Cricket

ଭାରତ ପାକିସ୍ତାନ ମୁକାବିଲା

ନୂଆଦିଲ୍ଲୀ(ଓଡିଶା ସ୍ପୋର୍ଟସ): ଆସନ୍ତା ଅକ୍ଟୋବର ୧୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଆଇସିସି ଟି-୨୦ ପୁରୁଷ ବିଶ୍ୱକପ । ଏଥିପାଇଁ ସମସ୍ତ ଦଳ ନିଜ ନିଜ ପ୍ରସ୍ତୁତିରେ ଲାଗି ପଡିଛନ୍ତି । ସମସ୍ତଙ୍କ ନଜର ବିଶ୍ୱକପ ଉପରେ । ମୋଟ ୧୨ଟି ଦଳ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଉଥିବା ବେଳେ ଚିର ପ୍ରତିଦ୍ୱନ୍ଦି ଭାରତ ଏବଂ ପାକିସ୍ତାନ ଏବେ ପୁଣି କ୍ରିକେଟ ମଇଦାନରେ ଖେଳୁଥିବାର ନଜର ଆସିବେ । ଉଭୟ ଦଳ ଗୋଟିଏ ଗୃପରେ ସ୍ଥାନ ପାଇଥିବାରୁ ଲିଗ ପର୍ଯ୍ୟାୟରେ ଉଭୟଙ୍କ ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳିବ ।
କ୍ରିକେଟ ଜଗତର ୨ ମାରମ୍ପରିକ ପ୍ରତିଦ୍ବନ୍ଦୀ କୁହାଯାଉଥିବା ଭାରତ ଏବଂ ପାକିସ୍ତାନ କ୍ରିକେଟ ଟିମ ଗ୍ରୁପ୍-ବି ରେ ରହିଛନ୍ତି । ଓମାନ ଏବଂ ୟୁଏଇରେ ଅକ୍ଟୋବର ୧୭ ତାରିଖରୁ ନଭେମ୍ବର ୧୪ ଯାଏଁ ଆୟୋଜିତ ହେବାକୁ ଯାଉଛି ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ । ତେବେ ଗ୍ରପ୍ ବି ରେ ଭାରତ ଏବଂ ପାକିସ୍ତାନ ବ୍ୟତିତ ନ୍ୟୁଜିଲାଣ୍ଡ, ଆଫଗାନିସ୍ତାନ ସମେତ ଆଉ ୨ଟି ଟିମ ରହିବେ । ଏ ନେଇ ICC ଘୋଷଣା କରିଛି ।

Related posts

୪ ଦୁଷ୍କର୍ମ ମାମଲାରୁ ଗୁଣତିଳକାଙ୍କୁ ୩ଟିରେ ଆଶ୍ୱସ୍ତି

କାନପୁର କ୍ରିକେଟ କ୍ଲବ ଅନୁକୂଲ୍ୟରେ  ଏମଏନସିସି ଚମ୍ପିଆନ ଟ୍ରଫି ଉଦଘାଟିତ

Odisha Sports Bureau

ଟେଷ୍ଟ ମ୍ୟାଚ ପାଇଁ ଶ୍ରୀଲଙ୍କା ଦଳ ଘୋଷଣା

Odisha Sports Bureau