More Sports

ଏଫଆଇଏଚ ପ୍ଳୋ ଲିଗ ୨୦୨୦ ଭାରତୀୟ ଦଳରେ ୨ ଓଡ଼ିଆ

(ଓଡ଼ିଶା ସ୍ପୋର୍ଟ): ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏଫଆଇଏଚ ପ୍ଳୋ ଲିଗ ୨୦୨୦ ପାଇଁ ଘୋଷଣା ହେଲା ୨୦ ଜଣ ଭାରତୀୟ ଖେଳାଳିଙ୍କ ତାଲିକା । ଘୋଷିତ ଭାରତୀୟ ଦଳରେ ସ୍ଥାନ ପାଇଲେ ୨ ଓଡ଼ିଆ ଖେଳାଳି । ବିରେନ୍ଦ୍ର ଲାକ୍ରା, ଅମିତ ରୋହିଦାସଙ୍କୁ ଚିମରେ ମିଳିଛି ସ୍ଥାନ ।
ଚଳିତ ମାସ ଜାନୁଆରୀ ୧୮, ୧୯ ରେ ନେଦରଲାଣ୍ଡ ସହ ୨ ଟି ଏଫଆଇଏଚ ପ୍ଳୋ ଲିଗ ମ୍ୟାଚ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବାକୁ କାର୍ୟ୍ୟକ୍ରମ ରହିଛି । ମେ ମାସ ପର୍ୟ୍ୟନ୍ତ ଏଫଆଇଏଚ ପ୍ଳୋ ଲିଗ ବିଭିନ୍ନ ସ୍ତରରେ ଖେଳାଯିବ ବୋଲି ଜଣାପଡ଼ିଛି।

ଘୋଷିତ ଭାରତୀୟ ଦଳ :- ପି ଆର ଶ୍ରୀଜେସ(ଗୋଲକିପର), କ୍ରୀଷ୍ଣା ବାହାଦୂର ପାଠକ, ହରମନପ୍ରୀତ ସିଂ (ଉପଅଧିନାୟକ), ଗୁରିନ୍ଦର ସିଂ, ଅମିତ ରୋହିଦାସ, ସୁରେନ୍ଦ୍ର କୁମାର, ବିରେନ୍ଦ୍ର ଲାକ୍ରା, ରୂପିନ୍ଦର ପାଲ ସିଂ, ମନପ୍ରୀତ ସିଂ(ଅଧିନାୟକ), ଭିବେକ ସାଗର ପ୍ରସାଦ, ଚିଙ୍ଗଲସେନା ସିଂ, ନୀଳକଣ୍ଠ ଶର୍ମା, ସୁମିତ୍, ଗୁରୁଜନ୍ତ ସିଂ, ଏସ ଭି ସୁନିଲ, ଲଳିତ କୁମାର ଉପାଧ୍ୟାୟ, ମନଦୀପ ସିଂ, ଆକାଶଦୀପ ସିଂ, ଗୁରୁସବଜିତ ସିଂ, କୋଠଜିତ ସିଂ ଖଡଙ୍ଗବମ ।

Related posts

୫୯ତମ ଜାତୀୟ ଆଥଲେଟିକ୍ସ ଚାମ୍ପିୟନଶିପ: ଦୂତୀ ,ଅମିୟଙ୍କୁ ସ୍ୱର୍ଣ୍ଣ

Odisha Sports Bureau

ଏନବିଏ ଖେଳୁଥିବା ପ୍ରଥମ ଭାରତୀୟ ସତ୍ୟନମ ଉପରେ ଦୁଇ ବର୍ଷର ପ୍ରତିବନ୍ଧକ

Odisha Sports Bureau

ବିଶ୍ୱ ଚମ୍ପିଆନସିପ୍: ଅନ୍ନୁ ରାଣୀ ଜାଭେଲିନ୍ ଥ୍ରୋ ର ଫାଇନାଲରେ ପ୍ରବେଶ କରିଥବା ପ୍ରଥମ ଭାରତୀୟ ମହିଳା

Odisha Sports Bureau