Cricket

୫ମଥର ଟ୍ରଫି ଜିତିଲା ଅଷ୍ଟ୍ରେଲିଆ,ନିରାଶ ହେଲା ଭାରତ

(ଓଡ଼ିଶା ସ୍ପୋର୍ଟ): ଭାରତୀୟ ମହିଳା ଟିମକୁ ମାତ୍ ଦେଇ ଆଇସିସି ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍ ବାଜିମାତ୍ କରିଛି ଅଷ୍ଟ୍ରେଲିଆ ଦଳ। ଏଥିସହିତ ଦଳ ପଞ୍ଚମ ଥର ପାଇଁ ନିଜ ନାଁରେ ଟ୍ରଫି ଜିଣିଛି।ରବିବାର ଫାଇନାଲ୍ ମୁକାବିଲାରେ ଟସ୍ ଜିତି ଅଷ୍ଟ୍ରେଲିଆ ଦଳ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଏହାପରେ ଦଳ ସମସ୍ତ ଖେଳାଳିମାନେ ଚତ୍ମକାର ବ୍ୟାଟିଂ କରିଥିଲେ। ଲଗାତାର ଭାବରେ ଭାରତୀୟ ବୋଲରୁ ଟକ୍କର ଦେଇଥିଲେ ଅଷ୍ଟ୍ରେଲିଆ ଦଳ।ଅଷ୍ଟ୍ରେଲିଆ ୨୦ ଓଭରରେ ୪ ୱିକେଟ ହରାଇ ୧୮୪ ରନ୍ କରିଥିଲା । ତେବେ ଅଷ୍ଟ୍ରେଲିଆ ଦେଇଥିବା ବିଶାଳ ୧୮୫ ରନ୍ ଟାର୍ଗେଟର ପିଛା କରୁଥିବା ଭାରତ ୧୯.୧ ଓଭରରେ ୯୯ ରନ୍ କରି ଅଲଆଉଟ ହୋଇଯାଇଛି।
ଆଜି ଅନ୍ତର୍ଜାତୀୟ ମହିଳା ଦିବସ ହୋଇଥିବା ବେଳେ ଟିମ୍ ଇଣ୍ଡିଆର ଅଧିନାୟକ ହରମନପ୍ରୀତଙ୍କ ୩୧ତମ ଜନ୍ମ ଦିନ ଥିଲା। ଏଥିପାଇଁ ଭାରତୀୟ କ୍ରିକେଟ ଫ୍ୟାନମାନେ ଟିମ୍ ଠାରୁ ବହୁତ କିଛି ଆଶା କରିଥିଲେ। ହେଲେ ଦଳ ମହିଳା ଦିବସରେ ମହିଳା ଟିମ୍ ସମସ୍ତଙ୍କୁ ନିରାଶ କରିଛନ୍ତି।

Related posts

ଦିଲ୍ଲୀ ଟିମରେ ସିଲେକ୍ସନ ହେଲେ ସେହ୍ୱାଗଙ୍କ ପୁଅ

Odisha Sports Bureau

ମାର୍ଚ୍ଚ ୨୬ରୁ ଆଇପିଏଲ୍ ୨୦୨୨

Odisha Sports Bureau

ଏମଏସ ଧୋନିଙ୍କ ଆଇପିଏଲ ପ୍ରତ୍ୟାବର୍ତ୍ତନ ଉପରେ ରବିଚନ୍ଦ୍ରନ ଅଶ୍ୱିନଙ୍କ ବଡ଼ ବୟାନ