୍ନ

Odisha Sports Bureau

Leave a Comment