More Sports

ଭାରତ ଜିତିଲା ରୋପ୍ୟ ପଦକ

ନାଇରୋବି: ନାଇରୋବିରେ ଚାଲିଥିବା ଅଣ୍ଡର-୨୦ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପରେ ଭାରତ ହାସଲ କରିଛି ଆଉ ଏକ ପଦକ । ୧୦ ହଜାର ମିଟର ରେସ ୱାକରେ ଭାରତର ଅମିତ ଐତିହାସିକ ରୋପ୍ୟ ପଦକ ଜିତିଛନ୍ତି । ମାତ୍ର ୪୨ ମିନିଟ ୧୭.୯୪ ସେକେଣ୍ଡରେ ସେ ଏହି ଦୂରତାକୁ ଅତିକ୍ରମ କରି ପାରିଥିଲେ । କୌଣସି ରେସ ୱାକରେ ଆଥଲେଟିକ୍ସର ଏହା ଭାରତ ପାଇଁ ପ୍ରଥମ ପଦକ ।
ଅକିତଙ୍କୁ ରୋପ୍ୟ ପଦକ ମିଳିଥିବା ବେଳେ କେନିୟାର ହେରିଷ୍ଟୋନ ୱନୟୋନିୟ ୪୨ ମିନିଟ ୧୦.୮୪ ସେକେଣ୍ଡରେ ୧୦ ହଜାର ମିଟର ଅତିକ୍ରମ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସେହିପରି ସ୍ପେନ ଦେଶର ପଲ ମ୍ୟାଗ୍ରାଥ ୪୨ ମିନିଟ ୨୬.୧୧ ସେକେଣ୍ଡରେ ଏହାକୁ ଶେଷ କରି ଜିତିଛନ୍ତି ବ୍ରୋଞ୍ଜ ପଦକ ।

Related posts

ଭାରତର ୨ ଯୋଡ଼ି ପୁରୁଷ ଡ଼ବଲ୍ସ ସେମିକୁ ଉନ୍ନୀତ

ଖେଲୋ ଇଣ୍ଡିଆ ଉଦ୍ୟାପନୀ ଉତ୍ସବରେ ୨୨୮ ପଦକ ସହ ମହାରାଷ୍ଟ୍ର ପ୍ରଥମ

Odisha Sports Bureau

ଲୋଜାନ୍‌ ଡାଇମଣ୍ଡ୍‌ ଲିଗ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅତିଆର କଲେ ନୀରଜ ଚୋପ୍ରା

Odisha Sports Bureau