More Sports

ରଣଜୀ ଟ୍ରଫି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ବେଙ୍ଗଲ ଓ ସୌରାଷ୍ଟ୍ର ମୁହାଁମୁହିଁ

(ଓଡ଼ିଶା ସ୍ପୋର୍ଟ): ଆଜି ଠାରୁ ରଣଜୀ ଟ୍ରଫି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ ଅନୁଷ୍ଠିତ ହେବ । ସ୍ଥାନୀୟ ଏସ୍ସିଏ ଷ୍ଟାଡ଼ିୟମରେ ବେଙ୍ଗଲ ଓ ସୌରାଷ୍ଟ୍ର ମଧ୍ୟରେ ଏହି ମ୍ୟାଚ ଖେଳାଯିବ। ଟାଇଟଲ୍ ହାସଲ କରିବାକୁ ଉଭୟ ଦଳ ବେଶ୍ ବ୍ୟଗ୍ର ଅଛନ୍ତି। ଗତ ୮ଟି ସିଜିନ୍ରୁ ସୌରାଷ୍ଟ୍ର ଦଳ ୪ଥର ଫାଇନାଲରେ ପ୍ରବେଶ କରିଥିବା ବେଳେ ବେଙ୍ଗଲ୍ ଦଳ ୧୯୮୯-୯୦ ସିଜିନ୍ ପରଠାରୁ ରଣଜୀ ଟ୍ରଫି ଚମ୍ପିଆନ୍ ହୋଇ ପାରିନାହିଁ।
ସୌରାଷ୍ଟ୍ର ଦଳର ନେତୃତ୍ବ ଦ୍ରୁତ ବୋଲର ଜୟଦେବ ଉନାଦ୍କାତ ନେଉଥିବା ବଳେ ଏହି ଦଳରେ ସାମିଲ ହୋଇଛନ୍ତି ଭାରତୀୟ ଟେଷ୍ଟ ଦଳର ନିର୍ଭରଯୋଗ୍ୟ ମଧ୍ୟଭାଗ ବ୍ୟାଟସମ୍ୟାନ୍ ଚେତେଶ୍ବର ପୂଜାରା। ସେହିପରି ବେଙ୍ଗଲ୍ ଦଳରେ ସ୍ଥାନ ପାଇଛନ୍ତି ଭାରତୀୟ ୱିକେଟରକ୍ଷକ ଋଦ୍ଧିମାନ ଶାହା। ରଣଜୀ ଟ୍ରଫିରେ ବର୍ତ୍ତମାନ ସୁଦ୍ଧା ଉନାଦ୍କାତ୍ ବେଶ୍ ଭଲ ପ୍ରଦର୍ଶନ କରି ଆସୁଥିବାରୁ ଫାଇନାଲରେ ମଧ୍ୟ ସେ ଦଳକୁ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି ଆଶା ରହିଛି। ସେହିପରି ଦଳରେ ସାମିଲ ହୋଇଥିବା ଚେତେଶ୍ବର ପୂଜାରା ଅନ୍ତର୍ଜାତୀୟ ସ୍ତରରେ ଅନେକ ସଫଳତା ହାସଲ କରିଥିବା ଦୃଷ୍ଟିରୁ ରଣଜୀ ଫାଇନାଲରେ ସେ ଦଳ ପାଇଁ ବେଶ୍ ଉପଯୋଗୀ ସାବ୍ୟସ୍ତ ହେବେ ବୋଲି ଆଶା କରାଯାଉଛି। ସେହିପରି ଏହି ଦଳରେ ସେଲଡନ୍ ଜ୍ୟାକ୍ସନ ରହିଛନ୍ତି। ଜ୍ୟାକ୍ସନ୍ ଚଳିତ ରଣଜୀ ସିଜିନ୍ରେ ବେଶ୍ ପ୍ରଭାବୀ ପ୍ରଦର୍ଶନ କରିଥିବାରୁ ଫାଇନାଲରେ ତାଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିଛି।
ଅନ୍ୟପକ୍ଷରେ ବେଙ୍ଗଲ୍ ଦଳର ଦ୍ରୁତ ବୋଲରଙ୍କ ପ୍ରତି ସୌରାଷ୍ଟ୍ର ବ୍ୟାଟସମ୍ୟାନ୍ଙ୍କୁ ସତର୍କ ରହିବାକୁ ପଡ଼ିବ। ବେଙ୍ଗଲ୍ ଦଳରେ ଈଶାନ୍ ପୋରେଲ୍, ମୁକେଶ କୁମାର ଓ ଆକାଶଦୀପ ରହିଛନ୍ତି। ସେହିପରି ଲେଗ୍ସ୍ପିନର ସାହାବାଜ୍ ଅହମ୍ମଦ ଭଲ ଫର୍ମରେ ଅଛନ୍ତି। ଦଳର ବ୍ୟାଟିଂ ମୁଖ୍ୟତଃ ମନୋଜ ତିୱାରୀଙ୍କ ଉପରେ ନିର୍ଭରଶୀଳ।

Related posts

ଅଷ୍ଟ୍ରେଲିଆ ଓପନ ଦ୍ୱିତୀୟ ପର୍ଯ୍ୟାରେ ସେରେନା ଓ ଓସାକା

Odisha Sports Bureau

ଓଡ଼ିଶା ପୋଲିସ ମହିଳା କବାଡ଼ି ଦଳ ଫାଇନଲରେ ବିଜୟୀ

Odisha Sports Bureau

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୩୩ ତମ ବାର୍ଷିକ ଖେଳକୁଦ ଓ ଯୋଗାସନ ସମାରୋହ ଉଦଘାଟିତ

Odisha Sports Bureau