Cricket

ଟି-ଟ୍ୱେଣ୍ଟି ବିଶ୍ୱକପ ପାଇଁ ICCର ଥିମ ସଙ୍ଗ; କୋହଲୀ- ପୋଲାର୍ଡଙ୍କ ଦମଦାର ଏଣ୍ଟ୍ରି

ଦୁବାଇ: ଆସନ୍ତା ଟି ଟ୍ୱେଣ୍ଟି ବିଶ୍ୱକପ ପାଇଁ ଥିମ ସଙ୍ଗ ଜାରି କରିଛି ଇଣ୍ଟରନେସନାଲ କ୍ରିକେଟ କାଉନ୍ସିଲ (ICC) । ଅକ୍ଟୋବର ୧୭ ତାରିଖରୁ ଓମାନ ଏବଂ ୟୁଏଇରେ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁ ଯାଉଛି । ତେଣୁ ଏନେଇ କ୍ରିକେଟପ୍ରେମୀ ମାନଙ୍କର ଖୁବ ଉତ୍ସାହ ଦେଖିବାକୁ ମିଳିଛି ।

ଏହା ମଧ୍ୟରେ ICC ବିଶ୍ୱକପ ପାଇଁ ଥିମ ସଙ୍ଗ ଜାରି କରି ସାରିଛି । ବଲିଉଡ ସଙ୍ଗୀତ ନିର୍ଦ୍ଦେଶକ ଅମିତ ତ୍ରିବେଦୀଙ୍କ ନିର୍ଦ୍ଦେଶନାରେ ଏହି ଆନିମେଟେଡ ଫିଲ୍ମ ପ୍ରସ୍ତୁତ କରାଯାଇଛି । ଏହି ଫିଲ୍ମରେ ବହୁ ଯୁବ ପ୍ରଶଂସକଙ୍କ ସମେତ କିଛି ନାମୀ ଖେଳାଳୀମାନଙ୍କୁ ସ୍ଥାନ ଦିଆଯାଇଛି । ଏମାନଙ୍କ ମଧ୍ୟରେ ଭାରତୀୟ ଅଧିନାୟକ ବିରାଟ କୋହଲୀ ଏବଂ ୱେଷ୍ଟଇଣ୍ଡିଜ ଅଧିନାୟକ କାଏରନ ପୋଲାର୍ଡଙ୍କୁ ମଧ୍ୟ ଦେଖିବାକୁ ମିଳିଛି । ଏ ଦୁହିଁଙ୍କ ବ୍ୟତୀତ ଅଷ୍ଟ୍ରେଲିୟ ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲ ଏବଂ ଆଫଗାନିସ୍ତାନର ରାଶିଦ ଖାନଙ୍କୁ ଏହି ଆନିମେଟେଡ ଫିଲ୍ମରେ ସ୍ଥାନିତ କରାଯାଇଛି ।

Related posts

କ୍ରିକେଟ ଜଗତକୁ ଏଣ୍ଟ୍ରି କଲେ ସଞ୍ଜୟ ଦତ୍ତ

ନିକଟରେ ଭାରତ-ପାକିସ୍ତାନ ସୀମାରେ ଉତ୍ତେଜନା ଯୋଗୁ ବନ୍ଦ ରହିଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ ଆଜିଠୁ ଆରମ୍ଭ

Odisha Sports Bureau

ଗୋଟିଏ ମ୍ୟାଚରୁ ସସପେଣ୍ଡ ହୋଇଛନ୍ତି ଦିଗଭେଶ ରାଠୀ

Leave a Comment