More Sports

ପୁରୁଷ ଓ ମହିଳା ପ୍ରଫେଶନାଲ ଟେନିସ ଟୁର୍ନାମେଣ୍ଟ ବାତିଲ

(ଓଡ଼ିଶା ସ୍ପୋର୍ଟ): ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା କରୋନା ଏବେ କ୍ରୀଡ଼ା ଜଗତରେ ପ୍ରଭାବ ପକାଇଛି । କରୋନା ଭାଇରସ୍ର ଆତଙ୍କକୁ ନଜରରେ ରଖି ସମସ୍ତ ପୁରୁଷ ଓ ମହିଳା ପ୍ରଫେଶନାଲ ଟେନିସ ଟୁର୍ନାମେଣ୍ଟକୁ ଜୁନ୍ ୭ ପର୍ୟ୍ୟନ୍ତ ବାତିଲ କରାଯାଇଛି। ପୂର୍ବ ନିର୍ଦ୍ଧାରିତ କାର୍ୟ୍ୟସୂଚୀ ଅନୁଯାୟୀ ପ୍ରତିଯୋଗିତା ଆୟୋଜନ ହୋଇପାରିବ ନାହିଁ ବୋଲି ଆସୋସିଏଶନ ଅଫ୍ ଟେନିସ ପ୍ରଫେଶନାଲ (ଏଟିପି) ଓ ମହିଳା ଟେନିସ ଆାସୋସିଏଶନ (ଡବ୍ଲ୍ୟୁଟିଏ) ପକ୍ଷରୁ କୁହାଯାଇଛି। ଏହା ଫଳରେ ମାଡ୍ରିଡ୍ ଓ ରୋମରେ ହେବାକୁ ଥିବା ମିଳିତ ପୁରୁଷ ଓ ମହିଳା ପ୍ରତିଯୋଗିତା ସମେତ ଷ୍ଟ୍ରସବର୍ଗ,ଫ୍ରାନ୍ସ ମର୍କୋକଭଳି ଡବ୍ଲ୍ୟୁଟିଏ ଟୁର୍ନାମେଣ୍ଟ ଏବଂ ମ୍ୟୁନିକ, ଏଷ୍ଟୋରିଲ, ପର୍ତ୍ତୁଗାଲ, ଜେନେଭା, ଫ୍ରାନ୍ସରେ ହେବାକୁ ଥିବା ଏଟିପି ପ୍ରତିଯୋଗିତା ପ୍ରଭାବିତ ହେବ। ଏଥିପୂର୍ବରୁ ଫ୍ରେଞ୍ଚ୍ ଓପନ୍କୁ ମଧ୍ୟ ମେ’ରୁ ସେପ୍ଟେମ୍ବରକୁ ଘୁଞ୍ଚାଇ ଦିଆଯାଇଥିଲା।

Related posts

ଦେଶ ପାଇଁ ଗୌରବ ଆଣିଲେ ରବି ଦହିୟା

ରାଜ୍ୟ ଓପନ ଚେସ: ପ୍ରିୟବ୍ରତ ପ୍ରଥମ, ମନିଷ ରନର୍ସଅପ

Odisha Sports Bureau

ଅଲିମ୍ପିକ୍‌ ଯୋଗ୍ୟତାରୁ ଅଳ୍ପକେ ବଞ୍ଚିତ ହେଲେ ଜ୍ୟୋତି

Odisha Sports Bureau