Cricket

ହେବନି ପାକିସ୍ତାନ-ଆଫଗାନିସ୍ତାନ ସିରିଜ

ଋିପୋର୍ଟର୍ସ ଟୁଡେ: ପରବର୍ତ୍ତୀ ମାସରେ ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଦିନିକିଆ ସିରିଜକୁ ନେଇ ପୁଣି ଚର୍ଚ୍ଚା । ଏହି ସିରିଜକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରହିଥିବା ଜଣାପଡିଛି । ପୂର୍ବରୁ ପାକିସ୍ତାନ କ୍ରିକେଟ ବୋର୍ଡ ଏବଂ ଆଫଗାନିସ୍ତାନର କ୍ରିକେଯ ବୋର୍ଡ ପରସ୍ପର ଆଲୋଚନା କରିବା ପରେ ସିରିଜ ଖେଳାଯିବା ନେଇ ନିଷ୍ପତ୍ତି ନିଆଯାଇଥିଲା । କିନ୍ତ୍ୁ ଏବେ ଏ ନେଇ ଆସିଛି କିଛି ଭିନ୍ନ ରିପୋର୍ଟ । ଆଫଗାନିସ୍ତାନ ଉପରେ ତାଲିବାନ ଜବରଦଖଲ କରିବା ପରେ ସେଠାକାର ପରିସ୍ଥିତି ଏବେ ଜଟିଳ ରହିଛି । ଯାହା ଫଳରେ ଶ୍ରୀଲଙ୍କା ଗସ୍ତ ପାଇଁ ମଧ୍ୟ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ ଆଫଗାନ ଖେଳାଳୀ । ଦେଶର ଏପରି ସ୍ଥିତିକୁ ନେଇ ମାନସିକ ଚାପରେ ରହୁଥିବାରୁ ମ୍ୟାଚ ଖେଳିବା ନେଇ କୁଣ୍ଠାବୋଧ କରିଥିଲେ । ତେଣୁ ଏହି ସିରିଜକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ତେବେ ଏହାପରେ ଆସନ୍ତା ଟି-୨୦ ବିଶ୍ୱକପରେ ଆଫଗାନିସ୍ତାନ ଖେଳିବ କି ନାହିଁ, ସେ ନେଇ ପ୍ରଶ୍ନ ଉଠିଛି ।

Related posts

ଟିମ ଉପରେ ବର୍ଷିଲେ ବିରାଟ

Odisha Sports Bureau

ୱାର୍ଣ୍ଣରଙ୍କୁ ପରିବାର କରୁଛନ୍ତି ମିସ

Odisha Sports Bureau

ଟେଷ୍ଟରେ ପ୍ରଥମ ଦିନରେ ଧୂଳି ଚଟାଇଲେ ରୋହିତ ଆର୍ମି; ଅଶ୍ୱିନଙ୍କ ରେକର୍ଡ

Odisha Sports Bureau

Leave a Comment