Cricket

କନସେଣ୍ଟ୍ରେଟର୍ସ ଯୋଗାଇଲେ ଗବ୍ବର

ନୂଆଦିଲ୍ଲୀ(ରିପୋର୍ଟର୍ସ ଟୁଡେ): ଦେଶକୁ କବଳିତ କରିଥିବା ମହାମାରୀ କୋରୋନା ପାଇଁ ସବୁଆଡ଼େ ହାହାକାର ପଡ଼ିଛି । ଏଭଳି ସଙ୍କଟ ସମୟରେ ଅକ୍ସିଜେନର ଅଭାବ ଦେଶବାସୀ ଏବଂ ସରକାରଙ୍କ ପାଇଁ ବେଡ଼ି ଉପରେ କୋରଡ଼ା ମାଡ଼ ଭଳି ହୋଇଛି । ତେବେ ଏହି ସମସ୍ୟାକୁ ଦୂର କରିବା ପାଇଁ ଦେଶର ଅନେକ ସେଲିବ୍ରିଟି ଏବଂ ଖେଳାଳୀ ଆଗେଇ ଆସିଛନ୍ତି । ଯେଉଁଥିରେ ସାମିଲ ହୋଇଛନ୍ତି ଭାରତୀୟ କ୍ରିକେଟ ଦଳର ପ୍ରାରମ୍ଭିକ ବ୍ୟଟ୍ସମ୍ୟାନ ଶିଖର ଧୱନ । ଅକ୍ସିଜେନ ସଂକଟକୁ ଏଡ଼ାଇବା ପାଇଁ ଗୁରୁଗ୍ରାମ ପୋଲିସକୁ ସେ କନସେଣ୍ଟ୍ରେଟର୍ସ ଦାନ କରିଛନ୍ତି ଟିମ ଇଣ୍ଡିଆର ଗବ୍ବର । ସେପଟେ ଏହି କନସେଣ୍ଟ୍ରେଟର୍ସର ଫଟୋ ପୋଷ୍ଟ କରି ଗୁରୁଗ୍ରାମ ପୋଲିସ ଧୱନଙ୍କୁ ଧନ୍ୟବାଦ ଜଣାଇଛି ।

 

ଗୁରୁଗ୍ରାମ ପୋଲିସର ଏହି ଟ୍ୱିଟକୁ ରି-ଟ୍ୱିଟ କରି ଧୱନ ଲେଖିଛନ୍ତି ଯେ ମୋ ଦେଶର ବିପଦ ସମୟରେ ମୋ ତରଫରୁ ଏହି ଛୋଟିଆ ଉଦ୍ୟମ କରିପାରିଥିବାରୁ ଗର୍ବ ଅନୁଭବ କରୁଛି । ଆଉ ଏଥିପାଇଁ ସେ ସବୁବେଳେ ପ୍ରସ୍ତୁତ ରହିଥିବା କଥା କହିଛନ୍ତି ଧୱନ । ଏବଂ ଭାରତ ଏହି ମହାମାରୀକୁହରାଇ ପୁଣି ଥରେ ଆଗକୁ ବଢିବ ବୋଲି ମଧ୍ୟ ମୋର ବିଶ୍ୱାସ ରହିଛି । ଏହା ପୂର୍ବରୁ ୨୦ କୋଟି ଟଙ୍କା ସହ ଆଇପିଏଲରେ ପାଉଥିବା ସମସ୍ତ ପୁରସ୍କାର ଦାନ କରିଥିଲେ ଭାରତର ଗବ୍ବର ଶିଖର ଧଓ୍ନ ।

Related posts

ଷ୍ଟାର୍କଙ୍କ ଘାତକ ବୋଲିଂ, ଅଷ୍ଟ୍ରେଲିଆ ୩୬୬ ରନରେ ବିଜୟୀ

Odisha Sports Bureau

ଭାରତ-ନେପାଳ ମ୍ୟାଚ: ଟସ ଜିତ ଭାରତ ବୋଲିଂ ନିସ୍ପତି

Odisha Sports Bureau

ଶ୍ରୀଲଙ୍କା ଗସ୍ତ ପୂର୍ବରୁ କୋଚଙ୍କ ବଡ ମନ୍ତବ୍ୟ

Odisha Sports Bureau