Cricket

ବୁମରାହ ଆଣ୍ଡରସନଙ୍କ ଭିତରେ ବାକଯୁଦ୍ଧ

ନୂଆଦିଲ୍ଲୀ: ଲର୍ଡ୍ସ ଟେଷ୍ଟରେ ଏକ ବୃହତ ବିଜୟ ପରେ ଇଂଲଣ୍ଡ ଖେଳାଳୀଙ୍କ ସମେତ ସେଠାକାର ଗଣମାଧ୍ୟମ ମଧ୍ୟ ଚିନ୍ତାରେ ପଡିଛନ୍ତି । ଦ୍ୱିତୀୟ ଟେଷ୍ଟର ପଞ୍ଚମ ଦିନରେ ବାଜି ଓଲଟାଇ ମ୍ୟାଚ ଜିତି ନେଇଥିଲା ଭାରତ । ତେବେ ମ୍ୟାଚ ପରେ ଏହି ମ୍ୟାଚକୁ ନେଇ ବିଭିନ୍ନ ଘଟଣା ଏବେ ସାମନାକୁ ଆସୁଛି । ଏହା ଭିତରେ ଦୁଇ ଦଳର ପ୍ରମୁକ ଦ୍ରୁତ ବୋଲରଙ୍କୁ ନେଇ ଆସିଛି ଏକ ରୋମାଞ୍ଚକର ଘଟଣା । ଯାହା ଏବେ ସୋଶିଆଲ୍ ମିଡିଆରେ ଖୁବ ଚର୍ଚ୍ଚାରେ ରହିଛି ।
ଘଟଣାଟି ଭାରତୀୟ ବୋଲର ଜଶପ୍ରୀତ ବୁମରାହ ଏବଂ ଇଂଲଣ୍ଡର ଜେମ୍ସ ଆଣ୍ଡରସନଙ୍କ ମଧ୍ୟରେ । ଦ୍ୱିତୀୟ ମ୍ୟାଚର ପ୍ରଥମ ପାଳିରେ ଜେମ୍ସ ଆଣ୍ଡରସନ କ୍ରିଜରେ ଥିବା ବେଳେ ବୁମରାହ ନିଜ ବୋଲିଂରେ ତାଙ୍କୁ ଖୁବ ହଇରାଣ କରିଥିଲେ । ବାରମ୍ବାର ବାଉନ୍ସର ପକାଇ ତାଙ୍କୁ ଚିନ୍ତାରେ ପକାଇଦେଇଥିଲେ । ତେବେ ଏହି ବାଉନ୍ସରରୁ କିଛି ବଲ ଆଣ୍ଡରସନଙ୍କ ଦେହରେ ବାଜିଥିଲା । ଏବଂ ଶେଷରେ ସେ ଆଉଟ ମଧ୍ୟ ହୋଇଯାଇଥିଲେ । ଏ ଭିତରେ ବୁମରାହ ଏବଂ ଆଣ୍ଡରସନଙ୍କ ମଧ୍ୟରେ କିଛି କଥାବାର୍ତ୍ତା ହୋଇଥିବାର ଦେଖିବାକୁ ମିଳିଥିଲା । ହେଲେ ସେମାନେ କଣ କଥା ହୋଇଥିଲେ ତାହା ଜଣା ପଡିନଥିଲା । ତେବେ ଏ ଘଟଣାରୁ ପରଦା ଉଠାଇଛନ୍ତି ଅଲରାଉଣ୍ଡର ଅଶ୍ୱୀନ ।ଅଶ୍ବିନୀଙ୍କ ଏକ ଭିଡିଓ ଅନୁସାରେ ଆଣ୍ଡରସନ୍ ବୁମରାଙ୍କ ଉପରେ ବେଇମାନ ବୋଲି ଅଭିଯୋଗ ଆଣିଥିଲେ । ଏକ ଭିଡିଓରେ ଖୁଲାସା ହୋଇଛି ଯେ, ଆଣ୍ଡରସନ ବୁମରାଙ୍କ ଉପରେ ରାଗିଥିଲେ କାରଣ ସେ ବ୍ୟାଟ୍ସମ୍ୟାନଙ୍କୁ ଧିମା ବଲ୍ ଫିଙ୍ଗୁଥିଲେ ଏବଂ ତାଙ୍କୁ ଦ୍ରୁତ ବଲ୍ ପକାଉଥିଲେ। ଆଣ୍ଡରସନ୍ ବୁମରାଙ୍କୁ କହିଥିଲେ, ‘ତୁମେ ଅନ୍ୟମାନଙ୍କୁ ୮୦-୮୫ ମାଇଲ୍ ବେଗରେ ବୋଲିଂ କରୁଛ କିନ୍ତୁ ମୋତେ ୯୦ ମାଇଲ୍ ବେଗରେ ବଲ ଫିଙ୍ଗୁଛ, ଏହା ବେଇମାନୀ।’ କିନ୍ତୁ ଡ୍ରେସିଂ ରୁମ୍ରୁ ଫେରୁଥିବା ବେଳେ ସେ ଜାଣିଶୁଣି ଦ୍ରୁତ ବାଉନ୍ସର ଫିଙ୍ଗୁନାହାନ୍ତି ବୁମରା ଆଣ୍ଡରସନଙ୍କୁ କହିଥିଲେ।

Related posts

ଅଶ୍ୱୀନଙ୍କ ଫିରକିରେ ଫସିଲେ କିୱି ଦଳ

Odisha Sports Bureau

ସୂର୍ଯ୍ୟକୁମାରଙ୍କ ପ୍ରଦର୍ଶନକୁ ନେଇ ସବୁଠି ଚର୍ଚ୍ଚା

Odisha Sports Bureau

୨୧ ମାସ ପରେ ODI ଦଳକୁ ଫେରିଛନ୍ତି ଅଶ୍ୱିନ; ଗତ ୫ ଟି ମ୍ୟାଚରେ କିପରି ଥିଲା ପ୍ରଦର୍ଶନ ଜାଣନ୍ତୁ

Odisha Sports Bureau