ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଟେଷ୍ଟ ଟିମ ସହିତ ଦଳରେ ଦୁଇଟି ବଡ ପରିବର୍ତ୍ତନ ଆଣିଛି ବିସିସିଆଇ । ପ୍ରଥମରେ ରୋହିତ ଶର୍ମାଙ୍କୁ ଦଳର ଦିନିକିଆ ଅଧିନାୟକ କରାଯାଇଛି । ସେହିପରି ଟେଷ୍ଟ ଦଳରେ ରୋହିତଙ୍କୁ ଉପ ଅଧିନାୟକ ପଦରେ ଆଜିଙ୍କ୍ୟ ରାହାଣେଙ୍କ ସ୍ଥାନରେ ଦାୟିତ୍ୱ ନେଇଛନ୍ତି ରୋହିତ ଶର୍ମା । ଏହି ସିରିଜରୁ ଟି-୨୦ ଏବଂ ଦିନିକିଆରେ ରୋହିତ ନେତୃତ୍ୱ ନେବା ସହ ଟେଷ୍ଟରେ ମଧ୍ୟ ଉପ ଅଧିନାୟକ ଭାର ସମ୍ଭାଳିବେ ।
ବିସିସିଆଇର ଏହି ନିଷ୍ପତ୍ତି ପରେ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଅନେକ କିଛି ଚର୍ଚ୍ଚା ହେଉଛି । କମିଟିର ଏପରି ନିଷ୍ପତ୍ତି ବିରାଟ କୋହଲୀଙ୍କ ଚାପ କମାଉଛି ନା କ୍ଷମତା ଏ ନେଇ ଉଠିଛି ପ୍ରଶ୍ନ । ରୋହିତଙ୍କୁ ପ୍ରମୋସନ ମିଳିବା ପରେ ବିରାଟ କୋହଲୀଙ୍କ ଉପରେ ଟେଷ୍ଟ ଫର୍ମାଟରେ ଅଧିନାୟକ ଏବଂ ବ୍ୟାଟ୍ସମ୍ୟାନ ଭାବେ ଅଧିକ ଚାପ ପଡିବ । ଏଥିସହିତ ଟେଷ୍ଟ କ୍ରିକେଟରେ ମଧ୍ୟ ବିରାଟଙ୍କ କ୍ୟାପଟେନ୍ସିକୁ ନେଇ ଖଣ୍ଡା ଝୁଲୁଛି ବୋଲି କୁହାଯାଉଛି । ୯୭ ଟେଷ୍ଟ ଖେଳି ସାରିଥିବା କୋହଲୀ ଯଦି ଇଚ୍ଛା ପ୍ରକାଶ କରନ୍ତି ତେବେ ରୋହିତଙ୍କୁ ଟେଷ୍ଟ ଦଳରେ ମଧ୍ୟ ଅଧିନାୟକ ପଦ ଦିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି ।
previous post
next post