Badminton

ଫ୍ରେଞ୍ଚ  ଓପନ କ୍ୱାର୍ଟର ଫାଇନାଲରେ ସାଇନା

(ଓଡିଶା ସ୍ପୋର୍ଟ ): ଗୁରୁବାର ଫ୍ରେଞ୍ଚ ଓପନ କ୍ୱାର୍ଟର ଫାଇନାଲ ରାଉଣ୍ଡରେ ପହଞ୍ଚି ଯାଇଛନ୍ତି ଭାରତୀୟ ମହିଳା ବ୍ୟାଡ଼ମିଣ୍ଟନ ଖେଳାଳି ସାଇନା ନେହୱାଲ । ଗୁରୁବାର ଖେଳା ଯାଇଥିବା ମ୍ୟାଚରେ ସାଇନା ଡେନମାର୍କର ଲାଇନ ହଜମାର୍କ କେଇଜର୍ସଫେଲ୍ଟଙ୍କୁ ସିଧା ସେଟରେ ହରାଇ ଦେଇଥିଲେ । ଖେଳର ତୃତୀୟ ଦିନରେ ସାଇନା ପ୍ରି -କ୍ୱାର୍ଟର ଫାଇନାଲ ରାଉଣ୍ଡରେ ଜବରଦସ୍ତ ଖେଳ ପ୍ରଦର୍ଶନ କରିଥିଲେ ଓ ଡେନମାର୍କର ଖେଳାଳିଙ୍କୁ ମାତ୍ର ୨୭ ମିନିଟରେ ୨୧-୧୦ ଓ ୨୧-୧୧ରେ ହରାଇ ପରବର୍ତ୍ତୀ ରାଉଣ୍ଡରେ ପହଞ୍ଚି ପାରିଛନ୍ତି ।
୨ୟ ମୁକାବିଲାରେ ସାତଵିକ ସାଇରାଜ ଆଉ ଚିରାଗ ସେଟ୍ଟୀବି ନିଜ ନିଜ ମୁକାବିଲା ଜିତି କ୍ୱାର୍ଟର ଫାଇନାଲ ରାଉଣ୍ଡରେ ପହଞ୍ଚି ଯାଇଛନ୍ତି । ଭାରତର ଏହି ଯୋଡି ପ୍ରି- କ୍ୱାର୍ଟର ଫାଇନାଲ ରାଉଣ୍ଡରେ ଇଣ୍ଡୋନେସିଆର ମହମ୍ମଦ ଆହାସନ ଓ ହେନ୍ଦ୍ର ସେଟିଆବନଙ୍କୁ ହରାଇଥିଲେ । ଏହା ବ୍ୟତୀତ ବିଶ୍ୱ ଚମ୍ପିୟାନ ପିଭି ସିନ୍ଧୁବି ନିଜ ମୁକାବିଲା ଜିତି ଯାଇଛନ୍ତି । ପିଭି ସିନ୍ଧୁ ପ୍ରି – କ୍ୱାର୍ଟର ଫାଇନାଲ ରାଉଣ୍ଡରେ ସିଙ୍ଗାପୁରର ଖେଳାଳି ୟେଓ ଯିଆ ମୀନଙ୍କୁ ସହଜରେ ହରାଇ ଦେଇଥିଲେ । ସିନ୍ଧୁ ଏହି ମ୍ୟାଚରେ ୨୧-୧୦ ଓ ୨୧-୧୩ ରେ ପରବର୍ତ୍ତୀ ରାଉଣ୍ଡରେ ପହଞ୍ଚି ଯାଇଛନ୍ତି ।

Related posts

ସାଇନା, ସିନ୍ଧୁ ଓ କିଡାମ୍ବି ଫ୍ରେଚ ଓପନରେ କ୍ୱାର୍ଟର ଫାଇନାଲରେ

Odisha Sports Bureau

ଅନ୍ତରାଷ୍ଟ୍ରିୟ ଫର୍ଚ୍ୟୁନ୍ ବ୍ୟାଡମିଣ୍ଟନ ସିରିଜର ଟାଇଟଲ୍ ଜିତିଲେ ମାଲବିକା

Odisha Sports Bureau

ୟୁଏସ୍ ଓପନ୍ ବ୍ୟାଡ୍‌ମିଣ୍ଟନ୍ ଫାଇନାଲରେ ତନଭି ଓ ଆୟୁଷ