Cricket

ଆତଙ୍କବାଦୀ ଟାର୍ଗେଟରେ କୋହଲି

(ଓଡିଶା ସ୍ପୋର୍ଟ୍ସ):  ଭୁବନେଶ୍ୱର: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରୋଟ କୋହଲି ଏବେ ଆତଙ୍କବାଦୀଙ୍କ ଟାର୍ଗେଟରେ । ଅଲ ଇଣ୍ଢିଆ ଲସ୍କର ଏ ତୋଏବା ନାମକ ଏକ ନୂତନ ଆତଙ୍କବାଦୀ ସଂଗଠନ ବିରାଟଙ୍କ ସମେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ସାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ଟାର୍ଗେଟ କରୁଥିବା ନେଇ ଏକ ଚିଠି ଏନଆଇଏକୁ ଚିଠି ଦେଇଛି ।
ଏହାକୁ ନେଇ ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି । ତେବେ ଏହା ଭାରତୀୟ ଇତିହାସରେ ପ୍ରଥମ ଘଟଣା କି ଜଣେ ଖେଳାଳିଙ୍କୁ ଆତଙ୍କବାଦୀ ଟାର୍ଗେଟ କରୁଛନ୍ତି । ତେଣୁ ବିସିସିଆଇକୁ ଦିଲ୍ଲୀ ପୁଲିସ ଏକ ଚିଠି ଲେଖି ଜଚ୍ଚାଇଦେଇଛି । କେତେକ ଏହି ଚିଠିକୁ ଗୁଜବ କହୁଛନ୍ତି । ତେବେ ଏହାକୁ ଗୁରୁତର ସହ ନେଇଛି ପୁଲିସ । ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳ ହେବାକୁ ଥିବାରୁ ଦିଲ୍ଲୀ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡା କରିଛି ।

Related posts

ବିଷ ଓଗାଳିଲେ ଆଫ୍ରିଦି, ବିବାଦୀୟ ବୟାନ ଦେଇ ହଙ୍ଗାମା କଲେ

ଆସନ୍ତା କାଲି ପାରମ୍ପାରିକ ପ୍ରତିଦ୍ୱନ୍ଦୀ ପାକିସ୍ଥାନ କୁ ଭେଟିବ ଭାରତ

Odisha Sports Bureau

ପଞ୍ଜାବ କିଙ୍ଗ୍ସ ଓ ଗୁଜୁରାଟ ଟାଇଟନ୍ସ ମଧ୍ୟରେ କଡ୍ଡା ଟକ୍କର