More Sports

ରାଜ୍ୟ ଓପନ୍‌ ବ୍ଲିଜ୍‌ ଚେସ୍‌ ପ୍ରତିଯୋଗିତା 

(ଓଡ଼ିଶା ସ୍ପୋର୍ଟସ ): ଭୁବନେଶ୍ୱର ଠାରେ ଗୁରୁ କେଳୁ ଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଆୟୋଜିତ ମଞ୍ଜୁଳା ମିଶ୍ର ଏକଦିବସୀୟ ରାଜ୍ୟ ଓପନ୍‌ ବ୍ଲିଜ୍‌ ଚେସ୍‌ ପ୍ରତିଯୋଗିତାରେ ଗ୍ରାଣ୍ଡ ମାଷ୍ଟର ସ୍ୱୟଂଶ ମିଶ୍ର ଚାମ୍ପିଅନ୍‌ ହୋଇଛନ୍ତି । ମୋଟ୍‌ ୭ ରାଉଣ୍ଡ ଖେଳରେ ସମ୍ପୂର୍ଣ୍ଣ ଭାବେ ଅପରାଜିତ ରହି ସେ ସର୍ବାଧିକ ୮ ପଏଣ୍ଟ ହାସଲ କରିଥିଲେ ।
ଏହି ପ୍ରତିଯୋଗିତାରେ ମୋଟ୍‌ ୧୪୧ ଜଣ ଖେଲାଳିଙ୍କ ମଧ୍ୟରେ ୫୧ ଜଣ ଅନ୍ତର୍ଜାତୀୟ ମାନ୍ୟତା ପ୍ରାପ୍ତ ଖେଳାଳି ସାମିଲ ହୋଇଥିଲେ । ଅଙ୍କିତା ଶ୍ରେଷ୍ଠ ମହିଳା ଖେଳାଳି ଏବଂ ନିପୁନ ଆଦିତ୍ୟ ମହାନ୍ତି ଶ୍ରେଷ୍ଠ ଦିବ୍ୟାଙ୍ଗ ଖେଳାଳି ଭାବେ ପୁରସ୍କୃତ ହୋଇଥିଲେ ।
ମନୀଷ କୁମାର, ସଞ୍ଜୀବନ ନାୟକ, ନୀଲସୁ ପଟ୍ଟନାୟକ, ଏସ୍‌. ସତ୍ୟମ୍‌, ପ୍ରିୟଂଶ ଦାସ, ଦେବୀ ପ୍ରସାଦ ନାୟକ, ରାଜେନ୍ଦ୍ର କୁମାର ସାହୁ ଏମାନେ ସମସ୍ତେ ସମାନ ୬ ପଏଣ୍ଟ ହାସଲ କରିଥିଲେ । ତେବେ ଟାଉବ୍ରେକର୍‌ରେ ଏମାନେ ଯଥାକ୍ରମେ ଦ୍ୱିତୀୟରୁ ଅଷ୍ଟମ ସ୍ଥାନ ଅଧିକାର କରିଥିଲେ । ଜଗଦୀଶ ବାରିକ ଓ ବିବେକ ତିବେରଓ୍ଵାଲ ୫.୫ ପଏଣ୍ଟ ସହ ନବମ ଓ ଦଶମ ସ୍ଥାନରେ ରହିଛନ୍ତି ।
ଏହା ବ୍ୟତୀତ ବିଭିନ୍ନ ବୟସ ବର୍ଗରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା । ପୁରସ୍କାର ଭାବେ ନଗଦ ୧୫ ହଜାର ଟଙ୍କା ଏବଂ ଟ୍ରଫି ସହ ରାଜ୍ୟସ୍ତରୀୟ ପ୍ରମାଣପତ୍ର ମଧ୍ୟ ଦିଆଯାଇଥିଲା । ଭେଟେରାନ୍‌ ବର୍ଗରେ ଏନ୍‌. ସୁନ୍ଦରରାଜନ୍‌, ୬ ବର୍ଷରୁ କମ୍‌ ବର୍ଗରେ ଶୁଭସ୍ମିତା ପ୍ରିୟଦର୍ଶିନୀ ଓ ସ୍ମୃତି ରଞ୍ଜନ ସାହୁ, ୭ ବର୍ଷରୁ କମ୍‌ ବର୍ଗରେ ଆରିୟନ୍‌ ବେହେରା ଓ ହର୍ଷିତା ସିଂହ, ୯ ବର୍ଷରୁ କମ୍‌ ବର୍ଗରେ ଆଦିତ୍ୟ ବିକ୍ରମ ମିଶ୍ର ଓ ଶ୍ରଦ୍ଧା ମିଶ୍ର, ୧୧ ବର୍ଷରୁ କମ୍‌ ବର୍ଗରେ କୌସ୍ତୁଭ ଦାଶ ଓ ୟସିତା ରାଉତ, ୧୩ ବର୍ଷରୁ କମ୍‌ ବର୍ଗରେ ସୌରଭ କର ଓ ପି. ସାଇରୂପା ଯଥାକ୍ରମେ ବାଳିକା ଓ ବାଳକ ବର୍ଗରେ ଚାମ୍ପିଅନ୍‌ ହୋଇଥିଲେ ।

Related posts

ଜୟପୁରର ପ୍ଲେଅଫ୍ରେ ପହଞ୍ଚିବାର ଆଶା ଉଦ୍ଦ୍ିବିତ ରହିଛି

Odisha Sports Bureau

F1 ରେସ୍: ବ୍ରିଟିଶ୍ ଗ୍ରାଣ୍ଡ୍ ପ୍ରିକ୍ସ ଟାଇଟଲ୍ ଜିତି ରେକର୍ଡ ସୃଷ୍ଟିକଲେ ଲୁଇସ୍

Odisha Sports Bureau

ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା:ରୌପ୍ୟ ହାସଲ କଲେ ଦୂତି