Cricket

କୋରୋନାରେ ଚାଲିଗଲେ କ୍ରିକେଟ ଜଗତର ମହାନାୟକ

ନୂଆଦିଲ୍ଲୀ(ଓଡ଼ିଶା ସ୍ପୋର୍ଟସ): ବଲିଉଡ୍ ଏବଂ ରାଜନୀତି ପରେ କୋରୋନାର କଳା ଛାୟା ଏବେ କ୍ରିକେଟ ଜଗତରେ ପଡ଼ିଛି। କୋରୋନାରେ ଆକ୍ରାନ୍ତ ହେଉଛନ୍ତି ଜଣଙ୍କ ପରେ ଜଣେ କିମ୍ବଦନ୍ତୀ। ତେବେ ଆଜି ଏହି କୋରୋନା କ୍ରିକେଟ ଜଗତର ଜଣେ ମହାନ କିମ୍ବଦନ୍ତୀଙ୍କ ପ୍ରାଣ ନେଇଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ର ଅଫିସିଆଲ୍ ସ୍କୋରର କେ କେ ତିୱାରୀ ଆଜି କୋରୋନାରେ ପ୍ରାଣ ହରାଇଛନ୍ତି। ଗତ କିଛି ଦିନରୁ ମହାମାରୀରେ ଆକ୍ରାନ୍ତ ହୋଇ ଝାଝର ଏମ୍ସରେ ଚିକିତ୍ସିତ ହେଉଥିଲେ। ତେବେ ଆଜି ସେ ପ୍ରାଣ ହରାଇଥିବା ଜଣାଯାଇଛି।
ଗତ ଶୁକ୍ରବାର ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିବାରୁ ପରିବାର ଏବଂ ସମଗ୍ର କ୍ରୀଡା ଜଗତରେ ଉତ୍ସାହ ଦେଖି ଦେଇଥିଲା। ତେବେ ଏହି ଉତ୍ସାହ ଥିଲା ମାତ୍ର କିଛି ସମୟ ପାଇଁ। ଗତକାଲି ତାଙ୍କ ସ୍ବାସ୍ଥ୍ୟ ଅଚାନକ ବିଗିଡି ଯାଇଥିଲା ଏବଂ ତାଙ୍କର ଦେହାନ୍ତ ଘଟିଥିବା ଦିଲ୍ଲୀ କ୍ରୀଡା ସାମ୍ବାଦିକ ସଂଘର ସମ୍ପାଦକ ରାଜେନ୍ଦ୍ର ସଜବାନ କହିଛନ୍ତି । ତିୱାରୀଙ୍କ ମୃତ୍ୟୁ ପରେ ସାରା କ୍ରିକେଟ ଜଗତରେ ଶୋକର ଛାୟା ଖେଳି ଯାଇଛି।

Related posts

କୋହଲିଙ୍କ ପ୍ରତି ଇନଷ୍ଟାଗ୍ରାମ ପୋଷ୍ଟେକୁ ୧୧.୪୫ କୋଟି ଟଙ୍କା

Odisha Sports Bureau

ବିଖ୍ୟାତ ତାମିଲ କ୍ରିକେଟ କମେଣ୍ଟେଟର ଅବଦୁଲ ଜବାରଙ୍କ ପରଲୋକ

Odisha Sports Bureau

ବାରବାଟୀରେ ଜୁନ ୧୨ରେ ଭାରତ ଦକ୍ଷିଣ ଆଫ୍ରିକା ଆନ୍ତର୍ଜାଜତୀୟ ମ୍ୟାଚ

Odisha Sports Bureau