More Sports

ଲୋରେସ ଆୱାର୍ଡ଼ ଦୌଡ଼ରେ ସଚିନ

(ଓଡ଼ିଶା ସ୍ପୋର୍ଟ): ୨୦୦୦ରୁ ୨୦୨୦ ପର୍ୟ୍ୟନ୍ତର ସର୍ବଶ୍ରେଷ୍ଠ ଲୋରେସ ଖେଳ ମୁହୂର୍ତ୍ତର ଦୌଡରେ ଭାରତ ପୂର୍ବତନ ମହାନ କିକ୍ରେଟର ସଚିନ ତେନ୍ଦୁଲକର ସାମିଲ ହୋଇଛି । ଭାରତର ୨୦୧୧ କ୍ରିକେଟ ବିଶ୍ୱ କପରେ ବିଜୟୀ ସନ୍ଦର୍ଭରେ ତେନ୍ଦୁଲକରଙ୍କ ସହ ଜଡିତ ମୁହୂର୍ତ୍ତକୁ ‘କେରିଡ ଅନ୍ ଦ’ ସୋଲ୍ଡର୍ସ ଅଫ ଏ ନେସନ’ ଶୀର୍ଷକ ଦିଆଯାଇଛି । ପ୍ରାୟ ୯ ବର୍ଷ ପୁର୍ବେ ତେନ୍ଦୁଲକର ନିଜର ଷଷ୍ଠ ବିଶ୍ୱ କପରେ ବିଶ୍ୱ ଟାଇଟଲ ହାସଲ କରିଥିବା ଟିମର ସଦସ୍ୟ ରହିଥିଲେ ।
ଭାରତୀୟ ଟିମ ସଦସ୍ୟମାନେ ଏହା ପରେ ତେନ୍ଦୁଲକରଙ୍କୁ କାନ୍ଧରେ ଉଠାଇ ପଡିଆର ଲେପ ଅଫ ଅନର ଲଗାଇଥିଲେ ଏବଂ ଏହି ସମୟରେ ଏହି ମହାନ ଖେଳାଳିଙ୍କ ଆଖିରୁ ଲୁହ ବୋହୁଥିଲା । ଏହି ବିଶ୍ୱ କପରେ ଏସିଆର ହିଁ ଅନ୍ୟ ଟିମ ଶ୍ରୀଲଙ୍କକୁ ହରାଇ ଦ୍ୱିତୀୟଥର ପାଇଁ ବିଶ୍ୱ ଚାମ୍ପିୟନ ହେବାର ଗୌରବ ହାସଲ କରିଥିଲା । ଲୌରିଅସ୍ ବିଶ୍ବ କ୍ରୀଡ଼ା ସମ୍ମାନର ୨୦ ବର୍ଷ ପୂର୍ତ୍ତି ଅବସରରେ ଫେବ୍ରୁଆରି ୧୭ ତାରିଖରେ ବିଜେତାଙ୍କ ନାଁ ଘୋଷଣା କରାଯିବ। ପ୍ରଥମ ପର୍ୟ୍ୟାୟରେ ୨୦ ଜଣିଆ ସମ୍ଭାବ୍ୟ ତାଲିକାକୁ ୧୦ ଓ ପରେ ୫କୁ କମାଇ ଦିଆଯିବ। ଏହାପରେ ବିଜେତା ବଛାଯିବ। ଏଥିଲାଗି ଫେବ୍ରୁଆରି ୧୭ ପର୍ୟ୍ୟନ୍ତ ଭୋଟ ଦେଇହେବ।

Related posts

ଟୋକିଓ ଅଲିମ୍ପିକ୍ସ: ଇଲାଭେନିଲ, ଆନିଶଙ୍କ ସମେତ ୩୪ ସୁଟର ସମ୍ଭାବ୍ୟ କୋର ଗ୍ରୁପରେ ସ୍ଥାନିତ

ସ୍କୁଲରେ ହ୍ୱିଲ ଚେୟାର ସୁବିଧା ନଥିବାରୁ ଦିବ୍ୟାଙ୍ଗ ଆଥଲେଟଙ୍କୁ ମିଳିଲାନି ଆଡମିଶନ୍

ପ୍ରୋ କବାଡ୍ଡୀ ୨୦୧୯ରେ ଦିଲ୍ଲୀ-ହରୀୟାଣାର ବିଜୟ

Odisha Sports Bureau

Leave a Comment