Badminton

ଫ୍ରେଞ୍ଚ  ଓପନ କ୍ୱାର୍ଟର ଫାଇନାଲରେ ସାଇନା

(ଓଡିଶା ସ୍ପୋର୍ଟ ): ଗୁରୁବାର ଫ୍ରେଞ୍ଚ ଓପନ କ୍ୱାର୍ଟର ଫାଇନାଲ ରାଉଣ୍ଡରେ ପହଞ୍ଚି ଯାଇଛନ୍ତି ଭାରତୀୟ ମହିଳା ବ୍ୟାଡ଼ମିଣ୍ଟନ ଖେଳାଳି ସାଇନା ନେହୱାଲ । ଗୁରୁବାର ଖେଳା ଯାଇଥିବା ମ୍ୟାଚରେ ସାଇନା ଡେନମାର୍କର ଲାଇନ ହଜମାର୍କ କେଇଜର୍ସଫେଲ୍ଟଙ୍କୁ ସିଧା ସେଟରେ ହରାଇ ଦେଇଥିଲେ । ଖେଳର ତୃତୀୟ ଦିନରେ ସାଇନା ପ୍ରି -କ୍ୱାର୍ଟର ଫାଇନାଲ ରାଉଣ୍ଡରେ ଜବରଦସ୍ତ ଖେଳ ପ୍ରଦର୍ଶନ କରିଥିଲେ ଓ ଡେନମାର୍କର ଖେଳାଳିଙ୍କୁ ମାତ୍ର ୨୭ ମିନିଟରେ ୨୧-୧୦ ଓ ୨୧-୧୧ରେ ହରାଇ ପରବର୍ତ୍ତୀ ରାଉଣ୍ଡରେ ପହଞ୍ଚି ପାରିଛନ୍ତି ।
୨ୟ ମୁକାବିଲାରେ ସାତଵିକ ସାଇରାଜ ଆଉ ଚିରାଗ ସେଟ୍ଟୀବି ନିଜ ନିଜ ମୁକାବିଲା ଜିତି କ୍ୱାର୍ଟର ଫାଇନାଲ ରାଉଣ୍ଡରେ ପହଞ୍ଚି ଯାଇଛନ୍ତି । ଭାରତର ଏହି ଯୋଡି ପ୍ରି- କ୍ୱାର୍ଟର ଫାଇନାଲ ରାଉଣ୍ଡରେ ଇଣ୍ଡୋନେସିଆର ମହମ୍ମଦ ଆହାସନ ଓ ହେନ୍ଦ୍ର ସେଟିଆବନଙ୍କୁ ହରାଇଥିଲେ । ଏହା ବ୍ୟତୀତ ବିଶ୍ୱ ଚମ୍ପିୟାନ ପିଭି ସିନ୍ଧୁବି ନିଜ ମୁକାବିଲା ଜିତି ଯାଇଛନ୍ତି । ପିଭି ସିନ୍ଧୁ ପ୍ରି – କ୍ୱାର୍ଟର ଫାଇନାଲ ରାଉଣ୍ଡରେ ସିଙ୍ଗାପୁରର ଖେଳାଳି ୟେଓ ଯିଆ ମୀନଙ୍କୁ ସହଜରେ ହରାଇ ଦେଇଥିଲେ । ସିନ୍ଧୁ ଏହି ମ୍ୟାଚରେ ୨୧-୧୦ ଓ ୨୧-୧୩ ରେ ପରବର୍ତ୍ତୀ ରାଉଣ୍ଡରେ ପହଞ୍ଚି ଯାଇଛନ୍ତି ।

Related posts

ଟୁର୍ଣ୍ଣାମେଣ୍ଟରେ ଖେଳିବାକୁ ମନା କରିବା ପଡିଲା ମହଙ୍ଗା

Odisha Sports Bureau

ଅଷ୍ଟ୍ରେଲିଆ ଓପନ ବ୍ୟାଡମିଣ୍ଟନ ଟାଇଟଲ ଜିତିଛନ୍ତି ଲକ୍ଷ୍ୟ ସେନ୍

Odisha Sports Bureau

ବିଶ୍ୱ ପାରା ବ୍ୟାଡ଼ମିଣ୍ଟନ ବିଜେତା ପ୍ରମୋଦଙ୍କୁ ୩୫ ଲକ୍ଷ ଟଙ୍କା ପୁରସ୍କାର ରାଶି

Odisha Sports Bureau