More Sports

୧୬ରୁ ଦ୍ୱାଦଶ ଜାତୀୟ ଦିବାରାତ୍ର ଭଲିବଲ ଟୁର୍ନାମେଣ୍ଟ

(ଓଡ଼ିଶା ସ୍ପୋର୍ଡ଼ସ ): ଲିଙ୍ଗରାଜ ସ୍ପୋଟର୍‌ସ ଆସୋସିଏଶନ ଆନୁକୂଲ୍ୟରେ ଚଳିତମାସ ୧୬ ଓ ୧୭ ତାରିଖ ଦୁଇଦିନଧରି ଦ୍ୱାଦଶ ଜାତୀୟ ଦିବାରାତ୍ର ଭଲିବଲ ଟୁର୍ନାମେଣ୍ଟ ଲିଙ୍ଗରାଜ ବିହାର ପୋଖରୀପୁଟଠାରେ ଅନୁଷ୍ଠିତ ହେବ। ଏଥିରେ ରାଜ୍ୟର ୨ଟି ଦଳ ଭୁବନେଶ୍ୱର ସ୍ପୋଟର୍‌ସ ହଷ୍ଟେଲ ଓ ରାଉରକେଲା ରାଇଜିଂ କ୍ଲବ ବ୍ୟତୀତ ରାଜ୍ୟ ବାହାରର ଆନ୍ଧ୍ର ପ୍ରଦେଶ, ଇଷ୍ଟର୍ନ ରେଲଓ୍ବେ, ଡିଏଲଡବଲ୍ୟୁ ବାରଣାସୀ, ତାମିଲନାଡ଼ୁ ସ୍ପୋଟର୍‌ସ ହଷ୍ଟେଲ ଭାଗନେବେ। ପ୍ରତିଯୋଗିତାର ଚାମ୍ପିୟନ ଦଳକୁ ଟ୍ରଫି ସହ ୧୫,୦୦୦ ଓ ରନର୍ସଅପ୍‌ ଦଳକୁ ୧୦,୦୦୦ଟଙ୍କା ପ୍ରଦାନ କରାଯିବ। ଏହା ବ୍ୟତୀତ ସମସ୍ତ ବିଭାଗର ଶ୍ରେଷ୍ଠ ଖେଳାଳିଙ୍କୁ ପୁରସ୍କୃତ କରାଯିବ। ପ୍ରଥମ ଦିବସରେ ୪ଟି ଲିଗ୍‌ ମ୍ୟାଚ ଏବଂ ଦ୍ୱିତୀୟ ଦିବସରେ ୨ଟି ଲିଗ୍‌ ସହିତ ସେମିଫାଇନାଲ ଓ ଫାଇନାଲ ଅନୁଷ୍ଠିତ ହେବ ବୋଲି ସୋମବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଆୟୋଜକମାନେ ସୂଚନା ଦେଇଛନ୍ତି। ଏହି ଅବସରରେ ପ୍ରତିଯୋଗିତାର ଟ୍ରଫି ଉନ୍ମୋଚିତ ହୋଇଥିଲା। ଆସୋସିଏଶନ ସଭାପତି ବାବୁ ସିଂ ଓ ସମ୍ପାଦକ ରଜତ ତ୍ରିପାଠୀ ଉପସ୍ଥିତ ରହି ଟୁର୍ନାମେଣ୍ଟ ସମ୍ପର୍କରେ ସୂଚନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆସୋସିଏଶନର କର୍ମକର୍ତ୍ତା ସୁବାସ ମିଶ୍ର, ସଞ୍ଜୟ ଦାଶ, ନିହାର ମହାନ୍ତି, ସୀତାକାନ୍ତ ନନ୍ଦ, ମାନଭଞ୍ଜନ ସାହୁ, ଅଭିମନ୍ୟୁ ପ୍ରଧାନ, ଅଭିରାନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Related posts

କୋରିଆକୁ ହରାଇ ସ୍ୱର୍ଣ୍ଣ ଜିତିଲା ଭାରତ ପରୁଷ ତୀରନ୍ଦାଜ

Odisha Sports Bureau

ନିଜର ଦବଦବା କାଏମ ରଖି ୧୧ ତମ ଟାଇଟେଲ ଜିତିଲେ ବିଜେନ୍ଦର

ପ୍ରୋ କବାଡି ଲିଗ୍: ପୁୁଣିଥରେ ଦେଖିବାକୁ ମିଳିଛି ପ୍ରଦିପ୍ ନରୱାଲଙ୍କ ଜାଦୁ, ପାଟନା ପୁଣେରି ପଲଟନକୁ ହରାଇଲା

Odisha Sports Bureau