Cricket

ବାବର-ୱାର୍ଣ୍ଣର କଳିରେ ସୂତ୍ରଧର ସୋଏବ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପରେ ଚମ୍ପିଆନର ଟାଇଟଲ ପାଇଛି ଅଷ୍ଟ୍ରେଲିଆ । ନ୍ୟୁଜିଲାଣ୍ଡକୁ ୮ ୱିକେଟରେ ପରାସ୍ତ କରି ପ୍ରଥମ ଥର ଟି-୨୦ ବିଶ୍ୱକପକୁ ନିଜ ନାମରେ କରିଛନ୍ତି । ଜବରଦସ୍ତ ପାରି ସହ ପ୍ଲେୟର ଅଫ ଦ ଟୁର୍ଣ୍ଣାମେଣ୍ଟ ପୁରସ୍କାର ପାଇଛନ୍ତି ଅଷ୍ଟ୍ରେଳିଆର ଷ୍ଟାର ଓପନର ଡାଭିଡ ୱାର୍ଣ୍ଣର । କିନ୍ତୁ ଏହାକୁ ନେଇ ହଠାତ ରାଗି ଯାଇଛନ୍ତି ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ସୋଏବ ଅଖତର । ଏଣୁ ଟ୍ୱିଟରରେ ଏନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସୋଏବ । ବିଶ୍ୱକପ ଫାଇନାଲ ପରେ ଟ୍ୱିଟ କରିଛନ୍ତି ଯେ, ଏହି ପୁରସ୍କାରର ପ୍ରକୃତ ହକଦାର ପାକିସ୍ତାନର ଅଧିନାୟକ ବାବର ଆଜମ । କିନ୍ତୁ ଡାଭିଡ ୱାର୍ଣ୍ଣରଙ୍କୁ ଏହି ପୁରସ୍କାର ଦେବା ଭୁଲ ନିଷ୍ପତ୍ତି ବୋଲି ସେ ଟ୍ୱିଟ କରିଛନ୍ତି ।

ଟୁର୍ଣ୍ଣାମେଣ୍ଟରେ ଦମଦାର ପ୍ରଦର୍ଶନ କରି ପାକିସ୍ତାନୀ ବ୍ୟାଟ୍ସମ୍ୟାନ ବାବର ଆଜମ ୩୦୩ କରିଥିଲେ । ତେବେ ଡାଭିଡ ୱାର୍ଣ୍ଣର ମଧ୍ୟ ପଛରେ ନଥିଲେ । ଟୁର୍ଣ୍ଣାମେଣ୍ଟରେ ୨୮୯ ରନ କରି ଦ୍ୱିତୀୟ ସ୍ଥାନରେ ଥିଲେ ୱାର୍ଣ୍ଣର । କିନ୍ତୁ ଅଷ୍ଟ୍ରେଲିଆ ଚମ୍ପିଆନ ହୋଇଥିବାରୁ ୱାର୍ଣ୍ଣରଙ୍କୁ ଏହାର ଫାଇଦା ମିଳିଥିଲା । ବିଶ୍ୱକପରେ ସେ ଦମଦାର ପାଳି ଖେଳିଥିଲେ । ସେମି ପାଇନାଲ ଓ ଫାଇନାଲରେ ଓ୍ୱାର୍ଣ୍ଣରଙ୍କ ବ୍ୟାଟ୍ ଚାଲିଥିଲା । ଏହାସହ ସେ ଦଳକୁ ବିଜୟୀ କରିବାକୁ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।

T20 World Cup 2021: For Me It Was About Going Back To Basics, Wanted To Put On A Great Spectacle, Says Man of the Tournament David Warner

ସୋଏବ ଫାଇନାଲ ମ୍ୟାଚ ଦେଖିବାକୁ ଷ୍ଟାଡିୟମରେ ଉପସ୍ଥିତ ଥିଲେ । ଟୁର୍ଣ୍ଣାମେଣ୍ଟର ପ୍ଲେୟର ଅଫ ଦ ଟୁର୍ଣ୍ଣାମେଣ୍ଟ ଭାବେ ସେ ବାବର ଆଜମଙ୍କୁ ଦେଖିବା ପାଇଁ ଖୁବ ଉତ୍ସୁକ ଥିଲେ । କିନ୍ତୁ ୱାର୍ଣ୍ଣରଙ୍କୁ ଏହି ପୁରସ୍କାର ମିଳିବା ପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଅଖତର ।

Related posts

ଖୁବ ଶୀଘ୍ର ମଇଦାନକୁ ଆସିବେ ଧୋନୀ

Odisha Sports Bureau

ଏହି ଦଳ ବିପକ୍ଷରେ ଋଷଭ ପନ୍ତ ପଡ଼ିଆକୁ ଫେରିବା ନିଶ୍ଚିତ!

Odisha Sports Bureau

ଅଗଷ୍ଟ ୨୫ରୁ ଆରମ୍ଭ ହେବ ଡଉ ୨୦୨୩ ଟିକେଟ ବିକ୍ରି

Odisha Sports Bureau

Leave a Comment