Cricket

IPLରେ ରଣବୀର-ଦୀପିକାଙ୍କ ଡେବ୍ୟୁ

ମୁମ୍ବାଇ: ଆସନ୍ତା ବର୍ଷ ୨୦୨୨ ଆଇପିଏଲକୁ ନେଇ ଏବେ ସରଗରମ ରହିଛି କ୍ରୀଡା ଜଗତ । ଏଥିରେ ମେଗା ଅକ୍ସନ ସହିତ ଦୁଇଟି ନୂଆ ଟିମ ଯୋଡି ହେବ ବୋଲି ଘୋଷଣା ହୋଇସାରିଛି । ତେଣୁ ଭବିଷ୍ୟତର ଏହି ଦୁଇ ନୂଆ ଟିମକୁ ନେଇ ଏବେ ଖୁବ ଚର୍ଚ୍ଚା ଲାଗି ରହିଛି । ତେବେ ଏହି ସମୟରେ ଏକ ଚାଞ୍ଚଲ୍ୟକର ଖବର ଆସିଛି । ବଲିଉଡର ଚର୍ଚ୍ଚିତ ଯୋଡି ରଣବୀର ସିଂହ-ଏବଂ ଦୀପିକା ପାଦୁକୋନ ଏକ ଦଳ ଗଢିବା ପାଇଁ ଉତ୍ସାହିତ ଥିବା ଖବର ସାମନାକୁ ଆସିଛି । ବିସିସିଆଇ ତରଫରୁ ଡକାଯାଇଥିବା ନିଲାମିରେ ଉଭୟ ଦମ୍ପତ୍ତି ରୁଚି ଦେଖାଇଥିବା ଜଣାପଡିଛି ।
ରଣବୀର ଏବଂ ଦୀପିକା ନିଲାମି ପ୍ରକ୍ରିୟାରେ ସାମିଲ ଏବଂ ବିଡ ପ୍ରସ୍ତୁତ କରିଛନ୍ତି । ସେହିପରି ଅଦାନୀ ଏବଂ ଆରପି ସଞ୍ଜୀବ ଗୋଏଙ୍କା ଗ୍ରୁପ ମଧ୍ୟ ନୂଆ ଦଳ ପାଇଁ କିଣିବା ପାଇଁ ରେସରେ ରହିଛନ୍ତି । ଅନ୍ୟ ପକ୍ଷରେ ଇଂଲଣ୍ଡ ଫୁଟବଲ କ୍ଲବ ମାଞ୍ଚେଷ୍ଟର ୟୁନାଇଟେଡ ମଧ୍ୟ ଆଇପିଏଲର ଏକ ଫ୍ରାଞ୍ଚାଇଜି କିଣିବା ପାଇଁ ନିଲାମିରେ ଭାଗ ନେବେ ବୋଲି ଶୁଣିବାକୁ ମିଳୁଥିବା ବେଳେ ଜିନ୍ଦଲ ଗ୍ରୁପର ନବୀନ ଜିନ୍ଦଲ କଟକ ଫ୍ରାଞ୍ଚାଇଜି କିଣିବେ ବୋଲି ଚର୍ଚ୍ଚା ଲାଗି ରହିଛି ।
ତେବେ ବଲିଉଡ ଏବଂ ଆଇପିଏଲର ଏହି ସମ୍ପର୍କ କିଛି ନୂଆ କଥା ନୁହେଁ । ପୂର୍ବରୁ ବଲିଉଡର ବାଦଶାହ ଶାହରୁଖ ଖାନ ଏବଂ ଜୁହି ଚାୱଲା କୋଲକାତା ନାଇଟ ରାଇଡର୍ସ ଫ୍ରାଞ୍ଚାଇଜିର ମାଲିକାନାରେ ଥିବା ବେଳେ ପଞ୍ଜାବ କିଙ୍ଗସର ମାଲିକାଣୀ ହେଉଛନ୍ତି ପ୍ରିତି ଜିଣ୍ଟା । ଏଥି ସହ ପ୍ରତିବର୍ଷ ଆଇପିଏଲ ମ୍ୟାଚ ଦେକିବା ପାଇଁ ଏମାନଙ୍କ ବ୍ୟତୀତ ଅନେକ ବଲିଉଡ ଷ୍ଟାର ମାନଙ୍କ ଭିଡ ଜମିଥାଏ ।

Related posts

ଟି-୨୦ ର୍ୟାଙ୍କିଙ୍ଗରେ ଜେମିମା ୨ୟ ଓ ମନ୍ଧାନା ୬

Odisha Sports Bureau

ୱିକେଟ କିପର ବ୍ୟାଟର ସଞ୍ଜୁ ସାମସନ ଆହତ ଯୋଗୁଁ ମ୍ୟାଚରୁ ବାଦ ପଡିଛନ୍ତି

Odisha Sports Bureau

ଟି-୨୦ ସିରିଜ ପାଇଁ ଧର୍ମଶାଳାରେ ଦକ୍ଷିଣ ଆଫ୍ରିକା ଦଳ

Odisha Sports Bureau