Cricket

ଶ୍ରୀଲଙ୍କା ସିରିଜ ପୂର୍ବରୁ ଧୱନ-ଭୁବିଙ୍କ ଭିତରେ ଲଢେଇ

ନୂଆଦିଲ୍ଲୀ(ଓଡିଶା ସ୍ପୋର୍ଟର୍ସ): ଶ୍ରୀଲଙ୍କା ବିପକ୍ଷରେ ଭାରତ ସିରିଜ ପୂର୍ବରୁ ବିସିସିଆଇ ଶେୟର କରିଛି ଭାରତର ଦୁଇ ପ୍ରମୁଖ ଖେଳାଳୀଙ୍କ ଫଟୋ । ଅଧିନାୟକ ଶିଖର ଧୱନ ଏବଂ ଉପ ଅଧିନାୟକ ଭୁବନେଶ୍ୱର କୁମାରଙ୍କ ମଧ୍ୟରେ ଜୋରଦାର ଲଢେଇ ହେଉଥିବାର ଏକ ଫଟୋ ଏବେ ଖୁବ ଭାଇରାଲ । ଖତରନାକ ଓପନର ଧୱନ ଏବଂ ସ୍ୱିଙ୍ଗର ରାଜକୁମାର ଭୁବି ଉଭୟଙ୍କ ଭିତରେ ଚାଲିଛି ଜବରଦସ୍ତ ଫଇଟ । ଭାରତୀୟ କ୍ରକେଟ ଦଳର ଏହି ଦୁଇ ପ୍ରମୁଖ ଖେଳାଳୀ ଆଜି ମୁହାଁମୁହିଁ ହୋଇଛନ୍ତି । ଉଭୟଙ୍କ ହାତରେ ଅସ୍ତ୍ର ଥିଲା ରିମୋଟ । ପ୍ଲେ ଷ୍ଟେସନରେ ଏ ଦୁଇ ଜଣଙ୍କ ମଧ୍ୟରେ ଘମାଘୋଟ ଟକ୍କରର ଏକ ଫଟୋ ଶେୟର କରିଛି ବିସିସିଆଇ । କ୍ୟାପ୍ସନରେ ରହିଛି “ଏହି ମ୍ୟାଚ କିଏ ଜିତୁଛି, ଶିଖର ଧୱନ ନା ଭୁବନେଶ୍ୱର କୁମାର?

Related posts

କ୍ରିସ୍ ଗେଲଙ୍କ ରେକର୍ଡ ଭାଙ୍ଗିବାକୁ ନିକଟତର ରୋହିତ ଶର୍ମା

Odisha Sports Bureau

ICC ରାଙ୍କିଙ୍ଗରେ ପୁଣି ଚମକିଲେ ଦୀପ୍ତି ଶର୍ମା, ଶୀର୍ଷରେ ବଜାୟ, ଏହି ଭାରତୀୟ ଖେଳାଳିମାନେ ମଧ୍ୟ ଡେଇଁଲେ

Odisha Sports Bureau

ଧୋନିଙ୍କ ପୁରୁଣା ଭିଡିଓ ଭାଇରାଲ